Posted inଜାତୀୟ

ରମଜାନ୍‌ରେ ସେହରୀ ଏବଂ ଇଫତାର ସମୟ ଜଣାଇବା ପାଇଁ ରାୟସେନ୍‌ରେ ଫୁଟୁଛି ତୋପ

ଭୋପାଳ, ୨୭।୫: ମଧ୍ୟପ୍ରଦେଶ ରାୟସେନ ଦୁର୍ଗରେ ଏବେ ରମଜାନ୍‌ ମାସରେ ପ୍ରତିଦିନ ଭୋର୍‌ ଏବଂ ସନ୍ଧ୍ୟା ସମୟରେ ତୋପ ଫୁଟୁଛି। ସ୍ଥାନୀୟ ରାୟସେନ୍‌ ଦୁର୍ଗରେ ୨ ଶହ ବର୍ଷ ଧରି ଏହି ପରମ୍ପରା ଏପର୍ଯ୍ୟନ୍ତ ପାଳିତ ହେଉଛି। ମୁସଲମାନ୍‌ ସମ୍ପ୍ରଦାୟଙ୍କୁ ରୋଜା ରଖିବା ଏବଂ ରୋଜା ଖୋଲିବା ସମୟ ଜଣାଇବା ପାଇଁ ଏଭଳି କରାଯାଉଛି। ଏହା ସହିତ ଯୋଡ଼ି ନାଗରା ମଧ୍ୟ ଭୋର୍‌ ଏବଂ ସନ୍ଧ୍ୟା ସମୟରେ ବଜା ଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ବାସ କରୁଥିବା ଏକ ବଂଶକାର ପରିବାର ଏହି ପରମ୍ପରା ପିଢ଼ି ପରେ ପିଢ଼ି ପାଳନ କରୁଛନ୍ତି। ଥରେ ତୋପ ଫୁଟାଇବା ପାଇଁ ଶହେରୁ ଦେଢ଼ ଶହ ଗ୍ରାମ୍‌ ବାରୁଦ ବ୍ୟବହୃତ ହେଉଥିବା କୁହାଯାଉଛି। ସ୍ଥାନୀୟ ମସଜିଦ୍‌ରେ ଲାଲ୍‌ ବଲବ୍‌ ଜଳାଯାଇ ସଙ୍କେତ ମିଳିଲେ ଦୁର୍ଗରେ ତୋପ ଫୁଟିବା ସହିତ ନାଗରା ବଜା ଯାଇଥାଏ।


All Right Reserved By

୧୯ ବନ୍ଦୀଙ୍କୁ ପାକିସ୍ତାନୀକୁ ହସ୍ତାନ୍ତର କଲା ଭାରତ

ଅମୃତସର,୧୫।୫: ଭାରତ ୧୯ଜଣ ପାକିସ୍ତାନୀ ବନ୍ଦୀଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରିଛି। ସେମାନେ ଅଟାରି-ଓ୍ବାଘା ବର୍ଡର ଦେଇ ପାକୀସ୍ତାନରେ ପହଞ୍ଚିଛନ୍ତି। ସେମାନେ ଭାରତରେ ବେଆଇନଭାବେ ପ୍ରବେଶ କରିଥିବା...

ଆଗେଇଛନ୍ତି ଥରୁର

ଥିରୁଭାନନ୍ତପୁରମ,୨୩।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମ ଆସନରୁ ପାଖାପାଖି ୧୩ ହଜାର ଭୋଟରେ ଆଗୁଆ ଥିବା ଜଣାପଡିଛି। ସାରା ଦେଶରେ ଦେଖିବାକୁ...

ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ, ୨୧।୬: ଆଜି ସାରା ବିଶ୍ୱରେ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବହୁ...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଦିନରେ ସ୍ବପ୍ନ ଦେଖିବା ଠିକ୍‌ ନୁହେଁ କହିଲେ ପ୍ରକାଶ ରାଜ

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଏବେ ଅପେକ୍ଷା ଫଳାଫଳକୁ । ରବିବାର ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ପ୍ରାୟ ସବୁ...

ମୋଦି ଅତିଥିଙ୍କ ପାଇଁ ‘ଶାହୀ ଦାଓ୍ବତ’

ନୂଆଦିଲ୍ଲୀ,୨୯।୫: ନରେନ୍ଦ୍ର ମୋଦି ଔପଚାରିକତା ଭାବେ ଦ୍ୱିତୀୟ ଥର ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଲାଗି...

ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୫: ସାଧାରଣ ନିର୍ବାଚନରେ ଭାଜପାର ଐତିହାସିକ ବିଜୟର ତିଦିଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଭାଜପାରେ ଯୋଗ ଦେବାର ଯୋଜନା ନାହିଁ: ଅଳ୍ପେଶ ଠାକୁର

ଅହମ୍ମଦାବାଦ,୨୮।୫: ଗୁଜରାଟ ବିଧାୟକ ତଥା ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା। ହେଲେ...

କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ

ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *