ମୋଦି ସରକାରଙ୍କୁ ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ଝଟ୍‌କା: ଜିଏସ୍‌ପି ସୁବିଧାରୁ ଭାରତ ବଞ୍ଚିତ ହେବା ଆଶଙ୍କା

ଓ୍ବାଶିଂଟନ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଝଟ୍‌କା ଦେବାର ଯୋଜନା କରିଛନ୍ତି। ପୂର୍ବରୁ ଭାରତକୁ ବ୍ୟବସାୟ କ୍ଷେତ୍ରରେ ମିଳୁଥିବା ଜେନେରାଲାଇଜଡ୍‌ ସିଷ୍ଟମ ଅଫ୍‌ ଫ୍ରିଫେରେନ୍ସଜ୍‌(ଜିଏସ୍‌ପି)କୁ ଆମେରିକା ରଦ୍ଦ କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ୍‌ ଶନିବାର କହିଛନ୍ତି। ଏହାଦ୍ୱାରା ଭାରତକୁ ମିଳୁଥିବା ବ୍ୟବସାୟିକ ସୁବିଧା ସୁଯୋଗରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବା ଅର୍ଥଶାସ୍ତ୍ରୀ ମତପୋଷଣ କରିଛନ୍ତି। ଏହା ଦ୍ୱାରା ଭାରତ ଆମେରିକାକୁ ଅନେକ ସାମଗ୍ରୀ ବିନା ଶୁଳ୍କରେ ରପ୍ତାନୀ କରିପାରୁଥିଲା। ଏହି ସୁବିଧା ୨୦୧୯ ଜୁନ୍‌ ୫ରୁ ଶେଷ ହେବ। ତେବେ ଏହାକୁ ଯଦି ଆମେରିକା ରିନ୍ୟୁ ନ କରେ ତେବେ ଭାରତ ପାଇଁ ଅସୁବିଧା ସୃଷ୍ଟି ହେବ ବୋଲି କୁହାଯାଉଛି। ମାର୍ଚ୍ଚ ୪ରେ ଏହି ସୁବିଧାରୁ ଭାରତକୁ ବଞ୍ଚିତ କରାଯିବ ବୋଲି ଟ୍ରମ୍ପ୍‌ ସରକାର ସୂଚନା ଦେଇଥିଲେ। ଏହାପରେ ୬୦ ଦିନର ନୋଟିସ୍‌ ସମୟ ମେ ୩ରେ ଶେଷ ହୋଇଯାଇଛି।


All Right Reserved By

ଯୋଗାସନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲୋମ୍ବୋ,୨୧।୬: ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରସେନା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାସନ କରିଛନ୍ତି। ଯୋଗ କରୁଥିବାର ଏକ ଭିଡିଓକୁ ସେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର...

ସେପ୍ଟେମ୍ବର ସୁଦ୍ଧା ସରିବ କରତାରପୁର କରିଡର

ଇସଲାମାବାଦ,୨।୬: ପାକିସ୍ତାନ କହିଛି କରତାରପୁର କରିଡରର ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ସରିଛି। ତେଣୁ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ...

ଅନଶନରେ ବସିବେ ମରିୟମ୍‌

ଇସ୍‌ଲାମାବାଦ,୯।୭: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ବର୍ତ୍ତମାନର...

ଇରାନ୍‌ ଉପରେ ଆକ୍ରମଣ କରିବାକୁ ଚାହେଁନା ଆମେରିକା: ଟ୍ରମ୍ପ୍‌

ଓ୍ବାଶିଂଟନ,୬।୬: ଆମେରିକା ଇରାନ୍‌ ଉପରେ ଆକ୍ରମଣ କରିବାକୁ ଚାହେଁନା। ତେବେ ଏଭଳି ସମ୍ଭାବନା ସବୁବେଳେ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି।...

୨୪୦ ଚକା ବିଶିଷ୍ଟ ଟ୍ରକ୍‌ରେ ବୁହାହୋଇ ବନ୍ଦରରେ ପହଞ୍ଚିଲା ଜାକି ଚାନ୍‌ଙ୍କ ସୁପରୟାଚ୍‌: ଦାମ୍‌ ୩୧୫ କୋଟି

ବେଜିଂ,୧୫।୭: ଚାଇନାର ମାର୍ଶାଲ ଆର୍ଟ ଅଭିନେତା ଜାକି ଚାନ୍‌ଙ୍କ ସୁପରୟାଚ୍‌ ସ୍ଥାନୀୟ ଜିଙ୍ଗଲୋଗ୍‌ ସ୍ଥିତ ବନ୍ଦରରେ ପହଞ୍ଚିଛି। ଏହାକୁ ୨୪୦ ଚକା ବିଶିଷ୍ଟ ଟ୍ରକ୍‌ ଦ୍ୱାରା...

ସଂଘର୍ଷରେ ଗଲାଣି ୨୨୦ ଜୀବନ

ବେଙ୍ଘାଜି,୨୨ା୪: ଲିବ୍ୟାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଜାତିସଂଘ ସମର୍ଥତ୍ତ ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜଧାନୀ ତ୍ରିପୋଲିକୁ କବ୍‌ଜା କରିବା ଲାଗି ସରକାରୀ ସୈନ୍ୟବାହିନୀ ଓ...

ଶପଥ ଗ୍ରହଣ ପୂର୍ବରୁ ମୋଦିଙ୍କୁ ସମାଲୋଚନା କଲା ପାକିସ୍ତାନ ଗଣମାଧ୍ୟମ

ଇସଲାମାବାଦ,୩୦।୫: ଗୋଟିଏ ପଟେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟପଟେ ଏହାକୁ ନେଇ ପାକିସ୍ତାନରେ ଚାଲିଛି...

ପାକିସ୍ତାନରେ ଏବେ ଏଚ୍‌ଆଇଭି ଭୟ

ରାଟୋଡରୋ,୧୭।୫: ଦକ୍ଷିଣ ପାକିସ୍ତାନର ଏକ ଗାଁରେ ପାଖାପାଖି ୪ଶହ ଲୋକ ଏଚ୍‌ଆଇଭିର ଶିକାର ହୋଇଥିବା ଜଣାପଡିଛି। ଜଣେ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *