କପିଲ ଶର୍ମାଙ୍କ ଶୋ’ରେ ଦୌଡ଼ରାଣୀ ଦୂତୀ

ନିକଟ ଅତୀତରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରିଥିବା ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଛନ୍ତି। ଦୂତୀ ଏହି ଶୋ’ରେ କାହିଁକି ଯୋଗ ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଏହି ଶୋ’ରେ ତାଙ୍କ ସହିତ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ଓ ହକି କ୍ରୀଡ଼ାବିତ୍‌ ସନ୍ଦୀପ ସିଂହ ଯୋଗ ଦେଇଥିଲେ। ଦୂତୀ ନିଜେ ଶୋ’ରେ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ଲେଖିଛନ୍ତି, ‘ପ୍ରଥମ ଓଡ଼ିଆ ଝିଅ ଭାବେ କପିଲ ଶର୍ମା ଶୋ’ରେ ପାଦ ଦେଇଥିବାରୁ ମୁଁ ବହୁତ ଖୁସି। ଏଭଳି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଉଛି“।


All Right Reserved By

‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି...

ଟେଲି ପରଦାରେ ବେବୋଙ୍କ ଡେବ୍ୟୁ: ‘ଡିଆଇଡି-୭’ରେ ଆସିବେ ନଜର

ମୁମ୍ବାଇ: ବଡ଼ ପରଦାର କଳାକାରମାନେ ଏବେ ଟେଲି ପରଦା ପ୍ରେମରେ। ଧାରାବାହିକ, ଓ୍ବେବ୍‌ସିରିଜ୍‌ ପରେ ବିଭିନ୍ନ ରିଆଲିଟି ଶୋ’ମାନଙ୍କରେ ବଡ଼ ବଡ଼ ଅଭିନେତା ତଥା ଅଭିନେତ୍ରୀମାନଙ୍କୁ...

ବାଟ୍‌ଲା ହାଉସ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ବାଟ୍‌ଲା ହାଉସ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ୨ ମିନିଟ୍‌ ୫୫ ସେକେଣ୍ଡର ଥିବା ଏହି...

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ବଲିଉଡ୍‌ର କିଛି ଷ୍ଟାରଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଫିଲ୍ମ କ୍ୟାରିୟର ବାଦ୍‌ ସେମାନଙ୍କ ଦୈନନ୍ଦିନ ଚଳଣି ସାଧାରଣ ଲୋକଙ୍କ ପରି ହୋଇଥାଏ।  ବିଗ୍‌ ଟାଉନ୍‌ରେ...

ବିଗ୍‌ବସ ୧୩ରେ ସଲମାନଙ୍କ ସହ ହୋଷ୍ଟ କରିବେ ଏହି ଦୁଇ ଅଭିନେତ୍ରୀ

କ୍ୟାଟ୍ରିନା ଏବଂ ସଲମାନଙ୍କ ଯୋଡ଼ିକୁ ଦର୍ଶକ ବହୁ ପସନ୍ଦ କରିଥାନ୍ତି। ସେ ବଡ଼ପରଦା ହେଉ କି ଛୋଟପରଦା। ଏହି ଯୋଡ଼ି ଯେତେବେଳେ ପରଦା ଉପରକୁ ଆସିଥାନ୍ତି...

ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗୁଛି ଭାଇଜାନଙ୍କ ଫିଲ୍ମ ‘ଭାରତ’

ମୁମ୍ବାଇ,୭।୬: ଦବଙ୍ଗ ଖାଁଙ୍କ ଫିଲ୍ମ ‘ଭାରତ’ ପରଦାରେ ରିଲିଜ୍‌ ହୋଇସାରିଛି। ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଏବେ ବକ୍ସ ଅଫିରେ ରେକର୍ଡ ଭାଙ୍ଗୁଛି।...

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ...

ରାଗିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଟ୍ରିଟମେଣ୍ଟରେ ଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଝୁଠା କହିଁକା’ ଆସନ୍ତା ସପ୍ତାହରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *