ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ: ଫନୀ ବିପନ୍ନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୬(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଦ୍ମିନୀ ଦିଆନ ଶୁକ୍ରବାର ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଜୀବନ ଜୀବିକାର ଉନ୍ନତି ସହ ସେମାନଙ୍କ ଅର୍ଥନୈତିକ ଅବସ୍ଥାରେ କିଭଳି ସୁଧାର ଆସିପାରିବ ତା’ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀଙ୍କୁ ବିଭାଗ ତରଫରୁ ସ୍ବାଗତ କରାଯିବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ବୁଣାକାର ଓ କାରିଗରଙ୍କ ଜୀବନଜୀବିକା ଏବଂ ସାମାଜିକ ସଶକ୍ତୀକରଣ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୁଣାକାର ଏବଂ କାରିଗରମାନେ ହେଉଛନ୍ତି ଆମ ରାଜ୍ୟର ଗର୍ବ ଓ ଗୌରବ। ସେମାନଙ୍କ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତି ସମଗ୍ର ବିଶ୍ୱରେ ପରିଚିତ ଓ ପ୍ରଶଂସିତ ହୋଇଛି। ତେଣୁ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ଆମର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ବୁଣାକାର ଓ କାରିଗରଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କ ନିକଟରେ ପହଞ୍ଚତ୍ବା ପାଇଁ ପ୍ରଚେଷ୍ଟା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଦିଆନ ପରାମର୍ଶ ଦେଇଛନ୍ତି। ବାତ୍ୟା ଫନୀ କ୍ଷତିଗ୍ରସ୍ତ ବୁଣାକାର ଓ କାରିଗରଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ତ୍ୱରିତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କୋଟପାଡ଼ ହସ୍ତତନ୍ତ ବସ୍ତ୍ରର ସମଗ୍ର ଦେଶରେ ବିଶେଷ ଚାହିଦା ଓ ଆକର୍ଷଣ ରହିଥିବାରୁ ଏହି ଅଞ୍ଚଳର ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ସେ କହିଥିଲେ। କୋଟପାଡ଼ର ବୁଣାକାରମାନଙ୍କ ନିକଟରେ ଯେପରି ସହଜରେ କଞ୍ଚାମାଲ ଉପଲବ୍ଧ ହେବ ସେଥିପାଇଁ ସ୍ବତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ସମୟରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ବୃନ୍ଦାବନ ବେହେରା ଏବଂ ଅଞ୍ଜନା ପଣ୍ଡା, ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ବାରିକ, ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ବସନ୍ତ ଦାସ ତଥା ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


All Right Reserved By

ଆୟୁଷ ରାଜ୍ୟର ସର୍ବକନିଷ୍ଠ ୱେବ୍‌ ଡିଜାଇନର

ନାକଟିିଦେଉଳ, ୧।୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜାମୁଯୋରି ପଞ୍ଚାୟତର ଦୁର୍ଗମ କୁଡ଼ାନାଳୀ ଗ୍ରାମର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୨...

ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ପ୍ରାକୃତିକ ବିପର୍ଯ୍ୟୟ: ୬ ବର୍ଷରେ ୧୮ ହଜାର କୋଟି କ୍ଷତି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପ୍ରାକୃତିକ ବିପତ୍ତିର ପ୍ରଚଣ୍ଡ ପ୍ରହାର ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ...

ମରାମତି ହେଲାନି ରତ୍ନଭଣ୍ଡାର: ମହାପ୍ରଭୁଙ୍କ ରତ୍ନଅଳଙ୍କାରକୁ ଅଣଦେଖା

ପୁରୀ ଅଫିସ, ୨୧।୬: ମହାପ୍ରଭୁଙ୍କ ଦୁର୍ମୁଲ୍ୟ ରତ୍ନଅଳଙ୍କାର ରହିଛି ରତ୍ନଭଣ୍ଡାରରେ। ଶେଷ ଥର ପାଇଁ ୧୯୮୫ ମସିହାରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର। ଦୀର୍ଘବର୍ଷ ହେଲାଣି ରତ୍ନଭଣ୍ଡାର...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ସରକାରଙ୍କ ଆନ୍ତରିକତା ନାହିଁ:  ସମିତି ଗଠନକରି ସମସ୍ୟା ସମାଧାନ କରିବାକୁ ଦାବି

ଭୁବନେଶ୍ୱର,୧।୭(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଏବଂ ହାଇକୋର୍ଟରେ ଚାଲିଥିବା ଓକିଲମାନଙ୍କ ଧର୍ମଘଟକୁ ନେଇ ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଓକିଲମାନଙ୍କ କାର୍ଯ୍ୟବନ୍ଦ...

ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ କାମନାସାହିର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ...

ଅନୁଗୋଳ କଲେଜ ଛାତ୍ରଙ୍କ ସାହିତ୍ୟ କୃତି:ପ୍ରକାଶ କଲେ ୨୨୪ ପୃଷ୍ଠାର ଉପନ୍ୟାସ

ଅନୁଗୋଳ ଅଫିସ, ୯।୭ ମାତ୍ର ୨୦ ବର୍ଷ ବୟସରେ ୨୨୪ ପୃଷ୍ଠାର ଉପନ୍ୟାସ ଲେଖିଛନ୍ତି ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରଭୁ କଲ୍ୟାଣ ସିଂ।...

ପାଣିପାଗ କେନ୍ଦ୍ରର ସତର୍କ ସୂଚନା : ୨୬ ତାରିଖ ପର୍ଯ୍ୟନ୍ତ ୮ ଜିଲାକୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୩।୫(ବ୍ୟୁରୋ)- ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗୁରୁବାର ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼...

ସ୍ବଚ୍ଛ ଭାରତ ମିଶନ ଯୋଜନାରୁ ବଞ୍ଚତ୍ତ କୁନ୍ତଳା

ନୟାଗଡ଼ ଅଫିସ,୨୦ା୬: ନୟାଗଡ଼ର ଅଧିକାଂଶ ସହରବାସୀଙ୍କ ପାଇଁ ରହିଛି ଚକଚକ୍‌ ମାର୍ବଲ ସାଙ୍ଗକୁ ଇଟାଲିଆନ୍‌ ପ୍ୟାନ୍‌ ଥିବା ପାଇଖାନା। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *