କାବୁଲରେ ଆଇଇଡି ବିସ୍ଫୋରଣ

କାବୁଲ,୨୭।୫:ଆଫଗାନୀସ୍ତାନ କାବୁଲରେ ସୋମବାର ଆଇଇଡି ବିସ୍ଫୋରଣରେ ଏକ ବସ୍‌ ଧ୍ୱଂସ ହୋଇଯାଇଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଧାର୍ମିକ ତଥା ହଜ୍‌ ମନ୍ତ୍ରଣାଳୟର ବସ୍‌କୁ ଟାର୍ଗେଟ୍‌ କରାଯାଇଥିବା କୁହାଯାଉଛି। ପୂର୍ବରୁ ରବିବାର ଏଠାକାର କର୍ତ-ଇ-ସାକି ଅଞ୍ଚଳରେ କିଛି ଅଜ୍ଞାତ ବନ୍ଧୁକଧାରୀ ଗୋଟିଏ ପରିବାରର ୭ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ପୁଣି ଆଇଇଡି ବିସ୍ଫୋରଣ ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିବା ପ୍ରଶାସନ କହିଛି। ଏହି ଘଟଣାର ତଦନ୍ତ ଜାରି ରହିଛି।


All Right Reserved By

କୋର୍ଟରୁମ୍‌ରେ ଟଳିପଡ଼ିଲେ ମୋର୍ସି

କାଏରୋ,୧୯ା୬(ଆଇଏଏନ୍‌ଏସ୍‌): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ସି(୬୭) କୋର୍ଟରୁମ୍‌ରେ ଅଚାନକ ଟଳିପଡ଼ିବା ପରେ ଆଖି ବୁଜିଦେଇଛନ୍ତି। ମୋର୍ସିଙ୍କ ପୁତ୍ର ଅହମଦ୍‌ଙ୍କ ସୂଚନା ଅନୁଯାୟୀ, ପିତାଙ୍କୁ ପୂର୍ବ...

ମୋଦି ସରକାରଙ୍କୁ ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ଝଟ୍‌କା: ଜିଏସ୍‌ପି ସୁବିଧାରୁ ଭାରତ ବଞ୍ଚିତ ହେବା ଆଶଙ୍କା

ଓ୍ବାଶିଂଟନ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଝଟ୍‌କା ଦେବାର ଯୋଜନା କରିଛନ୍ତି। ପୂର୍ବରୁ ଭାରତକୁ ବ୍ୟବସାୟ କ୍ଷେତ୍ରରେ ମିଳୁଥିବା...

ହଣ୍ଡୁରାସରେ ବିମାନ ଦୁର୍ଘଟଣା : ୫ ମୃତ

ଟେଗୁସିଗାଲପା,୧୯।୫: ହଣ୍ଡୁରାସ ଦ୍ୱୀପ ନିକଟରେ ଏକ ବଡ ବିମାନ ଦୁର୍ଘଟଣା ହୋଇଛି। ଶନିବାର ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪ଜଣ କାନାଡା ଓ ଜଣେ...

ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତୁତି

କାଠମାଣ୍ଡୁ,୧୬।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତା ୨୧ ତାରିଖରେ ପାଳନ କରାଯିବ ଏହି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ...

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ...

ଏଭରେଷ୍ଟରେ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କଲା ନେପାଳ: ମିଳିଲା ୪ ପର୍ବତ୍ୟାରୋହୀଙ୍କ ମୃତଦେହ

କାଠମାଣ୍ଡୁ,୨୮।୫: ଏଭରେଷ୍ଟରେ ବର୍ଜ୍ୟବସ୍ତୁ ଗଦା ହେବାରେ ଲାଗିଛି। ନେପାଳ ପକ୍ଷରୁ ଏଭରେଷ୍ଟ ସଫା ଅଭିଯାନ ଅନ୍ତର୍ଗତ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କରାଯାଇଛି। ଏଥି ପାଇଁ...

ନ୍ୟୁୟର୍କ ଟାଇମ୍ସ, ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲକୁ ପୁଲିଜର ପୁରସ୍କାର

ନ୍ୟୁୟର୍କ,୧୭ା୪(ଏଏଫ୍‌ପି): ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ସମ୍ପର୍କରେ ପୃଥକ୍‌ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ‘ଦି ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଦି ଓ୍ବାଲ୍‌ଷ୍ଟ୍ରିଟ୍‌...

ମାଟି ତଳୁ ମିଳିଲା ଦେଢ଼ କିଲୋଗ୍ରାମ୍‌ ଓଜନର ସୁନା ଖଣ୍ଡ: ମୂଲ୍ୟ ୭୦ ଲକ୍ଷ

ସିଡ୍‌ନୀ, ୨୫।୫: ଅଷ୍ଟ୍ରେଲିଆ ପଶ୍ଚିମ ଅଞ୍ଚଳରେ ଥିବା କାଲଗୁର୍ଲିଠାରେ ମାଟିତଳୁ ଦେଢ଼ କିଲୋଗ୍ରାମ୍‌ ଓଜନର ଏକ ସୁନା ଖଣ୍ଡ ମିଳିଛି। ଏଠାରେ ଥିବା ସୁନା ଖଣିଠାରୁ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *