ବାଗଡ଼ିଆ ଅଞ୍ଚଳରେ କାଳବୈଶାଖୀ: ବ୍ୟାପକ କ୍ଷୟକ୍ଷତି

ଛେଣ୍ଡିପଦା,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ହୋଇଛି। ଝଡତୋଫାନ ସହ କୁଆପଥର ବୃଷ୍ଟିପାତ ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି। ଏଥିଯୋଗୁ ଅଧିକାଂଶ ଲୋକଙ୍କ ଚାଳଛପର ଘର, ଗୁହାଳ ଘର, ଆଜବେଷ୍ଟସ, ଟାଇଲ ଛପର ଆଦି ଭାଙ୍ଗି ଯାଇଛି । ସେହିପରି କେତେକ ସ୍ଥାନରେ ବଡ ବଡ ଗଛ ମଧ୍ୟ ଭାଙ୍ଗିଯାଇଛି। ଫଳରେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଗଡିଆ, ପାତ୍ରପଡା, ଖମାର, ନୂଆଗାଁ, ତେଲିସାହି, ବସନ୍ତପୁର, ଶିମିଳିପାଳ, ମାଛକୁଟା, ଟାଙ୍ଗିରୀ, ପାଟକୁମୁଣ୍ଡା ଆଦି ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଜରପଡା, ଦୁର୍ଗାପୁର, କତଡା, ଜେରେଙ୍ଗ ଆଦି ସ୍ଥାନରେ ଝଡତୋଫାନ, କୁଆପଥର ସହ ବୃଷ୍ଟିପାତ ହୋଇଛି। ବ୍ଲକ ପ୍ରଶାସନ ତଥା ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।


All Right Reserved By

ଢେଙ୍କାନାଳ କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୭୧.୨୮%, ସୁବ୍ରତ ଟପ୍ପର

ଢେଙ୍କାନାଳ ଅଫିସ, ୩୦।୫: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ପରୀକ୍ଷା ଫଳ ବୁଧବାର ସକାଳ ସାଢ଼େ ୯ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ରହିଛି...

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

କଣିହାଁ/ ଛେଣ୍ଡିପଦା/ ଭୁବନ/ ପରଜଙ୍ଗ, ୧୯।୪ (ଡି.ଏନ୍‌.ଏ.)- ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ଠକିଛନ୍ତି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ଭାଜପା ଉଦ୍ୟମ...

ନାଲ୍‌କୋ ଅଞ୍ଚଳରେ ସାବିତ୍ରୀ ଓଷା

ଅନୁଗୋଳ ଅଫିସ,୩ା୬: ନାଲ୍‌କୋ ଓ ବଅଁରପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ସୋମବାର ସାବିତ୍ରୀ ଓଷା ପାଳିତ ହୋଇଛି। ଏଥିପାଇଁ ସକାଳୁ ନାଲ୍‌କୋର ଜଗନ୍ନାଥ ମନ୍ଦିରରେ ମହିଳାମାନଙ୍କ...

କାର୍ଯ୍ୟକ୍ଷମ ହୋଇନି ନାଲ୍‌କୋ ସୋକାଷ୍ଟିଙ୍ଗ ପ୍ଲାଣ୍ଟ: ପାଣିରେ ପଡ଼ିଲା ୧୦୦ କୋଟି

ବଅଁରପାଳ, ୨୯।୪ (ଡି.ଏନ୍‌.ଏ.)  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ଥିବା ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟ ଉଦ୍‌ଘାଟନ ହେବାର ୬ ବର୍ଷ...

ଉଚ୍ଛେଦ ପ୍ରକ୍ରିୟା ବିଳମ୍ବକୁ ନେଇ ଉତ୍ତେଜନା

ବଇଣ୍ଡା,୪।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ଗ୍ରାମ ଦେଇ ଯାଇଥିବା ୫୫ନଂ. ଜାତୀୟ ରଜପଥ ପାର୍ଶ୍ୱରୁ ମଙ୍ଗଳବାର ଉଚ୍ଛେଦ ବିଳମ୍ବକୁ ନେଇ ଉତ୍ତେଜନା ଦେଖାଦେଇଥିଲା।...

ଦୁର୍ଗ ଭେଦିବାକୁ ଭାଜପାର କସରତ

ପରଜଙ୍ଗ, ୨୧।୪(ଡି.ଏନ.ଏ.) ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକ ସଭା କ୍ଷେତ୍ର ଢେଙ୍କାନାଳରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ଅନୁଷ୍ଠିତ ହେଉଛି। ପ୍ରଚାର ସରିବାକୁ...

ଦୁଇ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ତାଳଚେର,୧୧ା୬(ନି.ପ୍ର.)ତାଳଚେର ବ୍ଲକର ଡେରାଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦୁଇ ଜଣ ଶିକ୍ଷକ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକର ଶହୀଦ୍‌...

ଢିପସାହିରେ ବଢ଼ୁଛି ଭାଇଚାରା: ଯୁବପିଢ଼ିଙ୍କୁ ଏକାଠି କରିଛି ସଂକୀର୍ତ୍ତନ

ବନ୍ତଳା,୨୦ା୫ (ଦୀନେଶ ଦେହୁରୀ) ରାଜନୀତି ପାଇଁ ଗାଁ ଗାଁ ଆଜି କଳୁଷିତ। ଘର-ଘର, ସାହି-ସାହିରେ ମନ ଫଟାଫଟି। ଗୋଷ୍ଠୀ, ଦଳକୁ ନେଇ କନ୍ଦଳ ପ୍ରାୟ ସବୁଠି। ହେଲେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *