Posted inଖେଳ

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲା

ଲଣ୍ଡନ, ୨୯।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ଼ା ମାସଧରି ଏବେ ଦେଖିବାକୁ ମିଳିବ ବ୍ୟାଟ୍‌, ବଲ୍‌ର ରୋମାଞ୍ଚ। ଆସିବ କ୍ରିକେଟ ଫିଭର। ଇଂଲଣ୍ଡର ୧୧ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗନେବେ ବିଶ୍ୱର ଶ୍ରେଷ୍ଠ ୧୦ ଦଳ। ଆୟୋଜକ ଇଂଲଣ୍ଡ ସମେତ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଏଥିରେ ଭାଗ୍ୟ ପରୀକ୍ଷା କରିବେ। ଲଣ୍ଡନର କେନିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଜୁନ ୫ରେ ସାଉଥାମ୍ପଟନର ରୋଜ୍‌ ବାଉଲ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ଭାରତ ଏହାର ଅଭିଯାନ ଆରମ୍ଭ କରିବ।
କ୍ରିକେଟ ବିଶ୍ୱକପର ୪୪ ବର୍ଷର ଇତିହାସରେ ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ଟାଇଟଲ ହାସଲ କରିଛି। ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଏହି ଦଳ ପିନ୍ଧିଛି ବିଜୟ ମୁକୁଟ। ଅର୍ଥାତ୍‌ ଏହି ଦଳ ଏଥର ଡିଫେଣ୍ଡିଂ ଚାମ୍ପିୟନଭାବେ ବିଶ୍ୱକପରେ ଅବତୀର୍ଣ୍ଣ ହେବ। ଭାରତ ୧୯୮୩ ଓ ୨୦୧୧ରେ ଏବଂ ଓ୍ବେଷ୍ଟଇଣ୍ଡିଜ ୧୯୭୫ ଓ ୧୯୭୯ରେ ୨ ଥର ଲେଖାଏ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ପାକିସ୍ତାନ(୧୯୯୨) ଓ ଶ୍ରୀଲଙ୍କା(୧୯୯୬) ଥରେ ଲେଖାଏ ଟ୍ରଫି ଜିତିବାର ସ୍ବାଦ ପାଇଥିବାବେଳେ ଇଂଲଣ୍ଡ ପାଇଁ ଏହା ଏପର୍ଯ୍ୟନ୍ତ ଅପହଞ୍ଚ ଇଲାକା ହୋଇ ରହିଛି। ଦଳ ୧୯୭୯, ୧୯୮୭ ଓ ୧୯୯୨ରେ ଫାଇନାଲ ଖେଳିଥିଲେ ହେଁ ୩ ଥର ଯାକ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। ଏଥର ଆୟୋଜକଭାବେ ଇଂଲଣ୍ଡ ଟାଇଟଲ ଦାବିଦାରଭାବେ ଉଭା ହୋଇଛି। ଇଂଲଣ୍ଡ ପାଇଁ ବିଶ୍ୱକପ ଆୟୋଜନ ଏହା ପ୍ରଥମ କଥା ନୁହେଁ। ପୂର୍ବରୁ ଏହି ଦେଶରେ ୧୯୭୫, ୧୯୭୯, ୧୯୮୩ ଓ ୧୯୯୯ରେ ବିଶ୍ୱକପ ଆୟୋଜିତ ହୋଇଛି। ତେବେ ଏଥର ଖେଳାଳିଙ୍କ ଫର୍ମ ବିଶ୍ୱକପକୁ ହଟ୍‌ ଫେଭରାଇଟ ସିଟ୍‌ରେ ବସାଇଛି।
ଏଥର ପ୍ରତିଯୋଗିତାରେ ଭାଗ ନେଉଥିବା ଦଳ ଗୁଡ଼ିକ ପରସ୍ପର ସହିତ ଖେଳିବା ପରେ ଶ୍ରେଷ୍ଠ ୪ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ପ୍ରଥମ ସେମିଫାଇନାଲ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଜୁଲାଇ ୯ ଓ ଦ୍ୱିତୀୟ ସେମିଫାଇନାଲ ଏଜବାଷ୍ଟନଠାରେ ଜୁଲାଇ ୧୧ରେ ଖେଳାଯିବ। ମେଗା ଫାଇନାଲ କ୍ରିକେଟର ମକ୍କାଭାବେ ପରିଚିତ ଲଡର୍‌ସ ଗ୍ରାଉଣ୍ଡରେ ଜୁଲାଇ ୧୪ରେ ଅନୁଷ୍ଠିତ ହେବ। କ୍ରିକେଟର ଏହି ସର୍ବୋଚ୍ଚ ପ୍ରତିଯୋଗିତା ପାଇଁ କ୍ରୀଡ଼ା ପ୍ରେମୀଙ୍କ ନିକଟରେ ଏବେ ନାହିଁ ନ ଥିବା ଉତ୍କଣ୍ଠା। ଭାରତୀୟ ଦଳର ଶୁଭ ମନାସି ଏବେ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା। ଇଂଲଣ୍ଡ, ଅଷ୍ଟ୍ରେଲିଆ ସହିତ ଭାରତ ହଟ୍‌ ଫେଭରାଇଟ ତାଲିକାରେ ଥିବାରୁ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଏବେ କେବଳ ଟୁର୍ନାମେଣ୍ଟ ଆରମ୍ଭକୁ ଅପେକ୍ଷା।


All Right Reserved By

Posted inଖେଳ

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ ତ୍ରୁଟି

ଲଣ୍ଡନ/ମେଲବୋର୍ନ, ୧୬ା୭ (ପି.ଟି.)-ରବିବାର ଲଡର୍‌ସଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂରେ ଏକ ତ୍ରୁଟି ରହିଥିବା ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ସିମନ ଟଫେଲ ଏବଂ କେ....

ୟୁରୋ ଟି୨୦ ସ୍ଲାମ ଲିଗ୍‌ ଖେଳିବେ ଷ୍ଟେନ୍‌

ନୂଆଦିଲ୍ଲୀ, ୨।୭(ପି.ଟି.)- ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିବା ଦକ୍ଷିଣ ଆଫ୍ରିକା ଷ୍ଟାର୍‌ ବୋଲର ଡେଲ୍‌ ଷ୍ଟେଇନ୍‌ ୟୁରୋ ଟି୨୦ ସ୍ଲାମ...

କ୍ରିକେଟ୍‌ ଅଧିନାୟକଙ୍କ ନାଁରେ ସୋସିଆଲ ମିଡିଆରେ ଲେଖିବାରୁ ଡାକ୍ତରଙ୍କ ବଦଳି

ଢାକା, ୨।୭: ବାଲାଂଦେଶ କ୍ରିକେଟ ଦଳର ଅଧିନାୟକ ମାଶ୍ରାଫି ମୋର୍ତ୍ତାଜାଙ୍କ ବିରୋଧରେ ଲେଖିବାରୁ ଜଣେ ଜଣାଶୁଣା ଡାକ୍ତରଙ୍କୁ ଏକ ଦୁର୍ଗମ ଅଞ୍ଚଳକୁ ବଦଳି କରାଯାଇଛି। ଶିଶୁ...

କେଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଥିବା କଥାକୁ ଅସ୍ବୀକାର କଲେ ସୋନଲ୍‌

ମୁମ୍ବାଇ: ବଲିଉଡ ନାୟିକାଙ୍କ ସହ ଭାରତୀୟ କ୍ରିକେଟ ଦଳର ଖେଳାଳୀଙ୍କ ସମ୍ପର୍କ କଥା କିଛି ନୂଆ ନୁହେଁ। ଅନୁଷ୍କା ଶର୍ମା-ବିରାଟ କୋହଲୀ, ସାଗରିକା ଘାଟକେ-ଜାହୀର ଖାନ୍‌,...

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି...

ସଚିନଙ୍କ ସମକକ୍ଷ ହେବାକୁ କୋହଲି ନିକଟରେ ସୁଯୋଗ

ଲଣ୍ଡନ, ୯।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରରେ ଆଉଏକ ମାଇଲଖୁଣ୍ଟ ତଥା ରେକର୍ଡର ନିକଟତର ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ରବିବାର ଭାରତ...

ଦଳୀୟ ନିଷ୍ପତ୍ତି ଥିଲା: ଶାସ୍ତ୍ରୀ

ଲର୍ଡସ,୧୩।୭- ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ବ୍ୟାଟିଂ କ୍ରମର ୭ମ ସ୍ଥାନରେ ପଠାଇବାର କାରଣ ସ୍ପଷ୍ଟ କରିଛନ୍ତି...

ବିଶ୍ୱକପ୍‌ରେ ଦଳୀୟ ସ୍କୋର ୫୦୦ ଛୁଇଁବାର ଆଶା

ଲଣ୍ଡନ,୧୭ା୫- ଗତ ବିଶ୍ୱକପ୍‌ ପରଠାରୁ ଦୁଇ ଥର ଦିନିକିଆ ଦଳଗତ ସ୍କୋର ରେକର୍ଡ ଭାଙ୍ଗି ସାରଛି। ଏବେ ଇଂଲଣ୍ଡ ଦଳ ନାମରେ ସର୍ବାଧିକ ଦଳଗତ ସ୍କୋର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *