ଅଧିକ ସମୟ ଇ-ରିଡିଂ କରୁଥିଲେ..

ଆଜିକାଲି ଡିଜିଟାଲ ଯୁଗ। କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍‌ ପାଠପଢ଼ାରେ କେତେ ସାହାଯ୍ୟ କରୁଛି ତାହା କହିବା ସହଜ ନୁହେଁ। କେବଳ ସେତିକି ନୁହେଁ, ବିଭିନ୍ନ ବିଷୟରେ ଜାଣିବାକୁ ଏହାର ସହାୟତା ନିଆଯାଇଥାଏ। ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଇ-ରିଡିଂ ସହ ଜଡ଼ିତ। ପାଠ୍ୟପୁସ୍ତକ ବ୍ୟତୀତ ଇଲେକ୍‌ଟ୍ରୋନିକ ଗ୍ୟାଜେଟ୍‌ର ସହାୟତା ସେମାନେ ନେଉଛନ୍ତି। ହେଲେ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଦରକାର ବୋଲି ୟୁନିଭର୍ସିଟି ଅଫ୍‌ ଟୋକିଓର ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଧିକାଂଶ ସମୟ ଇ-ରିଡିଂରେ ବ୍ୟସ୍ତ ରହନ୍ତି ତେବେ ସେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ବିଶେଷଭାବରେ ଅନିଦ୍ରା ପରି ଗୁରୁତର ସମସ୍ୟାର ସାମ୍ନା କରିପାରନ୍ତି। ତେଣୁ ଏହା ସହ ଆବଶ୍ୟକ ମୁତାବକ ବିଶ୍ରାମର ଆବଶ୍ୟକତା ରହିଛି। ଅପରପକ୍ଷରେ ଇ-ରିଡିଂ ସମୟରେ ଆଖିକୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ବିଶ୍ରାମଦେବା ଆବଶ୍ୟକ।


All Right Reserved By

ଏପରି ସଜାନ୍ତୁ ଡ୍ରଇଂ ରୁମ୍‌

ଡ୍ରଇଂରୁମ୍‌ର ସାଜସଜ୍ଜା ଆପଣଙ୍କ ସମ୍ପୂର୍ଣ୍ଣ ଘର ସହିତ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଡ୍ରଇଂରୁମ୍‌ କିପରି ସଜାଇବେ ଜାଣିରଖନ୍ତୁ ଟିପ୍ସ.....

ଶହେରୁ ଅଧିକ ରୋଗରୁ ରଖେ ଦୂରେଇ…

ଗପସପ କରିବାକୁ ସମସ୍ତଙ୍କୁ ଭଲ ଲାଗେ। ବିଶେଷ କରି ଏଭଳି ଗୁଣ ମହିଳାମାନଙ୍କର କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ। ଗପସପ ଦ୍ୱାରା ମାନସିକ ଶାନ୍ତି ମିଳିବା...

ପ୍ରଦୂଷଣ ପ୍ରଭାବରୁ ରକ୍ଷାକରିବ ଗୁଡ଼

ପ୍ରଦୂଷଣ ଯୋଗୁ ଲୋକେ ଆଜ୍‌ମା, ବ୍ରୋଙ୍କାଇଟ୍ସ ଏବଂ ଶିଶୁଙ୍କ ମଧ୍ୟରେ ନିମୋନିଆ ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ଏହି ପ୍ରଦୂଷଣ ସ୍ତର ବୃଦ୍ଧିପାଇବ ବୋଲି ଜଣାପଡ଼ିଛି।...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ…

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌ ରସ ପିଇଲେ ଅନେକ ଉପକାର ମିଳିଥାଏ। ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ସ୍ବା ସ୍ଥ୍ୟ ସୂ ଚ ନା : ଦାନ୍ତ ଏବଂ ମାଢ଼ିଜନିତ ସମସ୍ୟାରୁ କେମିତି ପାଇବେ ରକ୍ଷା

ଦାନ୍ତ ଏବଂ ମାଢ଼ିଜନିତ ରୋଗ ସୃଷ୍ଟି କରିଥାଏ। ତେଣୁ ଭଲ ଭାବରେ ଦାନ୍ତ ଘଷନ୍ତୁ। କେତେକେ ଏହି କାମକୁ ଚଟାପଟ ଶେଷ କରିଦେଇଥାଆନ୍ତି। ଅତିକମ୍‌ରେ ଦୁଇ...

ଦୈନନ୍ଦିନ ଜୀବନଶୈଳୀ ଓ ମସ୍ତିଷ୍କର କାର୍ଯ୍ୟଧାରା

ସନ୍ତୁଳିତ ଜୀବନଶୈଳୀ ଆମକୁ କେତେକାଂଶରେ ସୁସ୍ଥ ରଖିଥାଏ। ଯଦି ଜଣେ ବ୍ୟକ୍ତି ନିଜର ଜୀବନଶୈଳୀକୁ ଠିକ୍‌ ଭାବରେ ଆଗେଇ ନିଅନ୍ତି ତେବେ ତାଙ୍କର ମସ୍ତିଷ୍କ ଆହୁରି...

ଆଣ୍ଠୁଗଣ୍ଠି ବ୍ୟଥାର ଅତ୍ୟାଧୁନିକ ଚିକିତ୍ସା

ଆଣ୍ଠୁଗଣ୍ଠି ବାତରୋଗରେ ପ୍ରାୟ ପୃଥିବୀରେ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି। ଆମେ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗୁ ଆଣ୍ଠୁ ବ୍ୟଥା ଅନ୍ୟ...

ପଟାଟୋ ଏଗ୍‌ ବଲ୍ସ

ଆବଶ୍ୟକ ସାମଗ୍ରୀ ୫ଟି ଆଳୁ,୨ଟି ଅଣ୍ଡା,୨ଟି କଞ୍ଚାଲଙ୍କା ଛୋଟ ଆକରରେ କଟା ହୋଇଥିବା , ଦୁଇ ବଡ଼ ଚାମଚ ମଇଦା,୬ଟି ଛୋଟ ବ୍ରେଡ୍‌ କ୍ରମ୍ବସ,ସ୍ବାଦ ଅନୁସାରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *