Posted inଜାତୀୟ

ଅନ୍ୟ ମହିଳାଙ୍କ ସହ ଡାନ୍ସ କରିବା ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ଉଦୟପୁର,୨୭।୫: ରାଜସ୍ଥାନର ଉଦୟପୁରରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପନଓ୍ବାଡା ପୋଲିସ ଷ୍ଟେଶନ ନିକଟବର୍ତ୍ତି ଅଞ୍ଚଳରେ ବାସ କରନ୍ତି କାଶୁରାମ ଓ ତାଙ୍କ ଭିଖାଲି। ଶୁକ୍ରବାର ପଡ଼ୋଶୀ ପରିବାରଙ୍କ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କାଶୁରାମ ଓ ଭିଖାଲି ଯାଇଥିଲେ। ସେଠାରେ କାଶୁରାମ ଅନ୍ୟ ମହିଳାଙ୍କ ଡାନ୍ସ କରିଥିଲେ। ତେବେ ଘରକୁ ଫେରିବା ପରେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ ଉତ୍ତ୍ୟକ୍ତ କାଶୁରାମ ଭିଖାଲୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଏହି ଘଟଣା ବାବଦରେ ମୃତ ଭିଖାଲୀଙ୍କ ସାବତ ପୁଅ ପୋଲିସଙ୍କୁ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମାମଲା ରୁଜୁ କରିଛି। ଏଥିସହ ରବିବାର କାଶୁରାମଙ୍କୁ ଗିରଫ କରିଛି ପୋଲିସ। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


All Right Reserved By

‘ଗୋଟିଏ ଦେଶ, ଗୋଟିଏ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୮।୬: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଦେଶରେ ଲାଗୁ କରିବା ପାଇଁ ଆଲୋଚନା ଚାଲିଥିଲାବେଳେ ଏବେ ମୋଦି ସରକାର ‘ଗୋଟିଏ ଦେଶ, ଗୋଟିଏ...

ଋଣ ବୋଝ: ୪ ବର୍ଷରେ ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଛନ୍ତି ୧୨ ହଜାର ଚାଷୀ

ମୁମ୍ବାଇ,୨୨।୬: ଋଣ ବୋଝ ସହି ନ ପାରି ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଗତ ୪ ବର୍ଷରେ ରାଜ୍ୟରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା...

ହିଲ୍‌ ଷ୍ଟେଶନ୍‌ ଓଲିରେ ରାଜକୀୟ ବିବାହ: ଅତିଥିଙ୍କୁ ନେବା ଆଣିବାରେ ନିୟୋଜିତ ହେବ ୨ଶହ ହେଲିକପ୍ଟର

ଡେରାଡୁନ୍‌, ୧୦।୬: ଉତ୍ତରାଖଣ୍ଡ ହିଲ୍‌ ଷ୍ଟେଶନ୍‌ ଓଲିରେ ଗୁପ୍ତା ବଦର୍ସଙ୍କ ପୁଅ ବିବାହ ମହାଆଡମ୍ବରରେ ଆୟୋଜିତ ହେଉଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।...

ମିଳୁନି ଦରମା: ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮।୪: ଜେଟ୍‌ ଏୟାରଓ୍ବେଜ୍‌ର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଫଳରେ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳିପାରୁନାହିଁ। ଆର୍ଥିକ ସ୍ଥିତି ଖରାପ ହେବାରୁ ଜେଟ୍‌...

ତ୍ରାଲରେ ଆତଙ୍କବାଦୀ ଆକ୍ରମଣ: ସିଆର୍‌ପିଏଫ୍‌ କ୍ୟାମ୍ପ ଉପରେ ଗ୍ରେନେଡ ମାଡ଼

ଶ୍ରୀନଗର,୩୧।୫: ଜମ୍ମୁ-କଶ୍ମୀର ତ୍ରାଲରେ ଶୁକ୍ରବାର ଦ୍ୱିପହରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଥିବା ସିଆର୍‌ପିଏଫ୍‌ର ୧୮୦ ବାଟାଲିୟନ କ୍ୟାମ୍ପ ଉପରେ ଆତଙ୍କବାଦୀ ଗ୍ରେନେଡ ମାଡ଼ କରିଛନ୍ତି।...

ଶାହଙ୍କ ଡିନର୍‌ ପାର୍ଟି

ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ...

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ମୃତି ସର୍ବ କନିଷ୍ଠା

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ମୋଦିଙ୍କୁ ପଦ ଓ...

ଆଗେଇଛନ୍ତି ଥରୁର

ଥିରୁଭାନନ୍ତପୁରମ,୨୩।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମ ଆସନରୁ ପାଖାପାଖି ୧୩ ହଜାର ଭୋଟରେ ଆଗୁଆ ଥିବା ଜଣାପଡିଛି। ସାରା ଦେଶରେ ଦେଖିବାକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *