Posted inଜାତୀୟ

ଜନତାଙ୍କ ଆଶାକୁ ନିଶ୍ଚୟ ପୂରା କରିବେ ମୋଦି: ହେମାମାଳିନୀ

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜୟ ହାସଲ କରିବା ପରେ ଅଭିନେତ୍ରୀ ହେମାମାଳିନୀ ଗୁରୁବାର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦେଶର ବିକାଶକୁ ନେଇ ମୋଦି ଏକ ବିରାଟ ଲକ୍ଷ୍ୟ ରଖିଛନ୍ତି। ଶପଥ ନେବା ପୂର୍ବରୁ ସେହି ଲକ୍ଷ୍ୟ କେମିତି ପୂରା କରିବେ ତା’ର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋଦିଙ୍କ ଉପରେ ସମସ୍ତଙ୍କ ଭରସା ଅଛି। ସେ ସମସ୍ତଙ୍କ ଆଶା ପୂରଣ କରିବେ ବୋଲି ହେମା କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ୭ଟାରେ ମୋଦିି ରାଷ୍ଟ୍ରପତି ଭବନରେ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।


All Right Reserved By

ଈଶ୍ୱରଙ୍କ ନିକଟତର ହେବାକୁ ନିଜର ସମାଧି ଖୋଳିଲେ ବୃଦ୍ଧ

ଗୁଣ୍ଟୁର,୧।୬: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଈଶ୍ୱରଙ୍କ ନିକଟତର ହେବାକୁ...

କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ...

ରାହୁଲଙ୍କ ବଡ଼ ପଦକ୍ଷେପ: ଭଙ୍ଗ କଲେ କର୍ନାଟକ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୧୯।୬: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ନେଇଛନ୍ତି ବଡ଼ ପଦକ୍ଷେପ। ସେ କର୍ନାଟକର କଂଗ୍ରେସ କାର୍ଯ୍ୟକାରିଣୀକୁ ଭଙ୍ଗ...

ସେଲ୍‌ଫି ନେବା ବାହାନାରେ ୧୦ ରାଜନେତାଙ୍କ ପକେଟ୍‌ମାର

ଜଳନ୍ଧର,୩୦।୫: ପଞ୍ଜାବ ଫତେହଗଡ଼ ସାହିବ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ୧୦ ରାଜନେତାଙ୍କ ସହିତ ସେଲ୍‌ଫି ନେବା ବାହାନାରେ...

ରେଲଓ୍ବେ ଷ୍ଟେଶନ୍‌ରେ ପ୍ରସବ କଲେ ଗର୍ଭବତୀ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଥାନେ ରେଲଓ୍ବେ ଷ୍ଟେଶନ୍‌ରେ ଜଣେ ଗର୍ଭବତୀ ଶନିବାର ପ୍ରସବ କରିଛନ୍ତି। ପୂଜା ଚୌହ୍ବାନ ନାମ୍ନୀ ମହିଳା ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ହଠାତ୍‌...

ଓଢ଼ଣି ଉପରେ ପ୍ରତିବନ୍ଧକ ଲାଗିବ କେବେ: ଓଓ୍ବେସି

ନୂଆଦିଲ୍ଲୀ,୧।୫: ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ ଶିବସେନା ପକ୍ଷରୁ ଦାବୀ କରାଯାଇଛି। ତେବେ ଏନେଇ ଭାଜପା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏହା ଏକ...

ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠିବ!

ନୂଆଦିଲ୍ଲୀ, ୧୩।୬: ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ...

ଆମ୍ବପତ୍ରରୁ କଳଙ୍କି ପ୍ରତିରୋଧୀ ଉତ୍ପାଦ ପ୍ରସ୍ତୁତ କଲେ ଭାରତୀୟ ଗବେଷକ

ବେଙ୍ଗାଲୁର୍‌, ୨୭।୬: ଭାରତୀୟ ଗବେଷକ ଆମ୍ବପତ୍ରରୁ କଳଙ୍କି ପ୍ରତିରୋଧୀ ଉତ୍ପାଦ ପ୍ରସ୍ତୁତ କରିଛନ୍ତି। ଏହି ଇକ୍ରୋ-ଫେଣ୍ଡଲି ଉତ୍ପାଦ ଲୁହାରେ କଳଙ୍କି ହେବାକୁ ଦେଇ ନ ଥାଏ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *