Posted inଜାତୀୟ

ହାର୍ଦ୍ଦିକଙ୍କୁ ଚାପୁଡ଼ା

ଅହମଦାବାଦ,୨୦ା୪(ପି.ଟି.): କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଶୁକ୍ରବାର ଜଣେ ବ୍ୟକ୍ତି ଚାପୁଡ଼ା ମାରିଛନ୍ତି। ଗୁଜରାଟର ସୁରେନ୍ଦ୍ରନଗର ଜିଲା ବଲଦାନା ଗ୍ରାମର ଏକ ସଭାକୁ ହାର୍ଦ୍ଦିକ ସମ୍ବୋଧିତ କରୁଥିବାବେଳେ ତରୁଣ ଗଜ୍ଜାର ନାମକ ବ୍ୟକ୍ତି ତାଙ୍କ ଗାଲରେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଭାଜପାର ହାତ ରହିଛି ଏବଂ ତରୁଣ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କ୍ଷୁବ୍ଧ ହାର୍ଦ୍ଦିକ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଶାସକ ଦଳର କିଛି ଭୂମିକା ନାହିଁ। ଲୋକ ସଭା ନିର୍ବାଚନରେ ଭୋଟ ପାଇବା ପାଇଁ ଏହା କଂଗ୍ରେସର ଏକ ଡ୍ରାମା ବୋଲି ଭାଜପା ପକ୍ଷରୁ କୁହାଯାଇଛି। ମେହସାନା ଜିଲା କାଡ଼ି ସହର ନିବାସୀ ତରୁଣଙ୍କୁ ମଧ୍ୟ କଂଗ୍ରେସ କର୍ମୀ ଓ ହାର୍ଦ୍ଦିକଙ୍କ ସମର୍ଥକମାନେ ମାଡ ମାରିଛନ୍ତି। ଆହତ ତରୁଣ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ କହିଛନ୍ତି, ସେ କୌଣସି ଦଳ ସହ ଜଡ଼ିତ ନୁହନ୍ତି। ୨୦୧୫ ଅଗଷ୍ଟରେ ପଟିଦାର ସଂରକ୍ଷଣ ପାଇଁ ହାର୍ଦ୍ଦିକଙ୍କ ଆନ୍ଦୋଳନ ଯୋଗୁ ତାଙ୍କ ସ୍ତ୍ରୀ ଓ ପିଲା ହଇରାଣ ହୋଇଥିଲେ। ଏଥିଲାଗି ହାର୍ଦ୍ଦିକଙ୍କୁ ଆକ୍ରମଣ କରିବା ପାଇଁ ସେ ସେବେଠୁ ଯୋଜନା ଚଳାଇଥିଲେ। କିନ୍ତୁ ପୂର୍ବ ଉଦ୍ୟମ ବିଫଳ ହୋଇଥିଲା।


All Right Reserved By

ଚେନ୍ନାଇରେ ଜଳସଙ୍କଟ ଉତ୍କଟ: ଇଡ୍‌ଲି ପିଠଉ କିଣିଲେ ପାଣି ମାଗଣା

ଚେନ୍ନାଇ,୧ା୭: ଚେନ୍ନାଇ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଥିବାବେଳେ ଟ୍ରିପ୍ଲିକେନ୍‌ର ଜଣେ ବ୍ୟବସାୟୀ ପାଣି ପାଇଁ ବିଚିତ୍ର ଘୋଷଣାନାମା କରିଛନ୍ତି।...

ଛତିଶଗଡ଼ ମାଓବାଦୀ ଆକ୍ରମଣ: ୨ ମୃତ

ସୁକମା,୨।୫: ଚତିଶଗଡ଼ର ସୁକମା ଜିଲାରେ ଥିବା କିସ୍ତରାମ ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା ପୁଣି ଥରେ ଦେଖିବାକୁ ମିଳିଛି। ବୁଧବାର ରାତିରେ ଏଠାରେ ମାଓବାଦୀଙ୍କ ଆକ୍ରମଣରେ ୨ଜଣ...

ବିବାହ ଭୋଜିରେ କନ୍ୟାବରଙ୍କୁ ଲୋକେ ଉପହାର ଦେଲେ ପାଣିଭର୍ତ୍ତି ମାଠିଆ

ଭୋପାଳ,୨୮।୫: ମଧ୍ୟପ୍ରଦେଶରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଏଠାରେ ଏକ ବିବାହ ଭୋଜିରେ ଯୋଗଦେଇଥିବା ଲୋକେ କନ୍ୟାବରଙ୍କୁ ପାଣିଭର୍ତ୍ତି ମାଠିଆ ଉପହାର...

କମଲ ହାସନଙ୍କୁ ମିଳିଲା ଆଗୁଆ ଜାମିନ

ଚେନ୍ନାଇ,୨୦।୫: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କିଛିଦିନ ହେବ ବିବାଦ ଘେରରେ ରହିଛନ୍ତି। ମାହତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ...

ଆମେ କଂଗ୍ରେସ ସହ ଅଛୁ: ଦେବଗୌଡା

ନୂଆଦିଲ୍ଲୀ,୧୮।୫: ଜେଡି(ଏସ୍‌) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡା କହିଛନ୍ତି ଆମେ କଂଗ୍ରେସ ସହ ଅଛୁ। ହେଲେ ଏ ସମ୍ପର୍କରେ ଏବେ ସେ...

ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ...

ଅର୍ଦ୍ଧନଗ୍ନ ହୋଇ ପ୍ରାର୍ଥିପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ଅଞ୍ଜନୀ ପାଣ୍ଡେ

ରାଞ୍ଚି,୧୯।୪: ସ୍ବାଧିନ ପ୍ରାର୍ଥୀ ତଥା ଆଦିବାସୀ କିଶାନ ମଜଦୁର ପାର୍ଟି(ଏକେଏମ୍‌ପି) ନେତା ଅଞ୍ଜନୀ ପାଣ୍ଡେ ଏବେ ଚର୍ଚ୍ଚାରେ। କାରଣ ଗୁରୁବାର ସେ ରାଞ୍ଚି ଲୋକ ସଭା...

ଜଷ୍ଟିସ୍‌ ସିକ୍ରି ସିଙ୍ଗାପୁର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟର ବିଚାରପତି

ନୂଆଦିଲ୍ଲୀ,୧୬ା୭(ପି.ଟି.): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ସିକ୍ରି ସିଙ୍ଗାପୁର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ (ଏସ୍‌ଆଇସିସି)ର ବିଚାରପତି ନିଯୁକ୍ତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଜଣେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *