Posted inଜାତୀୟ

ଶପଥ ଗ୍ରହଣ ଉତ୍ସବରେ ବିମ୍‌ଷ୍ଟେକ୍‌ ନେତା

ନୂଆଦିଲ୍ଲୀ,୩୦ା୫:(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବିମ୍‌ଷ୍ଟେକ୍‌ (ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର ମଲ୍ଟି-ସେକ୍ଟରାଲ ଟେକ୍‌ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ)ର ସଦସ୍ୟ ରାଷ୍ଟ୍ର ବାଂଲାଦେଶ, ମ୍ୟାନ୍‌ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ନେତାମାନେ ଯୋଗଦେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ୍‌ ହମିଦ ବୁଧବାର ରାତିରୁ ନୂଆଦିଲ୍ଲୀରେ ପହଞ୍ଚତ୍ଥିବାବେଳେ, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, ଭୁଟାନ ପ୍ରଧାନମନ୍ତ୍ରୀ ଡ. ଲୋଟେ ଶେରିଙ୍ଗ ଗୁରୁବାର ଏଠାରେ ପହଞ୍ଚତ୍ଥିଲେ। ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନାଥ, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, କିର୍‌ଗିଜ୍‌ ରିପବ୍ଲିକ୍‌ ରାଷ୍ଟ୍ରପତି ସୁରୋନବେ ଜନାବେକୋଭ୍‌, ମ୍ୟାନ୍‌ମାର ରାଷ୍ଟ୍ରପତି ୟୁ. ଓ୍ବିନ ମିଣ୍ଟ୍‌, ଥାଇଲାଣ୍ଡର ସ୍ବତନ୍ତ୍ର ଦୂତ ଗ୍ରସାଡା ବୁନ୍‌ରାଚ୍‌ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାର୍କ (ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଘ)ରାଷ୍ଟ୍ରର ମୁଖ୍ୟମାନେ ଯୋଗଦେଇଥିଲେ।


All Right Reserved By

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା...

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ

ନୂଆଦିଲ୍ଲୀ,୧୫।୭: ପଞ୍ଜାବ କ୍ୟାବିନେଟର ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ ସୋମବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଟୁଇଟ୍‌...

ବୋଫର୍ସ ତୋପ ଦୁର୍ନୀତି: ୧୦୬ ବିରୋଧୀ ଏମ୍‌ପି ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୪।୬: ବୋଫର୍ସ ତୋପକୁ ବିରୋଧ କରି ୩୦ ବର୍ଷ ତଳେ ୧୯୮୯ ଜୁନ୍‌ ୨୪ରେ ଲୋକ ସଭାର ୧୧୦ ବିରୋଧୀ ଏମ୍‌ପିଙ୍କ ମଧ୍ୟରୁ ୧୦୬ ଜଣ...

ବିହାରରେ ବଦଳୁଛି ରାଜନୈତିକ ପାଣିପାଗ: ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲା ଆରଜେଡି

ପାଟନା, ୨।୭: ବିହାରରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଜେଡିୟୁ ଏବଂ ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ଉଠାଇବାକୁ ଚେଷ୍ଟା...

ଅହମ୍ମଦାବାଦ୍‌ରେ ୧୪୨ତମ ରଥାଯାତ୍ରା: ଶାହ କଲେ ମଙ୍ଗଳ ଆରତି

ଅହମ୍ମଦାବାଦ୍‌,୪।୭: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଗୁଜରାଟ ରାଜଧାନୀ ଅହମ୍ମଦାବାଦ୍‌ ଚଳଚଞ୍ଚଳ ହୋଇଉଠିଛି। ଏଠାରେ ଚଳିତ ବର୍ଷ ୧୪୨ତମ ରଥଯାତ୍ରା ପାଳିତ ହେଉଛି। ଏହି ଅବସରରେ...

ପାର୍ଲାମେଣ୍ଟରେ କର୍ନାଟକ ତାତି:କେନ୍ଦ୍ରକୁ ଦାୟୀ କଲା କଂଗ୍ରେସ

ନୂଆଦିଲ୍ଲୀ,୯ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ଲାଗି ରହିଥିବାବେଳେ ଏହାକୁ ନେଇ ସୋମବାର ଲୋକ ସଭାରେ ଝଡ଼ ସୃଷ୍ଟି ହୋଇଥିଲା। କର୍ନାଟକ ସ୍ଥିତି ସହ ଭାଜପା ନେତୃତ୍ୱାଧୀନ...

ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୫: ରବିବାର ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ। ‘ଆମକୁ ବୁଝିବା ଦରକାର ଯେ, ଏକ୍‌ଜିଟ୍‌ ପୋଲ...

ରୁଷିଆରୁ ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବ ଭାରତ

ନୂଆଦିଲ୍ଲୀ,୧ା୭: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଭଳି ପରିସ୍ଥିତିରେ ନିଜକୁ ପ୍ରସ୍ତୁତ ରଖିବା ଲାଗି ରୁଷିଆରୁ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବା ଲାଗି ଭାରତ ରାଜିନାମା ସ୍ବାକ୍ଷର କରିଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *