ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ନିଆରା ଉପାୟରେ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଉକ୍ତ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ଘରେ ନିଆଁ ଲାଗିବା ଦେଖି ଯୁବକ ଜଣକ ବାହାରକୁ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହାପରେ ଝରକା ବାହାରେ ଏକ କୋଣରେ ସେ ଶୋଇ ପଡ଼ିଥିଲେ। ଘର ଚାରିଆଡ଼େ ହୁ ହୁ ହୋଇ ନିଆଁ ବ୍ୟାପି ଯାଇଥିଲା। ଏହାର କିଛି ସମୟ ପରେ ଦେହରେ ନିଆଁ ଲାଗିବା ଭୟରେ ଯୁବକ ଜଣଙ୍କ ନିଜର ସାର୍ଟ ଖୋଲି ଫୋପାଡ଼ି ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ସମୟର ଦୃଶ୍ୟ ଅଷ୍ଟ୍ରେଲିଆର ଜଣେ ପର୍ଯ୍ୟଟକ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By

ନେତାନ୍ୟାହୁ ବିଫଳ:ଇସ୍ରାଏଲରେ ହେବ ସାନି ନିର୍ବାଚନ

ଜେରୁଜେଲମ୍‌,୩୧।୫ :(ପି.ଟି.):ପୁଣି ଇସ୍ରାଏଲରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ସରକାର ଗଠନ କରିବାରେ ବିଫଳ ହେବା ପରେ ଦେଶରେ ପ୍ରଥମଥର ଲାଗି ଏଭଳି...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ଭାରତର ବିଜୟକୁ ନେଇ କ’ଣ ବୁଝିଲେ ତୈମୁର

ଲଣ୍ଡନ,୧୭।୬: ସୈଫ ଅଲ୍ଲି ଖାଁ ଓ କରୀନା କପୁର ଖାଁଙ୍କ ଲାଡ୍‌ଲା ତୈମୁର ଅଲ୍ଲି ଖାଁ ଇଣ୍ଟରନେଟରେ ଏବେ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ...

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି।...

୫ବର୍ଷ ପରେ ସାମ୍ନାକୁ ଆସିଲା ଆଇଏସ୍‌ ନେତାଙ୍କ ଭିଡିଓ

ଦାମସ୍‌କସ୍‌,୩୦।୪: ଇସଲାମିକ୍‌ ଷ୍ଟେଟର ନେତା ସୋମବାର ଏକ ଭିଡିଓ ଜାରି କଲାପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ଉକ୍ତ ଭିଡିଓରେ ଇଷ୍ଟରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣ...

ସଂଘର୍ଷରେ ଗଲାଣି ୨୨୦ ଜୀବନ

ବେଙ୍ଘାଜି,୨୨ା୪: ଲିବ୍ୟାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଜାତିସଂଘ ସମର୍ଥତ୍ତ ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜଧାନୀ ତ୍ରିପୋଲିକୁ କବ୍‌ଜା କରିବା ଲାଗି ସରକାରୀ ସୈନ୍ୟବାହିନୀ ଓ...

୨୨୦ କୋଟି ଲୋକଙ୍କ ପାଖରେ ନାହିଁ ପିଇବା ପାଣି; ୪୨୦ କୋଟିଙ୍କୁ ମିଳୁନି ପରିମଳ ବ୍ୟବସ୍ଥା: ଜାତିସଂଘ

ଜେନେଭା,୧୯।୬: ପୃଥିବୀରେ ଧୀରେଧୀରେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରୁଛି। ବିଭିନ୍ନ ଦେଶରେ ୨୨୦ କୋଟି ଲୋକଙ୍କ ପାଖରେ ପିଇବାକୁ ପାଣି ନ ନାହିଁ। ଏନେଇ...

ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଭୟଭୀତ ଦାଉଦ୍‌: ଆଇଏସ୍‌ଆଇ ସହିତ ବୈଠକ

ଇସଲାମାବାଦ୍‌,୨୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ବେଶ୍‌ ଭୟଭୀତ ହୋଇଯାଇଛନ୍ତି। ସେ ଭବିଷ୍ୟତ ଯୋଜନା ସମ୍ପର୍କରେ ପାକିସ୍ତାନ ଗୋଇନ୍ଦା...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *