କୋଙ୍ଗୋ ଡଙ୍ଗା ବୁଡ଼ିରେ ପ୍ରାଣ ହରାଇଲେ ୩୦ ଯାତ୍ରୀ

କୋଙ୍ଗୋ,୨୭।୫: ପଶ୍ଚିମ କୋଙ୍ଗୋ ଗଣତାନ୍ତ୍ରିକ ରାଜ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ହ୍ରଦରେ ଡଙ୍ଗା ବୁଡ଼ିବାରୁ ୩୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ବହୁ ଲୋକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶନିବାର ମାଇ- ନଡୋମ୍ବେ ନିକଟରେ ଥିବା ଏକ ହ୍ରଦରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୩୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେଥିରେ ୧୨ଜଣ ମହିଳା,୧୧ଶିଶୁ ଓ ୭ ପୁରୁଷ ରହିଛନ୍ତି ବୋଲି ଇନୋଙ୍ଗୋର ମେୟର ସିମନ ଏମ୍‌ବିଓ ଓ୍ବେମ୍ବା ସୂଚନା ଦେଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି। ତେବେ ଡଙ୍ଗାରେ କେତେଜଣ ଯାତ୍ରୀ ଥିଲେ ତାହା ଏବେ ବି ସ୍ପଷ୍ଟ ହୋଇପାରି ନାହିଁ। ସେହିପରି ଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଓ ଜିନିଷ ନିଆଯାଉଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


All Right Reserved By

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ମାନିଲା,୨୩।୪: ଫିଲିପାଇନ୍ସର ଲୁଜନ ଦ୍ୱୀପରେ ସୋମବାର ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଏବେ ମୃତ୍ୟୁ ସଂଖ୍ୟା ବଢି ୯ରେ ପହଞ୍ଚିଛି। ଫିଲିପାଇନ...

୩୦ ହଜାର ମଦ୍ରାସା ଉପରେ ହେବ ସରକାରୀ ନିୟନ୍ତ୍ରଣ: ପାକିସ୍ତାନ

ଇସ୍‌ଲାମାବାଦ,୩୦।୪: ପାକିସ୍ତାନ ସରକାର ସୋମବାର ଘୋଷଣା କରିଛନ୍ତି କି ପାକିସ୍ତାନରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ମଦ୍ରାସାକୁ ମୁଖ୍ୟଧାରାର ଶିକ୍ଷା ପ୍ରଣାଳୀରେ ସାମିଲ କରାଯିବ। ପାକିସ୍ତାନ...

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୮ ଦାବିଦାର

ଲଣ୍ଡନ,୨୭ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପାଇଁ ଚାଲିଥିବା ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ଇସ୍ତାଫା ଘୋଷଣା...

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଜାକର୍ତ୍ତା,୧୮।୪: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ଏଠାରେ ଇଭିଏମ୍‌କୁ ନେଇ ବିବାଦ ସରୁନି। ବିରୋଧି ଇଭିଏମକୁ ଭାଜପାର ମେଶିନ୍‌ କହୁଥିବା...

ଗୋଟିଏ ବର୍ଷରେ ୨୦ ଲକ୍ଷ ବିଲେଇ ହତ୍ୟା କରିବେ ଅଷ୍ଟ୍ରେଲିଆ ସରକାର

କାନ୍‌ବେରା,୨।୫: ଆସନ୍ତା ୨୦୨୦ ସୁଦ୍ଧା ଅଷ୍ଟ୍ରେଲିଆ ସରକାର ୨୦ ଲକ୍ଷ ଜଙ୍ଗଲୀ ବିଲେଇ ହତ୍ୟା କରିବେ। ଏନେଇ ଯୋଜନା ପ୍ରସ୍ତୁତ ହୋଇଛି। ବିଲେଇଙ୍କ ଯୋଗୁ ଅନେକ...

ସୌରମଣ୍ଡଳ ବାହାରେ ପୃଥିବୀ ପରି ୨ ଗ୍ରହର ମିଳିଲା ସନ୍ଧାନ

ମାଦ୍ରିଦ୍‌,୨୦।୬: ସୌରମଣ୍ଡଳ ବାହାରେ ପୃଥିବୀ ପରି ୨ଟି ଗ୍ରହର ସନ୍ଧାନ ମିଳିଛି। ଦକ୍ଷିଣ ସ୍ପେନ୍‌ର ଅଲମେରିଆ ସ୍ଥିତ କେଲାର ମହାକାଶ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା...

ସେପ୍ଟେମ୍ବର ସୁଦ୍ଧା ସରିବ କରତାରପୁର କରିଡର

ଇସଲାମାବାଦ,୨।୬: ପାକିସ୍ତାନ କହିଛି କରତାରପୁର କରିଡରର ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ସରିଛି। ତେଣୁ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ...

ଜୁନ୍‌ରେ ମୋଦି-ଟ୍ରମ୍ପ ଭେଟ

ଓ୍ବାଶିଂଟନ,୨୬ା୫(ପି.ଟି.): ଜୁନ୍‌ରେ ଜି-୨୦ ସମିଟ୍‌ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *