Posted inଫୁରସତ

ଅଜବ ପରମ୍ପରା: ଯେଉଁଠି ବର୍ଷର ୫ଦିନ ଦମ୍ପତି ହୁଅନ୍ତି ଅଚିହ୍ନା

ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି। ଏହା ଅନେକ ସମୟରେ ଈଶ୍ୱରଙ୍କ ଉପରେ ପ୍ରଚଳିତ ଥିବାବେଳେ ଆଉ କେତେବେଳେ ପୂର୍ବଜଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏଭଳି ଏକ ପ୍ରଥା ରହିଛି ହିମାଚଳ
ପ୍ରଦେଶ ସ୍ଥିତ କୁଲ୍ଲୁର ପିଣି ଗଁାରେ। ଏଠାରେ କାହଁି କେଉଁ କାଳରୁ ବର୍ଷର ୫ଦିନ ଦମ୍ପତି ପରସ୍ପର ପାଇଁ ଅଚିହ୍ନା ହୋଇ ରହିବା ପରମ୍ପରା ପାଳିତ ହୋଇଆସୁଛି। କେହି କାହାରି ସହ କଥାବାର୍ତ୍ତା କରନ୍ତି ନାହଁି କି ହସଖୁସି ହୁଅନ୍ତି ନାହଁି। ଏପରିକି ମହିଳାମାନେ ଗୋଟିଏ ବସ୍ତ୍ରକୁ ୫ଦିନ ଯାଏ ପରିବର୍ତ୍ତନ କରୁ ନ ଥିବାବେଳେ ପୁରୁଷମାନେ ନିଶାଦ୍ରବ୍ୟ ସେବନଠୁ ଦୂରେଇ ରହିଥାନ୍ତି। ୧୭ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ପରମ୍ପରା ପାଳନ କରାଯାଏ। ବିଶ୍ୱାସ ରହିଛି, ଏହି ପାଞ୍ଚ ଦିନରେ ଗଁାରେ ଆତଙ୍କ ସୃଷ୍ଟିକାରୀ ରାକ୍ଷସଙ୍କ ଦୌରାତ୍ମ୍ୟର ଅନ୍ତ କରିବାକୁ ପ୍ରତ୍ୟକ୍ଷ ଦେବତା ଲାହୁଆ ଏଠାରେ ଆବିର୍ଭାବ ହୋଇଥିଲେ। ଏହି ସମୟକୁ କାଳମାସ ବୋଲି କୁହାଯାଏ। ତେଣୁ ଲାହୁଆ ଦେବତାଙ୍କୁ ସମ୍ମାନ ଜଣାଇ ଗଁାର ପରିବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରଖାଯାଏ।


All Right Reserved By

ଏହି ପେଟ୍ରୋଲ ପମ୍ପରେ ଡିଜେଲ, ପେଟ୍ରୋଲ ବ୍ୟତୀତ ମିଳିଥାଏ ଏସବୁ ସାମଗ୍ରୀ

ସାଧାରଣତଃ ପେଟ୍ରୋଲ ପମ୍ପରେ ଡିଜେଲ ଏବଂ ପେଟ୍ରୋଲ ମିଳିଥାଏ ବୋଲି ସମସ୍ତଙ୍କୁ ଜଣା। କିନ୍ତୁ ଏମିତି ଏକ ପେଟ୍ରୋଲ ପମ୍ପ ରହିଛି ଯେଉଁଠି ଡିଜେଲ, ପେଟ୍ରୋଲ...

ସର୍ବସାଧାରଣ ସ୍ଥାନରେ ଶାର୍ଟ ଖୋଲିଲେ ଦେବାକୁ ପଡ଼େ ଜରିମାନା

ଏମିତି ଏକ ଦେଶ ରହିଛି ଯେଉଁଠି ଦେହରୁ ଶାର୍ଟ ଖୋଲିଲେ ଜରିମାନା ଦେବାକୁ ପଡ଼ିଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ନିୟମ ଚାଇନାରେ ରହିଛି।...

ଯେଉଁ ଗାଁରେ ମୃତକଙ୍କୁ ନିଜଘରେ ଦିଆଯାଏ କବର

ଉତ୍ତର ପ୍ରଦେଶ ଆଗ୍ରାର ଅଛନେରା ବ୍ଲକ ଛହ ପୋଖରା ଗାଁର ମୁସଲମାନ ପରିବାରର ସଦସ୍ୟମାନେ ସେମାନଙ୍କ ପରିଜନଙ୍କ ମୃତ ଶରୀରକୁ ନିଜ ଘରେ ହିଁ କବର...

ଫାଙ୍କା ସମୟରେ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଝିଅ ସମାଇରା...

ଧାର୍ମିକସ୍ଥଳୀ ଅଦୂର: ଜାଣନ୍ତୁ କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କେରଳସ୍ଥିତ ଏକ ଧାର୍ମିକସ୍ଥଳୀ ହେଉଛି ଅଦୂର। ସଂସ୍କୃତି, ପରମ୍ପରା, ପର୍ବପର୍ବାଣି ତଥା ଆଧ୍ୟାତ୍ମିକ ସ୍ଥଳୀଗୁଡ଼ିକ ପାଇଁ ଏହି ସ୍ଥାନର ବେଶ୍‌ ଗୁରୁତ୍ୱ ରହିଛି… କେରଳର ପଥାନାମାଥିଟ୍ଟା...

କଳା ଓ ସ୍ଥାପତ୍ୟର ଅଦ୍ଭୁତ ମିଶ୍ରଣ

ନିଜ ସ୍ବପ୍ନର ଘରକୁ ସୁନ୍ଦରକରି ତୋଳିବାକୁ ସମସ୍ତେ ଚାହାନ୍ତି। ତେଣୁ ବିଭିନ୍ନ ସ୍ଥପତିଙ୍କ ସାହାଯ୍ୟ ବି ନିଅନ୍ତି। ତେବେ ଏମିତି ଜଣେ ସ୍ଥପତି ଅଛନ୍ତି, ଯେ...

ଦୁନିଆର ସବୁଠୁ କମ୍‌ ଓଜନର ଶିଶୁ: ଜନ୍ମ ବେଳେ ଓଜନ ୨୪୫ ଗ୍ରାମ୍‌, ସେଓର ଓଜନ ସହ ତୁଳନା କଲେ ଡାକ୍ତର

ଗର୍ଭାବସ୍ଥାରେ ବିଭିନ୍ନ ସମସ୍ୟା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁଟିଏର ଜନ୍ମ କିଛି ନୂଆ କଥା ନୁହେଁ। ମାତ୍ର ଅନେକ ସମୟରେ ଓଜନ କମ୍‌ ଥିବା...

ବେଡ୍‌ରୁମ୍‌ରୁ ଏମିତି ଶବ୍ଦ ଶୁଣି ଭୟରେ ଥରି ଉଠୁଥିଲେ ଦମ୍ପତି, ଜାଣନ୍ତୁ ଏ ଶବ୍ଦ କ’ଣ ଥିଲା

ଭାବିଲେ ଆପଣ ବେଡ୍‌ରୁମ୍‌ରେ ଥିବେ, ସେହି ରୁମ୍‌ରୁ ଅଜବ ଶବ୍ଦ ଆସୁଥିବ। ନା ଶାନ୍ତିରେ ବସିପାରିବେ ନା ଶୋଇପାରିବେ। ଭୟରେ ଦେହ ଥରି ଉଠିବ। ଏମିତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *