Posted inଜାତୀୟ

କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ

ନୂଆଦିଲ୍ଲୀ,୨ା୬: ୨୦୦୪ରୁ ୨୦୧୪ ଉପା ସରକାରର ମଙ୍ଗ ଧରିଥିବା କଂଗ୍ରେସ ଏବେ ବିପର୍ଯ୍ୟସ୍ତ। ଦୀର୍ଘଦିନ କ୍ଷମତାରୁ ଦୂରେଇ ରହି ସତେ ଯେପରି ଏହି ସର୍ବପୁରାତନ ଦଳ ସ୍ଥାଣୁ ପାଲଟିଯାଇଛି। କଂଗ୍ରେସ ପାଖରେ ନା ଅସଲ ପ୍ରସଙ୍ଗ ଅଛି ନା ନିର୍ଣ୍ଣାୟକ ନେତୃତ୍ୱ ନେବା ଭଳି ବ୍ୟକ୍ତିତ୍ୱ। ସମ୍ଭବତଃ ଏଥିପାଇଁ କଂଗ୍ରେସ ଜାତୀୟ ରାଜନୀତିରେ ଏକପ୍ରକାର ବାଟବଣା ହେଲା ଭଳି ମନେହେଉଛି। ଉପଯୁକ୍ତ ନୀତି ଓ ରଣନୀତି ନ ଆପଣାଇଲେ ଦଳର ସାଙ୍ଗଠନିକ ସ୍ଥିତି ଆହୁରି ଦୋହଲିଯାଇପାରେ ବୋଲି କୁହାଯାଉଛି।
୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ମାତ୍ର ୪୪ ଆସନ ମିଳିଥିଲା। କେନ୍ଦ୍ରରେ ଉପା ସରକାର ୧୦ ବର୍ଷ ରହିବା ପରେ ସେତେବେଳେ ଲୋକେ ପରିବର୍ତ୍ତନ ଚାହିଁଥିଲେ। ଦେଶରେ ଉପା ସରକାର ବିରୋଧୀ ମନୋଭାବ ସାଙ୍ଗକୁ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଲହର ସୃଷ୍ଟି ହୋଇଥିଲା। ଫଳରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା। ତେବେ ଏନ୍‌ଡିଏ କ୍ଷମତାରେ ରହିବାର ୫ ବର୍ଷ ପରେ ମଧ୍ୟ ୨୦୧୯ ନିର୍ବାଚନରେ ସରକାର ବିରୋଧୀ ପ୍ରସଙ୍ଗଗୁଡିକୁ ଜନସାଧାରଣଙ୍କ ସାମନାକୁ ଆଣି ସେଗୁଡିକୁ ଭୋଟରେ ବଦଳାଇବାରେ କଂଗ୍ରେସ ବିଫଳ ହେଲା। ଅନ୍ୟ ପ୍ରସଙ୍ଗଗୁଡିକରୁ ଦୂରେଇ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଫାଲ ପ୍ରସଙ୍ଗକୁ ନେଇ ନିର୍ବାଚନୀ ସଭାଗୁଡିକରେ ବାରମ୍ବାର ମୋଦିଙ୍କୁ ଚୋର କହିବା କଥାକୁ ସାଧାରଣ ଲୋକେ ଗ୍ରହଣ କଲେନି। ଏହା ବ୍ୟତୀତ ନ୍ୟାୟ ଯୋଜନାରେ ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ଯୋଗାଇଦେବା ଲାଗି କଂଗ୍ରେସର ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସକୁ ନେଲେ ନାହିଁ। କୃଷି ସମସ୍ୟା, ବେକାରି, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ପରବର୍ତ୍ତୀ ଆର୍ଥିକ ଅବନତି ଆଦି ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ଭଳି ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚତ୍ ପାରିଲା ନାହିଁ। ଫଳରେ ୫ ବର୍ଷର ସୁଯୋଗ ପାଇ ମଧ୍ୟ କଂଗ୍ରେସ ଲୋକ ସଭାରେ ମାତ୍ର ୮ ଆସନ ବଢ଼ାଇବାରେ ସକ୍ଷମ ହେଲା। ଏପରିକି ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଉତ୍ତରପ୍ରଦେଶର ଅମେଠିରେ ମଧ୍ୟ ଦଳ ଅଧ୍ୟକ୍ଷ ରାହୁଲଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କ୍ଷମତାକୁ ଫେରିବା ଲାଗି ଲକ୍ଷ୍ୟ ରଖିଥିବା କଂଗ୍ରେସ ମାତ୍ର ୫୨ ଆସନରେ ସୀମିତ ରହିଲା। ୨୦୧୯ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଏବେ ଦଳର ନୀତି, ରଣନୀତି ଓ କାର୍ଯ୍ୟଧାରାର ସମୀକ୍ଷା ଜରୁରୀ ହୋଇପଡିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅମେଠିରେ ରାହୁଲଙ୍କ ପରାଜୟର ସମୀକ୍ଷା କରୁଛି କଂଗ୍ରେସ। ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ କାର୍ଯ୍ୟକୁ ଅନୁଧ୍ୟାନ କରୁଥିବା ଜୁବେର ଖାନ୍‌ ଏବଂ ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରତିନିଧିତ୍ୱ କରୁଥିବା କିଶୋରୀଲାଲ ଶର୍ମା କିଛିଦିନ ହେଲା ଅମେଠିରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ତେବେ କେବଳ ଅମେଠି ପରାଜୟ ନୁହେ,ଁ ସାରା ଦେଶରେ ଦଳ ସମ୍ମୁଖୀନ ହୋଇଥିବା ବିପର୍ଯ୍ୟୟର ସମୀକ୍ଷା ହେବା ଦରକାର ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି।


All Right Reserved By

ଘରୋଇ ସହାୟିକା-ସହାୟକଙ୍କ ପାଇଁ କେନ୍ଦ୍ର ସରକାର ଆଣିବେ ନୂଆ ଆଇନ: ମିଳିବ ଭବିଷ୍ୟ ନିଧି ସୁବିଧା

ନୂଆଦିଲ୍ଲୀ,୨୫।୬: ଘରୋଇ ସହାୟିକା-ସହାୟକଙ୍କ ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନୂଆ ଆଇନ ଆଣିବେ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ଏନେଇ ଶ୍ରମ...

କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ

ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦...

କମଲନାଥଙ୍କୁ ମାୟାବତୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ

ଭୋପାଳ,୧ା୫: ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ସମର୍ଥନ ପ୍ରତ୍ୟାହାର ଧମକ ଦେଇଛନ୍ତି। ଗୁନା ଆସନରୁ ଏସ୍‌ପି-ବିଏସ୍‌ପି ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂ ରାଜପୁତ...

ତାତି ସହି ନ ପାରି କେରଳ ଏକ୍ସପ୍ରେସ୍‌ରେ ୪ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୧।୬: ଦିଲ୍ଲୀରୁ ଝାନ୍‌ସୀ ଯାଉଥିବା କେରଳ ଏକ୍ସପ୍ରେସ୍‌ରେ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ତାତି ସହି ନ ପାରି ଏଥିରେ ଯାତ୍ରା କରୁଥିବା ୪...

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମେନପୁରି,୧୯।୪: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ମାୟାବତୀ କହିଛନ୍ତି, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟାମ ସିଂ...

ସାଧ୍ୱୀ ପ୍ରଜ୍ଞା ଠାକୁର ଭୋପାଳରୁ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୮ା୪(ପି.ଟି.): ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ବିଚାରର ସମ୍ମୁଖୀନ ହୋଇଥିବା ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଭାଜପା ମଧ୍ୟପ୍ରଦେଶର ଭୋପାଳ ଆସନରୁ ପ୍ରାର୍ଥୀ କରିଛି। ଏହି...

ବିଳମ୍ବିତ ପ୍ରାକ୍‌ ମୌସୁମୀ: ୬୫ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତରେ ଏଭଳି ସ୍ଥିତି

ନୂଆଦିଲ୍ଲୀ,୨।୬: ଭାରତ ଭଳି କୃଷି ପ୍ରଧାନ ଦେଶ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାକ୍‌ ମୌସୁମୀ ବିଳମ୍ବିତ ହେଲେ ଚାଷ କାମ ଉପରେ...

ଝିଅବିଦା ପୂର୍ବରୁ ବରଙ୍କୁ ହେଲମେଟ୍‌ ପିନ୍ଧାଇଲେ କନ୍ୟା

ମିରଟ,୧।୭: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଏବେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବାକୁ ସରକାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *