ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ବୈଲୋଚନ ବେହେରା(୩୫)। ତାଙ୍କ ଘର ହୁଣ୍ଡା ପଞ୍ଚାୟତ ତଅଁଳାହତା ଗ୍ରାମର ବାଂଶପାଳ ସାହିରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ସକାଳେ ପୋଲ ତଳେ ଯୁବକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପରିବାର ଲୋକଙ୍କ କହିବା ଅନୁସାରେ, ରବିବାର ସନ୍ଧ୍ୟା ୭ଟାରେ ବୈଲୋଚନ ଦାଦାପୁଅ ଭାଇ ଶଙ୍କରଙ୍କ ସହ କୌଣସି କାମରେ ବାହାରକୁ ଯାଇ ଆଉ ଫେରି ନ ଥିଲେ। ବୈଲୋଚନଙ୍କ ମୃତଦେହ ମିଳିବା ପରେ ପୋଲିସ ଶଙ୍କରଙ୍କୁ ଖୋଜିବାରେ ଲାଗିଛି।


All Right Reserved By

ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣରେ ଅନିଶ୍ଚିତତା: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱର ସଦର ବ୍ଲକ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀରେ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ କ୍ରିୟାନୁଷ୍ଠାନ କମିଟି...

‘ଅଧ୍ୟବସାୟ, ଉଦ୍ୟମ ବଳରେ ସବୁ କାର୍ଯ୍ୟ ସମ୍ଭବ’

ତିହିଡ଼ି, ୧୬।୭ (ଡି.ଏନ.ଏ.)- ଅଳ୍ପ ପୁଞ୍ଜି ଓ ସୀମିତ ଭିତ୍ତିଭୂମିରେ ଛତୁଚାଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ବାବଲମ୍ବୀ କରିପାରିବ। ଏଭଳି ବିଶ୍ୱାସ ନେଇ ୬ବର୍ଷ...

ଥଇଥାନ ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ୟବସାୟୀ

ଭଦ୍ରକ ଅଫିସ, ୪।୭ – ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ପରେ ରୋଜଗାର ହରାଇଥିବା ଦୋକାନୀମାନଙ୍କୁ ଥଇଥାନ ଦାବିରେ ସିପିଆଇ(ଏମ୍‌)ର ଜିଲା କମିଟି ବୁଧବାର ଜିଲାପାଳଙ୍କୁ...

ବିଦ୍ୟୁତ୍‌ ଆଘାତରେ ହେଲ୍‌ପର ମୃତ, ଡ୍ରାଇଭର ଗୁରୁତର

ବାସୁଦେବପୁର, ୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ହାବେଳିସାହୀ ନିକଟରେ ଗୁରୁବାର ରାତିରେ ଏକ ଟ୍ରକ୍‌ରୁ ବାଲି ଅନ୍‌ଲୋଡ଼ ହେଉଥିଲା। ଏହି ସମୟରେ ନିକଟଦେଇ ଯାଇଥିବା...

ସକାଳୁଆ ଆସୁନାହାନ୍ତି କର୍ମଚାରୀ

ହାଟଡିହୀ, ୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସରକାରୀ ଅଫିସକୁ କର୍ମଚାରୀ ମାନେ ସକାଳୁ ଆସିବାର ନିୟମ ଥିଲେ ବି ତାହା ଏଠାରେ ପାଳନ ହେଉ...

ଗ୍ରାହକଙ୍କୁ ଟାଣୁଛି ଜ୍ଞାନେନ୍ଦ୍ରଙ୍କ ବିରିଚକୁଳି ଆଳୁଦମ୍‌

କେନ୍ଦୁଝର, ୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ସଦର ମହକୁମାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ଜଳଖିଆ ତିଆରି ହୋଇ ବିକ୍ରି ହେଉଛି। ତେବେ ଗ୍ରାହକମାନଙ୍କ ମନମୋହୁଛି କଲେଜରୋଡରେ ଠେଲାଗାଡିରେ...

ପରିବେଶ ଆଇନ ଉଲ୍ଲଂଘନ: ବାଲିଉତ୍ସ ପରିଦର୍ଶନ କଲେ ଉଚ୍ଚ କର୍ତ୍ତୃପକ୍ଷ

ଜଳେଶ୍ୱର, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ମହମ୍ମଦନଗରପାଟଣା ପଞ୍ଚାୟତ ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣା (କ, ଖ, ଗ ଓ ଘ) ୪ଟି ବାଲି ଉତ୍ସକୁ...

ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ତେଲକୋଇ,୨୪।୫(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳ ଦେଇ ପ୍ରବାହିତ ସାମାକୋଇ ନଦୀ ଗଣ୍ଡରୁ ଗଣେଶ୍ୱର ଧୀବର (୬୩) ନାମକ ଜଣେ ବ୍ୟକ୍ତିଙ୍କର ମୃତଦେହକୁ ପୋଲିସ ଗୁରୁବାର...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *