ବୋରିଂ ହେବାର ବର୍ଷେ ବିତିଲାଣି: ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ବାହାନଗା, ୩।୬(ଅରୂପ କୁମାର ଦାସ)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତରଫରୁ ଏକ ବୋରିଂ କରାଯାଇଥିଲା। ତାହା ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଫଳରେ ଗ୍ରାମବାସୀ ଦୀର୍ଘବର୍ଷ ହେଲା ଜଳକଷ୍ଟ ଭୋଗି ଆସୁଛନ୍ତି।
୩ଟି ଓ୍ବାର୍ଡକୁ ନେଇ କରଞ୍ଜାବିନ୍ଧା ଗ୍ରାମ ଗଠିତ। ଏହାର ଜନସଂଖ୍ୟା ୨ ହଜାରରୁ ଊର୍ଦ୍ଧ୍ୱ ହେବ। ତେବେ ଗ୍ରାମର ୮୦ଭାଗ ଲୋକ ଅନୁସୂଚିତ ଜାତିର। ଏମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ବର୍ଷେ ତଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ୩ଲକ୍ଷ ଟଙ୍କା ବ୍ୟୟରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ଏକ ଭୂତଳ ବୋରିଂ କରାଯାଇଥିଲା। ସେହି ସ୍ଥାନରେ ଏକ ଓଭରହେଡ଼ ପାଣି ଟାଙ୍କି ନିର୍ମାଣ କରାଯାଇ ଲୋକମାନଙ୍କୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ସେହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ନ ହେବାରୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଚୈତ୍ର, ବୈଶାଖ ମାସରେ କରଞ୍ଜାବିନ୍ଧା ଗ୍ରାମରେ ଜଳକଷ୍ଟ ଦେଖାଦେଉଥିବା ବେଳେ ଲୋକମାନେ ପୋଖରୀ ପାଣି କିମ୍ବା ଯେଉଁମାନେ ଘରେ ନଳକୂପ ବସାଇଛନ୍ତି ସେମାନଙ୍କ ଘରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସରକାରୀ ନଳକୂପଗୁଡିକ ଡ୍ର ଡାଉନ୍‌ ହୋଇଯାଉଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇପଡୁଛି। ମରାମତି ଲାଗି ସରକାରୀ ଭ୍ରାମ୍ୟମାଣ ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ପଞ୍ଚାୟତ ଟଙ୍କା ଦେଉ ନ ଥିବାରୁ ତାହା ମରାମତି ହୋଇପାରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମର ପ୍ରସନ୍ନ ଦଳେଇ କୁହନ୍ତି, ଦୀର୍ଘବର୍ଷ ହେଲାଣି ଆମ ଗ୍ରାମରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଛି। ପୂର୍ବରୁ ଗୀଲିଦା ଗ୍ରାମରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପରୁ ପାଇପ୍‌ ଯୋଗେ ପାଣି ଆସୁଥିଲେ ମଧ୍ୟ ପର ମୁହୂର୍ତ୍ତରେ ତାହା ବନ୍ଦ ହୋଇଯାଇଥିଲା। ଆମେ ଅନୁସୂଚିତ ଜାତି ସମ୍ପ୍ରଦାୟର ହୋଇଥିବାରୁ ଆମକୁ କେହି ସହଯୋଗ କରୁନାହାନ୍ତି।
ସେହିପରି କାଦୁଆ ଯେନା କହନ୍ତି, ବର୍ଷେ ପୂର୍ବେ ଆମ ଗ୍ରାମର ପୋଖରୀ ଆଡ଼ିରେ ସରକାରଙ୍କ ତରଫରୁ ଏକ ବୋରିଂ କରାଯାଇଥିଲା। ଭାବିଥିଲୁ ସୁବିଧା ପାଣି ଟୋପାଏ ପାଇବୁ। ହେଲେ ସେହି କାର୍ଯ୍ୟ ବି ବନ୍ଦ ହୋଇଗଲା। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ପ୍ରକଳ୍ପ ଆଗକୁ ଯାଇପାରୁନାହିଁ।
ପାନୀୟଜଳ ସମସ୍ୟା ନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର ସବ୍‌ଡିଭିଜନ ଅଫିସର ରୌପ୍ୟରଞ୍ଜନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି ଯେ, ସେହି ପ୍ରକଳ୍ପ ପାଇଁ ଏଷ୍ଟିମେଟ ଏ ପର୍ଯ୍ୟନ୍ତ ପାସ୍‌ ହୋଇନାହିଁ ା ତେବେ ବୋରିଂ କରାଯାଇ ଜଳଉତ୍ସ ଦେଖି ରଖାଯାଇଛି ା ପ୍ରକଳ୍ପର ଏଷ୍ଟିମେଟ ପାସ୍‌ ହେବା ପରେ ପ୍ରକଳ୍ପର କାମ ଆରମ୍ଭ ହେବ।


All Right Reserved By

ସୁସଜ୍ଜିତ ପଟୁଆରରେ ବାହାରିଲେ ଶଙ୍କର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟାରେ ବାହାଘର ଉତ୍ସବକୁ ଅତିଥିମାନେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ମଙ୍ଗଳନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଦୁଇ ଶିକାରୀ ଗିରଫ: ବନ୍ଧୁକ ଜବତ

ଉଦଳା,୧୮ା୫(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଶିମିଳିପାଳ କୋର ଏରିଆ ଉପର ବାର୍‌ହାକାମୁଡ଼ା ରେଞ୍ଜ ଭଞ୍ଜବସା ଅଞ୍ଚଳରୁ ଏସଟିଆର ଟିମ୍‌ ଦୁଇ ଶିକାରୀଙ୍କୁ ଗିରଫ କରିଛି। ଏଥିସହିତ...

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ ଗୋରୁ ମୃତ

ଖୋର୍ଦ୍ଧା ଅଫିସ,୨୬।୫: ଖୋର୍ଦ୍ଧା ଟାଉନ ଅଧୀନ ତରତୁଆ ନିକଟତବର୍ତ୍ତୀ ଚିଙ୍ଗୁଡ଼ି ଝରଠାରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇଟି ଗାଡିର ଡ୍ରାଇଭର ଗୁରୁତର...

ଅଧରପଣା: ୧୨ରୁ ଏବେ ୯ ହାଣ୍ଡି

ପୁରୀ ଅଫିସ, ୧୪।୭: ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦିରୁ ବାହୁଡ଼ାଯାତ୍ରାରେ ଫେରିବା ପରେ ତା’ ପରଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋରମ ସୁନାବେଶ...

ନାବାଳିକାଙ୍କୁ ତିନିଦିନ ଧରି ଗଣବଳାତ୍କାର

ଗୋପ,୯।୭(ଡି.ଏନ୍‌.ଏ.): ଗୋପ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନିଜଣ ଯୁବକ ଗୋଟିଏ ଘରେ ରଖି ଗଣବଳାତ୍କାର କରିଥିବା ଘଟଣା ଏବେ ପଦାକୁ ଆସିଛି। ପ୍ରାୟ ମାସେ...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା: ଡ୍ରୋନ୍‌, ସିସିଟିଭି କ୍ୟାମେରା ଲେନ୍‌ସରେ ରହିବ ପୁରୀ ଷ୍ଟେଶନ

ଜଟଣୀ,୨୭ା୬(ଡି.ଏନ.ଏ.) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରେଳଯାତ୍ରୀଙ୍କ ପାଇଁ ରେଳପଥ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ପାସହାର ୭୦.୭୮ ପ୍ରତିଶତ

କଟକ ଅଫିସ/ଭୁବନେଶ୍ୱର,୨୧।୫(ବ୍ୟୁରୋ): ଚଳିତବର୍ଷର ମାଟ୍ରିକ ରେଜଲ୍ଟ କଟକ ବୋର୍ଡ କାର୍ଯ୍ୟାଳୟରେ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ ହାର ୭୦.୭୮ ପ୍ରତିଶତ ରହିଥିବାବେଳେ ଏ-୧ରେ ୧,୧୮୧ଜଣ,...

ଜୀବନରେଖା ଏବେ ମରଣଯନ୍ତା

କେନ୍ଦୁଝର, ୨୦ା୬ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଏହାକୁ ଜିଲାର ‘ଜୀବନ ରେଖା’...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *