Posted inଜାତୀୟ

ବିବାହ, ହନିମୁନ୍‌ ପାଇଁ ୭ବର୍ଷର ଶିଶୁଙ୍କୁ ଅପହରଣ କଲେ ଯୁବକ

କାନପୁର, ୩୦।୫: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପାଖରେ ଟଙ୍କ ନ ଥିବାରୁ ନିଜ ବିବାହ ଏବଂ ହନିମୁନ ପାଇଁ ଦେଢବର୍ଷର ଶିଶୁଙ୍କୁ ଅପହରଣ କରି ନେଇ ଦେଢ ଲକ୍ଷ ଟଙ୍କାରେ ବିକିଦେଇଛନ୍ତି। ସୂଚନାଯୋଗ୍ୟ, କାନପୁରର ଡୁଡିଆମଉ ଗାଁରେ ରହୁଥିବା ରାଜୁ ସବୁତା କ୍ଷେତରେ ଚାଷ କରନ୍ତି। ତାଙ୍କ ପରିବାରରେ ସ୍ତ୍ରୀଙ୍କ ସହ ଦୁଇ ପୁଅ ଅଭିଷେକ(୯) ଏବଂ ବିବେକ(୭) ରୁହନ୍ତି। ଅଚାନକ ଗାଁରେ ଖେଳୁଥିଲାବେଳେ ବିବେକ କୁଆଡେ ପଳାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଲିସରେ ଏତଲା ଦେଇଥିଲେ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା। ପ୍ରିୟାଶୁଂ ମିଶ୍ର ନାମକ ଜଣେ ଯୁବକ ବିବେକଙ୍କୁ ନିଜ ଗାଡିରେ ବସାଇ ନେଉଥିବା ଗାଁ ଲୋକେ ଦେଖିଥିବା ପୋଲିସକୁ କହିଥିଲେ। ଫୋନ୍‌ କଲ୍‌ ଆଧାରରେ ପୋଲିସ ପ୍ରିୟାଶୁଂଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା। ମେ ୨୮ରେ ବିବାହ ବେଦୀରେ ବସିଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ପୋଲିସ ଆଗରେ ନିଜ ଭୁଲ ସ୍ବୀକାର କରିଥିଲେ ପ୍ରିୟାଶୁଂ। ବିବାହ ପରେ ହନିମୁନ୍‌ ଯିବା ପାଇଁ ଯୋଜନା କରିଥିଲି। କିନ୍ତୁ ପାଖରେ ଟଙ୍କା ନ ଥିବାରୁ ବାଧ୍ୟ ହୋଇ ଏଭଳି ଭୁଲ କରିଥିଲି ବୋଲି ସେ କହିଛନ୍ତି।


All Right Reserved By

ଭାରତରେ ୫-ଜି ସୁବିଧା ମିଳିବାରେ ହେବ ବିଳମ୍ବ !

ନୂଆଦିଲ୍ଲୀ,୨।୬: ଭାରତରେ ୫-ଜି ସୁବିଧା ମିଳିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ମୋବାଇଲ୍‌ ଇନଫ୍ରାଷ୍ଟକଚର କାର୍ଯ୍ୟ ଧୀରେ ଧୀରେ ହେଉଥିବାରୁ ୨୦୨୦ ସୁଦ୍ଧା ମଧ୍ୟ...

ସରୋଗେସୀ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୬ା୭(ପି.ଟି.): ବ୍ୟବସାୟିକ ସରୋଗେସୀକୁ ନିଷିଦ୍ଧ କରିବା ଲାଗି ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ନିଃସନ୍ତାନ ଦମ୍ପତିଙ୍କ...

ସୁପ୍ରିମକୋର୍ଟରେ କର୍ନାଟକ ଶୁଣାଣି:ଆଜି ରିପୋର୍ଟ ଦାଖଲ କରିବେ ବାଚସ୍ପତି

ନୂଆଦିଲ୍ଲୀ/ ବେଙ୍ଗାଲୁରୁ,୧୧ା୭(ପି.ଟି):କର୍ନାଟକରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏପଟେ ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫା ଦେବାରେ ଲାଗିଥିବାବେଳେ ଅନ୍ୟପଟେ ସୁପ୍ରିମକୋର୍ଟରେ ଏହାର ବିଚାର ଆରମ୍ଭ ହୋଇଛି। ଏହିକ୍ରମରେ ଗୁରୁବାର...

ବିବାହ ପାଇଁ ଏଠାରେ ଚୋରି କରୁଛନ୍ତି ଅବିବାହିତ ଯୁବକ

ରାୟପୁର,୨୯।୫: ଛତିଶଗଡ଼ରେ ବିବାହଯୋଗ୍ୟ ଯୁବକ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଆଦିବାସୀ ବହୁଳ ସରଗୁଜା, ଜଶପୁର ଆଦି ଜିଲାରେ ବାସକରୁଥିବା ନଟ ସମ୍ପ୍ରଦାୟରେ ଅବିବାହିତ...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ...

ଖେଚୁଡି ପ୍ରସ୍ତୁତିଠାରୁ ଆରମ୍ଭ କରି ରୁଟି ବେଲି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୫।୫: ଲୋକସଭା ନିର୍ବାଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାର ଏବେ...

ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ଅନୁଷ୍ଠିତ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ...

ଚାଓମିନ ଚଟ୍‌ନୀ ଖାଇବାରୁ ଅକାମୀ ହେଲା ଶିଶୁଙ୍କ ଫୁସ୍‌ଫୁସ୍‌

ଯମୁନାନଗର,୨୪।୬: ଯଦି ଆପଣ ଚାଓମିନ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ୍‌। ହରିୟାଣାର ଯମୁନାନଗରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *