Posted inଜାତୀୟ

ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ…

ଗାଜିଆବାଦ,୨୦ା୪ : ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ ୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଧମକ ଦେଇଛନ୍ତି। ଉତ୍ତରପ୍ରଦେଶର ଗାଜିପୁର ଏମ୍‌ପି ମନୋଜ ଏଥର ଏହି ଲୋକ ସଭା ଆସନରୁ ପୁଣିଥରେ ଭାଜପା ପ୍ରାର୍ଥୀ ହୋଇଛନ୍ତି। ସୈଦପୁର ଅଞ୍ଚଳରେ ‘କିଷାନ ପଞ୍ଚାୟତ ସମ୍ମିଳନୀ’କୁ ଗୁରୁବାର ସମ୍ବୋଧିତ କରି ସେ କହିଛନ୍ତି, ଭାଜପା କର୍ମୀମାନେ ଦୁର୍ନୀତି ଏବଂ ଆପରାଧିକ କାର୍ଯ୍ୟକଳାପ ଜରିଆରେ ଠୁଳ କରାଯାଇଥିବା ଧନ ହଟାଇବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଭାଜପା କର୍ମୀମାନଙ୍କୁ ଯିଏ ଅଙ୍ଗୁଳି ଦେଖାଇବେ ସିଏ ୪ ଘଣ୍ଟା ମଧ୍ୟରେ ସୁରକ୍ଷିତ ନ ଥିବେ। ପୂର୍ବାଞ୍ଚଳର କୌଣସି ଅପରାଧୀ ଗାଜିପୁର ସୀମାକୁ ପ୍ରବେଶ କରିବା ଅବସ୍ଥାରେ ନାହାନ୍ତି। କେହି ଭାଜପା କର୍ମୀଙ୍କ ଉପରେ ନଜର ପକାଇଲେ ତାଙ୍କ ଆଖି ତାଡ଼ି ଦିଆଯିବ। ପ୍ରକାଶ ଯେ, ଏହି ଆସନରେ ମନୋଜଙ୍କ ବିରୋଧରେ ମାଫିଆରୁ ରାଜନେତା ପାଲଟିଥିବା ମୁଖ୍‌ତାର ଅନ୍‌ସାରିଙ୍କ ଭାଇ ଅଫ୍‌ଜଲ ଅନ୍‌ସାରିଙ୍କୁ ବିଏସ୍‌ପି ପ୍ରାର୍ଥୀ କରିଛି।


All Right Reserved By

ଭାଜପାରେ ଯୋଗ ଦେବା ପରେ ପ୍ରଥମଥର ଏକ ରାଲିରେ ଯୋଗଦେଲେ ସନ୍ନି

ବାରମେର,୨୭।୪: କିଛିଦିନ ତଳେ ଭାଜପାରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ସନ୍ନି ଦଓ୍ବେଲ ପ୍ରଥମ କରି ଶନିବାର ଏକ ରାଲିରେ ନଜର ଆସିଛନ୍ତି। ପ୍ରବଳ ଜନ...

ମହଙ୍ଗା ପଡିଲା ମନ୍ତବ୍ୟ: ସିଦ୍ଧୁଙ୍କ ବିରୋଧରେ ବାହାରିଲେ ୬ ମନ୍ତ୍ରୀ

ଜଳନ୍ଧର, ୨୨।୫:  ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ଏହି ପୂର୍ବତନ କ୍ରିକେଟର ତଥା ପଞ୍ଜାବ...

୧୭୨ ଦେଶ ଗୋଟିଏ ଦିନରେ କରିବେ ଯୋଗ

ନୂଆଦିଲ୍ଲୀ,୧୩।୬: ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ କିଛି ମୁସଲିମ୍‌ ଦେଶ...

ମୋଦିଙ୍କୁ ଭେଟିଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ଭବନରେ ଭେଟିଛନ୍ତି। ଏହି ଅବସରରେ ସେ ଗତ ଲୋକ ସଭା...

ଜେଇଏମ୍‌ ଆତଙ୍କୀ ମୃତ

ଶ୍ରୀନଗର ୨୩।୪: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗତ ଫେବୃଆରୀ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନ ଶହୀଦ ହୋଇଥିଲୋ। ଏଥିରେ ସମ୍ପୃକ୍ତ...

ଆଡଓ୍ବାଣୀଙ୍କ ରେକର୍ଡ ଭାଙ୍ଗିଲେ ଶାହ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟ ଗାନ୍ଧୀନଗର ଆସନରୁ ବିପୁଳ ଭୋଟରେ ବିଜୟ ହୋଇଛନ୍ତି। ଶାହ ୫ ଲକ୍ଷ...

ମାଡିଆସୁଛି ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ, ୧୧।୬: ଫନୀ ପରେ ଏବେ ପୁଣି ମାଡିଆସୁଛି ଆଉ ଏକ ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ...

ଗରିବଙ୍କ ପେଟକୁ ଦାନା ଦେଉଛି ‘ରୁଟି ବ୍ୟାଙ୍କ’

ଅହମ୍ମଦାବାଦ,୧୮।୫: ଗୁଜରାଟ ରାଜକୋଟରେ ଗରିବଙ୍କୁ ପେଟର ଭୋକ ଦାଉରୁ ରକ୍ଷା କରିବା ପାଇଁ ‘ରୁଟି ବ୍ୟାଙ୍କ’ ସାଜିଛି ସାହା ଭରସା। ଶ୍ରୀ ବୋଲବାଳା ଚାରିଟେବୁଲ୍‌ ଟ୍ରଷ୍ଟ୍‌...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *