ଓଠ କଳା ପଡୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଓଠ। ବିଶେଷକରି ଗୋଲାପୀ ଓଠ ଆକର୍ଷଣୀୟ ଦେଖାଯାଏ। ବେଳେବେଳେ ବିଭିନ୍ନ ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ୱାରା ଓଠ କଳା ପଡ଼ି ଯାଇଥାଏ। କିଛି ଘରୋଇ ଉପଚାର ଗ୍ରହଣ କଲେ ଓଠ ନରମ ହେବା ସହ ଗୋଲାପୀ ଦେଖାଯିବ।

ଗୋଲାପ ଜଳ :
ରାତିରେ ଶୋଇବା ପୂର୍ବରୁ ଓଠରେ ଗୋଲାପ ଜଳ ଲଗାଇ ଶୁଅନ୍ତୁ। ଏପରି ନିୟମିତ କଲେ ଏହା ଓଠର କଳାଅଂଶ ଦୂର କରିଥାଏ।

ଅଲମଣ୍ଡ ତେଲ :
ଅଲମଣ୍ଡ ତେଲକୁ ଓଠରେ ଲଗାନ୍ତୁ। କିଛିଦିନ ବ୍ୟବଧାନରେ ଦେଖିବେ କଳା ପଡ଼ିଥିବା ଓଠ ଗୋଲାପୀ ଦିଶିବ।

ନଡ଼ିଆ ତେଲ :
ଶୋଇବା ପୂର୍ବରୁ ହାତରେ କିଛି ନଡ଼ିଆ ତେଲ ଆଣି ଧୀରେ ଧୀରେ ଓଠରେ ଲଗାନ୍ତୁ। ଏମିତି କରିବା ଦ୍ୱାରା କିଛିଦିନ ପରେ ଓଠର ରଙ୍ଗ ଗୋଲାପୀ ଦେଖାଯିବା ସହ ନରମ ରହିବ।

ଲେମ୍ବୁ ରସ:
ଓଠରେ ଲେମ୍ବୁ ରସ ଲଗାନ୍ତୁ। ପ୍ରତି ଦିନ ଲେମ୍ବୁରସ ଲଗାଇବା ଦ୍ୱାରା ପିଗ୍‌ମେଟେସନ ପାଇଁ କଳା ପଡ଼ିଯାଇଥିବା ଓଠ ଗୋଲାପୀ ଦିଶିବ।

କାକୁଡି ରସ:
ନଡ଼ିଆ ତେଲ, ଲେମ୍ବୁରସ ସହ କାକୁଡ଼ି ରସକୁ ମିଶାଇ ଓଠରେ ଲଗାନ୍ତୁ । ଦେଖିବେ ଓଠ ନରମ ହେବା ସହ ଗୋଲାପୀ ଦିଶିବ।


All Right Reserved By

ରକ୍ତଦାନ କଲେ ଶରୀରରୁ ରକ୍ତ କମେ ନାହିଁ : ମନରୁ ଦୂର କରନ୍ତୁ ଏହି ଭ୍ରମ

କୁହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି...

ଗରମ ଚା’ ପିଉଛନ୍ତି କି? ଏପରି କରିବା ଦ୍ୱାରା ବୃଦ୍ଧିପାଏ ଖାଦ୍ୟନଳୀ କ୍ୟାନ୍‌ସର ଆଶଙ୍କା

ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ...

ଥରା ରୋଗ ପାଇଁ ପ୍ରାରମ୍ଭିକ ଚିକିତ୍ସା ଜରୁରୀ

ଥରା ରୋଗର ଏଭଳି ଏକ ସ୍ନାୟୁଜନିତ ରୋଗ, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହଁି। ଉକ୍ତ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ସହ ଅଭିଜ୍ଞ ବିଶେଷଜ୍ଞଙ୍କ...

ବର୍ଷା ଦିନେ ଘରେ ବନାନ୍ତୁ ଚଟ୍‌ପଟା ମକା ଚାଟ୍‌

ବର୍ଷା ଦିନ ଆସିଲାଣି, ଘରେ ଛୁଆ ହୁଅନ୍ତୁ କି ବୟସ୍କ ସମସ୍ତେ ଗରମ ଗରମ ଓ ଚଟପଟା ଜିନିଷ ଖାଇବାକୁ ପସନ୍ଦ କରନ୍ତି। ପକୋଡି ସବୁବେଳେ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।...

ଏସିଡିଟି ସମସ୍ୟା ବି ଦୂରକରେ ଗୁପ୍‌ଚୁପ ପାଣି…

ଗୁପ୍‌ଚୁପ୍‌ ସ୍ବାସ୍ଥ୍ୟ ଲାଗି ଖରାପ ନୁହେଁ। ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାଠାରୁ ଦୂରେଇ ରଖେ। ଗୁପ୍‌ଚୁପ୍‌ ପାଣିରେ ତେନ୍ତୁଳି ପାଣି, ପୋଦିନା, କଳାଲୁଣ, ଜିରା, ଗୋଲମରିଚ...

ଚର୍ମକୁଞ୍ଚନରୁ ଦୂରେଇ ରଖି ବାର୍ଦ୍ଧକ୍ୟରୁ ଯବାନ କରାଏ ଏହି ଫଳ

ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଶରୀରକୁ ଶକ୍ତି ଯୋଗାଇଥାଏ। ମାତ୍ର କିଛି ଫଳର ଏପରି ଗୁଣ ରହିଛି, ଯାହା ବାର୍ଦ୍ଧକ୍ୟରୁ ଯୌବନ ରଖିବାରେ...

ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *