ଛେଣ୍ଡିପଦା ବଜାରରେ ଅଗ୍ନିକାଣ୍ଡ: ଜଳିଗଲା ଚାଟ୍‌ ଦୋକାନ

ଛେଣ୍ଡିପଦା,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବଜାରରେ ସୋମବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଛେଣ୍ଡିପଦା ଗ୍ରାମର ସଞ୍ଜୟ ମାଝୀ(୨୮)ଙ୍କ ଚାଟ୍‌ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି। ଦୋକାନରେ ଥିବା ନଗଦ ୭ ହଜାର ଟଙ୍କା ସମେତ ପ୍ରାୟ ୪୦ ହଜାର ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିଲେ ମଧ୍ୟ ଚାଟ ପ୍ରସ୍ତୁତ ସମୟରେ ଗ୍ୟାସ୍‌ ପାଇପ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଖବରପାଇ ଛେଣ୍ଡିପଦା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି। ଏ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି। ତେବେ ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


All Right Reserved By

ଭାଜପାର ସଦସ୍ୟତା ଅଭିଯାନ ପ୍ରସ୍ତୁତି: ଜିଲାରେ ଅଧିକ ୨୦% ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୧ା୭:  ସାଙ୍ଗଠନିକ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଢେଙ୍କାନାଳରେ ଭାଜପା ଆରମ୍ଭ କରିବ ନୂତନ ସଦସ୍ୟତା ଅଭିଯାନ। ଜିଲାରେ ଅଧିକ ୨୦% ସଭ୍ୟଙ୍କୁ ସଙ୍ଗଠନରେ ସାମିଲ...

ଗ୍ରାମସଭାରେ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତ ଗୋହିରାପଶିରେ ମଙ୍ଗଳବାର ରାତି ୯ଟାରେ ଗ୍ରାମସଭା ଚାଲିଥିବାବେଳେ ଗଣ୍ଡଗୋଳ ଘଟି ସ୍ଥାନୀୟ ଅଞ୍ଚଳର ଅନାମ ଖିଲାରଙ୍କ ମୃତ୍ୟୁ...

ଗ୍ରାମବାସୀଙ୍କ ନର୍ସିଂହୋମ ଘେରାଉ ଘଟଣା: ଥାନାରେ ଏତଲା, ସମାଧାନ ପାଇଁ ଉଦ୍ୟମ

ଅନୁଗୋଳ ଅଫିସ, ୫।୬- ଅନୁଗୋଳ ହୁଲୁରୁସିଂହା ଜେମାଦେଈପୁରରେ ଥିବା ଏକ ନର୍ସିଂହୋମର ଶୌଚାଳୟ ପାଣି ଗଁା ମଝି ଦେଇ ଲିଙ୍ଗରାଯୋଡି ନାଳକୁ ଛଡ଼ାଯାଉଥିବା ଅଭିଯୋଗ କରି...

ହାତୀ ପାଇଁ ହାତ ଟେକିଦେଲେ

ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଚରମ ସୀମାରେ ପହଞ୍ଚତ୍ଛି। ସଂରକ୍ଷିତ ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ ଏବେ ହାତୀ ଭଳି ବିଶାଳକାୟ ଜନ୍ତୁକୁ ଜନବସତିମୁହଁା କରାଉଛି।...

ଆଜି ଇଭିଏମ୍‌ରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୩।୫:   ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଲାଗି ରହିଥିବା ଉତ୍କଣ୍ଠା ଗୁରୁବାର ଶେଷ ହେବ। ଇଭିଏମ୍‌ରେ ବନ୍ଦୀ ପ୍ରାର୍ଥୀଙ୍କ ଭାଗ୍ୟଫଳ ପ୍ରକାଶ ପାଇବା...

୧୨୦ ଟଙ୍କାରେ କରିଥିଲି ଦୋକାନ

ଆର୍ଥିକ ଦୁରବସ୍ଥା ଯୋଗୁ ଅଧାରୁ ଛାଡ଼ିବାକୁ ପଡ଼ିଲା ପାଠ। ପରିବାରକୁ ସହଯୋଗ କରିବାକୁ ପାନ ଦୋକାନଟିଏ କଲି। ପାଖରେ ଥିଲା ୭୦ ଟଙ୍କା। ବାପା ଆଉ...

ପାଚେରି ଭୁଶୁଡ଼ି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା:ଆପରାଧିକ ମାମଲା ରୁଜୁକଲା ପୋଲିସ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ସହରର ଅଳସୁଆ ହାଟରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫ଜଣ...

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁତର ଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *