ଅଶୋକ ଗୁଲାଟି ହୋଇପାରନ୍ତି କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୨୭-୫: ଆସନ୍ତା ୩୦ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥଗ୍ରହଣ କରିବାକୁ ଯାଉଛନ୍ତି। ସର୍‌ପ୍ରାଇଜ ବା ଚକିତ କରିବାରେ ତାଙ୍କର ତୁଳନା ନାହିଁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରାମନାଥ କୋବିନ୍ଦ, ମନ୍ତ୍ରୀ ଭାବେ କେ.ଜେ.ଆଲ୍‌ଫୋନ୍ସ ଓ ହରଦୀପ ସିଂହ ପୁରୀଙ୍କ ନାମ ସୁପାରିସ କରି ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଚମକାଇ ଦେଇଥିଲେ। ତେବେ କୃଷି ମନ୍ତ୍ରୀ ଭାବେ ରାଧାମୋହନ ସିଂ ଏନ୍‌ଡିଏ ସରକାରରେ ବିଫଳ ହେବା ପରେ ତାଙ୍କ ସ୍ଥାନ କିଏ ନେଇ ସେ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ବିଶିଷ୍ଟ କୃଷି ବିଶେଷଜ୍ଞ ଅଶୋକ ଗୁଲାଟିଙ୍କୁ ଚୟନ କରି ମୋଦି ଏଥର ମଧ୍ୟ ସମସ୍ତଙ୍କୁ ଚମକାଇ ଦେବେ ବୋଲି ମନେ କରାଯାଉଛି। କୃଷି ମନ୍ତ୍ରୀ ଭାବେ ରାଧାମୋହନ ସିଂଙ୍କ କାର୍ଯ୍ୟକାଳ ପ୍ରଭାବହୀନ ହୋଇଥିଲା। ଚାଷୀଙ୍କ ପାଇଁ ସେଭଳି ପଦକ୍ଷେପ ନିଆ ନ ଯିବାରୁ ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାଚ୍ୟୁତ ହୋଇଥିଲା।
ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ଯୋଗୁ ଏନ୍‌ଡିଏ ସରକାର ସମାଲୋଚନାର ସରବ୍ୟ ହୋଇଥିଲେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କୃଷି ମନ୍ତ୍ରୀ ଭାବେ ଗୁଲାଟିଙ୍କ ନାମକୁ ନେଇ ମୋଦି ବିଚାର କରୁଛନ୍ତି। କୃଷି ଅର୍ଥନୀତିଜ୍ଞ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ସରକାରଙ୍କ ପକ୍ଷରୁ କୃଷିଜାତ ଫସଲର ମୂଲ୍ୟ ନିର୍ଦ୍ଧାରଣ ତଥା ଖାଦ୍ୟଯୋଗାଣ ବିଷୟ ବୁଝୁଥିବା ଏଗ୍ରିକଲ୍‌ରାଲ କଷ୍ଟ ଆଣ୍ଡ ପ୍ରାଇସେସ୍‌ କମିଶନର ସେ ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। କେନ୍ଦ୍ର ସରକାର ପ୍ରାୟ ୨୩ରୁ ଊର୍ଦ୍ଧ୍ୱ ଖାଦ୍ୟ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ବର୍ତ୍ତମାନ ଇଣ୍ଡିଆନ କାଉନସିଲ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସର କୃଷି ସଂକ୍ରାନ୍ତ ଇନ୍‌ଫୋସିସ୍‌ ଚେୟାର ପ୍ରଫେସର ଭାବେ ସେ କାର୍ଯ୍ୟ କରୁଛନ୍ତି।
ଏହାଛଡ଼ା ନୀତି ଆୟୋଗ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କୃଷି ସଂକ୍ରାନ୍ତ ଟାସ୍କଫୋର୍ସର ସଦସ୍ୟ ତଥା ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଏଗ୍ରିକଲ୍‌ଚର ମାର୍କେଟ ରିଫମର୍‌ସର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି। ଏହାବ୍ୟତୀତ ଏଫ୍‌ସିଆଇର କାର୍ଯ୍ୟଦକ୍ଷତା ଓ ଆର୍ଥିକ ସ୍ଥିତି ମଜବୁତ କରିବା ଲାଗି ଏନ୍‌ଡିଏ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିରେ ସେ ସଦସ୍ୟ ରହିଛନ୍ତି। ଶ୍ରୀରାମ କଲେଜ ଅଫ୍‌ କମର୍ସରୁ ଗ୍ରାଜୁଏଟ୍‌ ହେବା ପରେ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରୁ ମାଷ୍ଟର୍ସ ଓ ପିଏଚ୍‌ଡି ହାସଲ କରିସାରିଛନ୍ତି ଅଶୋକ ଗୁଲାଟି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସେ ସର୍ବକନିଷ୍ଠ ସଦସ୍ୟ ଥିଲେ।


All Right Reserved By

ଆଉ ୫ ବର୍ଷରେ ଆର୍ଥିକ ସଂସ୍କାର ସାରିବାକୁ ହେବ: ପାନଗାରିୟା

ନ୍ୟୁୟର୍କ,୨୨-୪: ଭାରତରେ ଭାରି ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେଲେ ଗଭୀର ଶ୍ରମ ବିକାଶ ପ୍ରତି ଧ୍ୟାନ ଦେବାକୁ ହେବ। ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ...

ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ;ସାମୟିକ ବନ୍ଦ ହେଲା ଜେଟ୍‌

ନୂଆଦିଲ୍ଲୀ,୧୮-୪: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଦୀର୍ଘ ୨୫ ବର୍ଷ ପରେ ତାଲା ଝୁଲିଲା। ପରିଚାଳନ ବ୍ୟବସ୍ଥାକୁ ଜିଇଁ ରଖିବା ଲାଗି କମ୍ପାନୀ ମ୍ୟାନେଜମେଣ୍ଟ...

ଗ୍ରାହକଙ୍କୁ ଦେଲାନି ଜିଏସ୍‌ଟି ଫାଇଦା;ପି ଆଣ୍ଡ ଜି ଖାଇଗଲା ୨୫୦ କୋଟି

ନୂଆଦିଲ୍ଲୀ,୨୪-୪: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗ୍ରାହକଙ୍କୁ ଫାଇଦା ନ ଦେଇ ଆମେରିକାର ମଲ୍ଟି ନ୍ୟାଶନାଲ ଏଫ୍‌ଏମ୍‌ସିଜିି କମ୍ପାନୀ ପ୍ରକ୍ଟର ଆଣ୍ଡ ଗ୍ୟାମ୍ବଲ(ପି ଆଣ୍ଡ...

ଭିଡିଓକନ ଋଣ ମାମଲା;ଚନ୍ଦାଙ୍କୁ ନୋଟିସ

ନୂଆଦିଲ୍ଲୀ,୮-୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮୭୫ କୋଟି ଟଙ୍କାର ଭିଡିଓକନ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କୁ ପୁନର୍ବାର ଜେରା...

ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ଲଣ୍ଡନ,୨୫-୪: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭିଡିଓ ଲିଙ୍କ ଜରିଆରେ ଜେଲ୍‌ରୁ ପ୍ରତ୍ୟର୍ପଣ ମାମଲାରେ ହାଜର ହେବେ। ଶୁକ୍ରବାର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଏହି ମାମଲାର...

ମେ’ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଆଇବିଓସିର ୧୦ ଲକ୍ଷ

ଭୁବନେଶ୍ୱର,୪-୬: ଫନୀ ପ୍ରଭାବିତଙ୍କୁ ସହାୟତା ଲାଗି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେଶନ (ଏଆଇବିଓସି) ପକ୍ଷରୁ ୧୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।...

ଫୋଭର ପକ୍ଷରୁ କଳାକୃତି ପ୍ରଦର୍ଶନୀ

କଲିକତା,୧୦-୬: ମୋବେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ କଲିକତା ସ୍ଥିତ ଏହାର ପ୍ରିମିୟମ ବ୍ରାଣ୍ଡ ଶୋ’ରୁମ ‘ଫୋଭର’ରେ ଏକ ଆର୍ଟ ଏକ୍‌ଜିବିଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *