ମା’ଯୋଗମାୟା ଭାଗବତ ପ୍ରତିଯୋଗିତା: ବାଘୁଆପଲ୍ଲୀ ଚାମ୍ପିୟନ

ବୋଲଗଡ଼,୨୯ା୫(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତ ଗ୍ରାମସ୍ଥିତ ରାମଲୀଳା ସ୍ଥଳରେ ଚାଲିଥିବା ମା’ଯୋଗମାୟା ଭାଗବତ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରତିଯୋଗିତାରେ ଭାପୁର ବ୍ଲକର ବାଘୁଆପଲ୍ଲୀ ଭାଗବତ ମଣ୍ଡଳୀ ଚାମ୍ପିୟନ ହୋଇଛି। ବୋଲଗଡ଼ ବ୍ଲକର ଖଉରୁଣୀ ଭାଗବତ ମଣ୍ଡଳୀ ମୋଟ ୪୬ ପଏଣ୍ଟ ପାଇ ରନର୍ସ ଅପ୍‌ ସିଲ୍‌ ପାଇଥିଲା। ଅନ୍ୟ ପକ୍ଷରେ ବାଘୁଆପଲ୍ଲୀ ଭାଗବତ ମଣ୍ଡଳୀ ମୋଟ ୬୧ ପଏଣ୍ଟ ପାଇ ଚାମ୍ପିୟନ ସିଲ୍‌ ପାଇଛି । ଶ୍ରେଷ୍ଠ ଗାୟକ ଏବଂ ବାୟକ ଭାବେ ମଧ୍ୟ ବାଘୁଆପଲ୍ଲୀ ଭାଗବତ ମଣ୍ଡଳୀକୁ ପୁରସ୍କୃତ କରାଯାଇଛି । ସେହିପରି ଖଉରୁଣୀ ଭାଗବତ ମଣ୍ଡଳୀର ପାଳିଆମାନେ ଶ୍ରେଷ୍ଠ ପାଳିଆ ହୋଇଛନ୍ତି । ଗ୍ରାମର ମା’ଯୋଗମାୟା ଭାଗବତ ମଣ୍ଡଳୀ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆୟୋଜକଙ୍କ ପକ୍ଷରୁ ସଭାପତି ପଦ୍ମନାଭ ଖଟାଇ, ସମ୍ପାଦକ ଶେଷଦେବ ଖଟାଇ ଏବଂ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀଧର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ା ବିଚାରକ ଭାବେ ଦାଶରଥି ପଟ୍ଟନାୟକ, ଯଦୁମଣି ବିଶ୍ୱାଳ, ପୁରନ୍ଦର ମହାରଣା ଓ ନବକିଶୋର ମାଝି ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ। ଗଣେଶ୍ୱର ଖଟାଇ ଏବଂ ରମେଶ ଚନ୍ଦ୍ର ଭୋଳ ପରିଚାଳନାରେ ସହଯୋଗ କରିଥିଲେ ।


All Right Reserved By

ନିଖୋଜ ୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ,୮ା୭(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ଦୀର୍ଘ ୧୧ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ମତ୍ସ୍ୟଜୀବୀଙ୍କ ସହ ଏକ ମାଛଧରା ବୋଟକୁ ଉଦ୍ଧାର...

୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

କୋରେଇ,୯ା୭(ସ୍ବ.ପ୍ର)- ପାଣିକୋଇଲି ପୋଲିସ ୧ କୁଇଣ୍ଟାଲ ୭ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ମଙ୍ଗଳବାର ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ...

ଅସୁସ୍ଥତା ଯୋଗୁ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା: ୧୭ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ

ରତ୍ନଗିରି,୨୦ା୬(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରଞ୍ଜନ ଦଳେଇ (୨୩) ସ୍ତ୍ରୀଙ୍କ...

ବାର୍‌ହା ଆକ୍ରମଣରେ ମହିଳା ଗୁରୁତର

ନୟାଗଡ଼ ଅଫିସ,୨୧ା୪: ଓଡ଼ଗାଁ ଥାନା ପେଟେଇଚଣ୍ଡୀ ମନ୍ଦିର ପଛପଟେ ଥିବା କାଜୁ ଜଙ୍ଗଲରେ ଶନିବାର ବାର୍‌ହା ଆକ୍ରମଣ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ...

ବିଦ୍ୟାଳୟ ହେଲା ଅତିଥି ଭବନ: ବ୍ୟବସ୍ଥାରେ ପରିବର୍ତ୍ତନର ପ୍ରଭାବ

ପାରାଦୀପ,୫ା୬(ସ୍ବ.ପ୍ର.): ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ସାଙ୍ଗକୁ ଘରୋଇକରଣ ପ୍ରଭାବରେ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାର ପ୍ରତିଫଳନ ଅନେକ କ୍ଷେତ୍ରରେ ଦେଖିବାକୁ...

ଭୂତମୁଣ୍ଡାଇରେ ଟ୍ରକ୍‌ ଟର୍ମିନାଲ ନିର୍ମାଣକୁ ବିରୋଧ

କୁଜଙ୍ଗ,୨୯ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପଞ୍ଚାୟତ ନିକଟବର୍ତ୍ତୀ ଜାତୀୟ ରାଜପଥ ପାର୍ଶ୍ୱରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲକୁ ବିରୋଧ...

୨ବର୍ଷ ବିତିଲା ହୋଇପାରୁନି ନୂତନ ଷ୍ଟ୍ରକ୍‌ଚର କାର୍ଯ୍ୟକ୍ଷମ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୬-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ପଞ୍ଚାୟତ ଜାଗିରି ଖଇରପଟିଠାରେ ଏକ ନୂତନ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ ହେବାର ୨ ବର୍ଷ ବିତିଲାଣି। ହେଲେ...

ଶ୍ରୀରାମଲୀଳା ଉଦ୍‌ଯାପିତକଳାକାରଙ୍କ ଉଜାଗର, ସାତ୍ତ୍ୱିକ ଭୋଜନ ନିୟମ

ଟାଙ୍ଗୀ(ଖୋର୍ଦ୍ଧା),୨୧ା୫(ଡି.ଏନ.ଏ.)-ସମାଜରେ ଆଧ୍ୟାମତ୍ିକତା, ନୈତିକତା ଓ ସତ୍ୟନିଷ୍ଠାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ମୁକ୍ତାକାଶ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *