Posted inଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ୮ ରାଷ୍ଟ୍ରର ନେତା

ନୂଆଦିଲ୍ଲୀ,୨୮ା୫: ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଏହି ଉତ୍ସବରେ ବାଂଲାଦେଶ, ମ୍ୟାନ୍‌ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ନେତାମାନେ ଯୋଗଦେବେ। ଭାରତ ସରକାରଙ୍କ ପକ୍ଷରୁ ବିମ୍‌ଷ୍ଟେକ୍‌ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ପଡୋଶୀ ପ୍ରଥମ ନୀତିକୁ ସରକାର ପ୍ରାଧାନ୍ୟ ଦେଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଅଧ୍ୟକ୍ଷ ଥିବା କିର୍‌ଗିଜ ରିପବ୍ଲିକ୍‌ ଏବଂ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ହୋଇଥିବା ମରିସସ୍‌ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ସରକାରୀ ମୁଖପାତ୍ର କହିଛନ୍ତି। ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ସମସ୍ତ ସାର୍କ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିଲା।
ଗୁରୁବାର ରାତି ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଶନିବାର ମୋଦଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ଏବଂ ସରକାର ଗଠନ ଲାଗି ତାଙ୍କୁ ଆମନ୍ତ୍ରଣ କରିଥିଲେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫୪୨ ଆସନ ଲାଗି ନିର୍ବାଚନ ହୋଇଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୫୩ ଆସନରେ ବିଜୟୀ ହୋଇଛି।


All Right Reserved By

ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିବାରୁ ତଡା ଖାଇଲେ ଯୁବକ: ସେହି ରାଗରେ କଲେ ଏମିତି

ଲକ୍ଷ୍ନୌ, ୨୬।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କୁ ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିଯାଇଥିବାରୁ ତଡା ଖାଇବାକୁ...

ଆର୍‌ଜେଡି ଛାଡ଼ିଲେ ଫାତ୍‌ମି

ପାଟନା,୧୮ା୪(ପି.ଟି.): ବରିଷ୍ଠ ଆରଜେଡି ନେତା ମହମ୍ମଦ ଅଲି ଅଶ୍ରଫ୍‌ ଫାତ୍‌ମି ବୁଧବାର ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଜସ୍ବୀ ଯାଦବଙ୍କ ବ୍ୟବହାରକୁ ନେଇ...

‘ମୋଦି ସ୍ତ୍ରୀଙ୍କ କଥା ଛାଡି ପ୍ରଥମେ ମାୟାବତୀ ନିଜେ ବିବାହ କରନ୍ତୁ’

ନୂଆଦିଲ୍ଲୀ, ୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାହକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଦେଇଥିବା ମନ୍ତବ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ...

ମଧ୍ୟ ପ୍ରଦେଶର ୨୮ ଆସନରେ ଭାଜପା ଆଗରେ ୨୮ହଜାରରେ ସିନ୍ଧିଆ ପଛରେ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ପ୍ରାୟ ୨୮ ଆସନରେ ଭାଜପା ଆଗରେ ଥିବା ବେଳେ ଏଠାକାର କଂଗ୍ରେସର ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୮ ହଜାର ଭୋଟରେ ପଛରେ...

ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ: ଖୁସିରେ ମାଗଣାରେ ବୁଟ୍‌ ପଲିସ୍‌ କଲେ ଲଣ୍ଡ୍ରି ମାଲିକ

ଇନ୍ଦୋର,୩୦।୫: ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶର ଶାସନ ଡୋର ଧରୁଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରର ରେଡିଶନ ଛକରେ ଜଣେ ଲଣ୍ଡ୍ରି ମାଲିକ ମାଗଣାରେ ବୁଟ୍‌...

ମୋଦି ଅତିଥିଙ୍କ ପାଇଁ ‘ଶାହୀ ଦାଓ୍ବତ’

ନୂଆଦିଲ୍ଲୀ,୨୯।୫: ନରେନ୍ଦ୍ର ମୋଦି ଔପଚାରିକତା ଭାବେ ଦ୍ୱିତୀୟ ଥର ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଲାଗି...

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ କଂଗ୍ରେସ ସହ ଆମ ଆଦମୀ ପାର୍ଟି(ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଶନିବାର ଏଏପି ସୂଚନା ଦେଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଡିଆ...

ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ, ୨୦।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୂର୍ବ ଦିଲ୍ଲୀର ବିବେକ ବିାହର ଥାନାରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *