ବିପର୍ଯ୍ୟୟ କାରଣ ନେଇ ୩୦ରେ ଆଲୋଚନା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କଂଗ୍ରେସ ପ୍ରଦର୍ଶନ ଖରାପ ହେବାପରେ ରାଜ୍ୟରେ ଦଳୀୟ ନେତାମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ବାପ-ପୁଅ ରାଜନୀତି କଥା ଉଠାଇ ରବିବାର ବରିଷ୍ଠ ନେତା କାହ୍ନୁ ଲେଙ୍କା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଥିଲେ। ହେଲେ ନିରଞ୍ଜନ କଥା ବୁଲାଇ ଆଉ ଗୋଟିଏ ତଥ୍ୟ ରଖୁଛନ୍ତି। ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଏଆଇସିସି ଓ ଜିଲା କମିଟି ପ୍ରାର୍ଥୀ କରିଥିବା ନିରଞ୍ଜନ କହିଛନ୍ତି। ହେଲେ କେବଳ ନିରଞ୍ଜନ ନୁହନ୍ତି ଦଳର ଆହୁରି ଅନେକ ନେତାଙ୍କ ପରିବାର ପିଛା ଦୁଇ ଦୁଇଟା ଟିକେଟ ମିଳିଲା। ନରସିଂହ ମିଶ୍ର ଏବଂ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଜର୍ଜ ତିର୍କୀ ଓ ରାଜେଶ ଜୋଶେଫ ତିର୍କୀ, ଅନନ୍ତ ସେଠୀ ଝିଅ ମଧୁମିତା ସେଠୀ, ଭକ୍ତ ଦାସ ପୁଅ ସାଗର ଦାସ ଏଥର ଟିକେଟ ନେଇ ନିର୍ବାଚନ ଲଢିଥିଲେ। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତ ପ୍ରାର୍ଥୀ ହାରିଥିବା ବେଳେ କେବଳ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ପୂର୍ବରୁ ଏନେଇ ଦଳ ଭିତରୁ ବହୁ ନେତା ପ୍ରଶ୍ନ ଉଠାଇଥିଲେ। ହେଲେ ବର୍ତ୍ତମାନ ଫଳାଫଳ ପ୍ରକାଶ ପାଇବାପରେ ପାରିବାରିକ ରାଜନୀତି କଥାକୁ ନେଇ ନିରଞ୍ଜନଙ୍କ ବିରୋଧରେ ବିରୋଧୀ ସିଧାସିଧା ଅଭିଯୋଗ କଲେଣି।
ଅପରପକ୍ଷରେ ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କାରଣ ଖୋଜିବାକୁ ପିସିସି ସଭାପତି ଏକ ୨୧ଜଣିଆ କମିଟି ଗଠନ କରିଛନ୍ତି। ନରସିଂହ ମିଶ୍ରଙ୍କୁ କମିଟି ଅଧ୍ୟକ୍ଷଭାବେ ଦାୟିତ୍ୱ ଦିଆଯାଇଛି। କିନ୍ତୁ ୩୦ତାରିଖରେ ଏଆଇସିସିର ଏକ ଟିମ୍‌ ଏହି ପ୍ରସଙ୍ଗକୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରିବେ। ବୈଠକରେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ୍‌ ସିଂ ଦେଓ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ବିଜୟୀ ଓ ପରାଜିତ ପ୍ରାର୍ଥୀମାନେ ମଧ୍ୟ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ସେଦିନ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ବଛାଯିବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି। ହେଲେ ଏସବୁ କାର୍ଯ୍ୟକ୍ରମକୁ ଦଳର ବହୁ ବରିଷ୍ଠ ନେତା ସମାଲୋଚନା କରିବା ଆରମ୍ଭ କଲେଣି। ନିରଞ୍ଜନଙ୍କ ଭୁଲ୍‌ ତ୍ରୁଟିକୁ ଘୋଡାଇବା ପାଇଁ ଏଭଳି ବାହାନା କରାଯାଉଥିବା କିଛି ନେତା କହିଲେଣି। ଅନ୍ୟପଟେ କାରଣ ଖୋଜିବା ପାଇଁ ଗଠନ କରାଯାଇଥିବା ୨୧ ଜଣିଆ କମିଟିକୁ ମଧ୍ୟ ସମସ୍ତେ ବିଶ୍ୱାସକୁ ନେଇପାରୁ ନାହାନ୍ତି। ହେଲେ ଆସନ୍ତା ୩୦ରେ ହେବାକୁ ଥିବା ବୈଠକରେ ଦଳୀୟ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେବାରେ ଲାଗିଛି।
ଦଳର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଦଳର ପ୍ରଦର୍ଶନ କାହିଁକି ଏତେ ଖରାପ ହେଲା ସେନେଇ ଖୋଲାଖୋଲି ଭାବେ ଆଲୋଚନା ହେଉ। କ’ଣ ତ୍ରୁଟି ରହିଲା ତାର ସମୀକ୍ଷା ହେବା ଆବଶ୍ୟକ। ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ଥିବା ନେତାଙ୍କ ମଧ୍ୟରୁ କେତେଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ତେବେ ସମୀକ୍ଷା ପୂର୍ବରୁ ପିସିସି ସଭାପତି ପଦ ନିରଞ୍ଜନ କାହିଁକି ଛାଡିଲେ ସେକଥା ସ୍ପଷ୍ଟ ହେବା ଆବଶ୍ୟକ। ତାଙ୍କ ଇସ୍ତଫା କଥା କେହି ଦାବି କରି ନାହାନ୍ତି, ଦଳର ଭୁଲ୍‌କୁ ଖୋଜି ତା’ର ସମାଧାନ କଥା କହିଥିଲୁ ବୋଲି ଛାଡିଛନ୍ତି। ବରିଷ୍ଠ ନେତା ଅନନ୍ତ ସେଠୀଙ୍କ କହିବା କଥା, ପିସିସି ସଭାପତି ଇସ୍ତଫା ଦେବାପରେ କୌଣସି କମିଟିରେ ଆମେ ନାହୁଁ। ଦଳ ବିରୋଧରେ ଏବେ ବହୁତ କଥା ଚର୍ଚ୍ଚା ହେବ। ଆଗକୁ କ’ଣ ହେଉଛି ତାହା ଦେଖିବା ଦରକାର। ବୈଠକ ହେବା ନେଇ କୌଣସି ଖବର ତାଙ୍କ ପାଖରେ ନ ଥିବା ଅନନ୍ତ କହିଛନ୍ତି।
ଏସବୁ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସ ଯେଉଁ ରଣନୀତିରେ ନିର୍ବାଚନ ଲଢିଛି ତାହା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ଆବଶ୍ୟକ। ଲୋକମାନେ ଏବେ ପ୍ରଲୋଭନର ଶିକାର ହେଲେଣି। କଂଗ୍ରେସର ଭୋଟ୍‌ ପ୍ରତିଶତ କମିବା ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା। ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ନଚେତ୍‌ ଦଳକୁ ଆହୁରି ନେତା ଓ କର୍ମୀ ଚାଲିଯିବେ ବୋଲି ପ୍ରଦୀପ କହିଛନ୍ତି।


All Right Reserved By

୩୦ ଫୁଟ ଲମ୍ବ ଲୁଣାଘେରି ବନ୍ଧରେ ଘାଇ: ଶତାଧିକ ଚାଷଜମିରେ ଧାନ ନଷ୍ଟ

ମହାକାଳପଡ଼ା,୧୯।୭(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉଚ୍ଚ ଜୁଆର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଖରିନାସୀର ୮ଶହ ଏକର ଅଞ୍ଚଳରେ ଲୁଣାଘେରି ବନ୍ଧରେ ତିରିଶ ଫୁଟ ଲମ୍ବର...

ବେଦିରେ ବସିବା ପୂର୍ବରୁ ବନ୍ଧାହେଲା କୋକେଇ

କେନ୍ଦୁଝର,୧୧।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କେନ୍ଦୁଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ବରବେଶ ହେବାକୁ ଥିବା ଜଣେ ଯୁବକ...

ଘର ଭଙ୍ଗା ତଥ୍ୟର ରହୁନି ତାଳମେଳ: ତହସିଲଦାର, ବିଡିଓଙ୍କୁ ଘେରିଲେ ବିପନ୍ନ

ଗୋପ, ୬।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନମାନେ ଏବେ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଥିବାବେଳେ ସରକାରୀ ସହାୟତା ପାଇବା ଲାଗି ବ୍ଲକ ଓ...

ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ : ହଂକଂରେ ଭାରତରୁ ପ୍ରତିନିଧିତ୍ୱ କରିବେ ଶରଣ୍ୟା

ଭୁବନେଶ୍ୱର,୧୭।୫(ବ୍ୟୁରୋ):  ଗତ ଏପ୍ରିଲ ୨୭ରୁ ୨୯ ପର୍ଯ୍ୟନ୍ତ କେରଳର କୋଝିକୋଡ଼ଠାରେ ଅନୁଷ୍ଠିତ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ ୨୦୧୯ରେ ବାଜି ମାରିଛନ୍ତି ଆଉ ଜଣେ ଓଡ଼ିଆ। ଜୁନିୟର...

ବଡ଼ଚଣାରେ ବାଜିମାରିଲା ବିଜେଡି

ଯାଜପୁର ଅଫିସ୍‌, ୨୩।୫- ବଡ଼ଚଣା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅମର ଶତପଥୀ ୧୩୯୧ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଅମର ନାୟକଙ୍କୁ ହରାଇଛନ୍ତି।

ଧର୍ମେନ୍ଦ୍ରଙ୍କୁ ପୁଣି ପେଟ୍ରୋଲିୟମ ବିଭାଗ ଦାୟିତ୍ୱ; ପ୍ରତାପଙ୍କୁ ମିଳିଲା ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ

ନୂଆଦିଲ୍ଲୀ,୩୧।୫: ଚଳିତ ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ବିପୁଳ ବିଜୟ ସହ କେନ୍ଦ୍ରରେ ସରକାର ଗଢ଼ିଛି। ଗୁରୁବାର ମୋଦି ସରକାରଙ୍କ ନୂତନ...

ମୁଲତବୀ ପ୍ରସ୍ତାବକୁ ନେଇ ହଟ୍ଟଗୋଳ: ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧।୭(ବ୍ୟୁରୋ) କୃଷି ଓ କୃଷକଙ୍କ ମୁଲତବୀ ପ୍ରସ୍ତାବ କାହିଁକି ଗ୍ରହଣ କରାଗଲାନାହିଁ, ଏହାର ଜବାବ ଦିଆଯାଉ ତା’ପରେ ଗୃହ ଚାଲିବ। ସୋମବାର ପ୍ରଶ୍ନୋତ୍ତର ଆରମ୍ଭରୁ କଂଗ୍ରେସ...

ବାରକୋଟରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣା: ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟରୁ କଲରାପତରିଆ ବାଘ ଚମଡ଼ା ର଼୍ୟାକେଟ୍‌ ଧରାପଡ଼ିବା ଘଟଣାରେ କ୍ରାଇମବ୍ରାଞ୍ଚ ୩ ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେଇଛି। ପରେ କ୍ରାଇମବ୍ରାଞ୍ଚ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *