ସୁଇସ୍‌ ବ୍ୟାଙ୍କରେ କଳାଧନ: ୧୧ ଭାରତୀୟଙ୍କୁ ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ,୨୭-୫: ବ୍ୟାଙ୍କିଙ୍ଗ୍‌ ଗୋପନୀୟତାକୁ ନେଇ ବିଶ୍ୱରେ ସମାଲୋଚନାର ଶିକାର ହୋଇଆସୁଥିବା ସୁଇଜରଲାଣ୍ଡ ଏବେ ନିଜର ମତ ପରିବର୍ତ୍ତନ କରିଛି। ନିକଟ ଅତୀତରେ ଏହା ଭାରତୀୟଙ୍କ କଳାଧନ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ସୁଇଜରଲାଣ୍ଡ ୧୧ ଜଣ ଭାରତୀୟଙ୍କୁ ଗତ ସପ୍ତାହରେ ନୋଟିସ ଜାରି କରିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚରୁ ଅତିକମ୍‌ରେ ୨୫ ଜଣ ଭାରତୀୟଙ୍କୁ ସୁଇଜରଲ୍ୟାଣ୍ଡ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି। ଭାରତକୁ ସୂଚନା ଜାରି କରିବା ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କର୍ତ୍ତୃପକ୍ଷ ଅପିଲ୍‌ ପାଇଁ ଅନ୍ତିମ ସୁଯୋଗ ଦେଇଛି। ସୂଚନା ଜାରି କରିବାର ଅଧିକାର ପାଇଥିବା ଫେଡେରାଲ ଟ୍ୟାକ୍ସ ଆଡ୍‌ମିନିଷ୍ଟ୍ରେଶନ ପକ୍ଷରୁ ବିଶ୍ୱର ବିଭିନ୍ନ ଦେଶକୁ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସୂଚନା ପ୍ରଦାନ କରିବା ଆରମ୍ଭ କରାଯାଇଛି। ପ୍ରଦତ୍ତ ତଥ୍ୟ ବିଶ୍ଲେଷଣରୁ ଜଣାପଡିଛି ଯେ, ଗତ କେଇ ସପ୍ତାହ ହେଲା ସୁଇଜରଲାଣ୍ଡ ପକ୍ଷରୁ ଭାରତକୁ ସୂଚନା ପ୍ରଦାନ କରିବା କାର୍ଯ୍ୟ ଜୋରଦାର ହୋଇଛି। ମେ ୨୧ରେ ୧୧ ଜଣ ଭାରତୀୟଙ୍କୁ ଆଡମିନିଷ୍ଟ୍ରେଶନ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ସୁଇସ୍‌ ସରକାରଙ୍କ ଗେଜେଟ୍‌ରେ ପ୍ରକାଶିତ ତଥ୍ୟରେ ଆକାଉଣ୍ଟଧାରୀଙ୍କ ନାମ ଗୋପନ ରଖାଯାଇଛି। ସେମାନଙ୍କ ସଂକ୍ଷେପ ନାମ, ସ୍ବାକ୍ଷର, ଜାତୀୟତା ଏବଂ ଜନ୍ମ ତାରିଖ ପ୍ରକାଶ କରାଯାଇଛି।
ତେବେ ଦୁଇ ଜଣ ଭାରତୀୟଙ୍କ ନାମ ସମ୍ପୂର୍ଣ୍ଣ ପ୍ରକାଶ କରାଯାଇଛି। ସେମାନେ ହେଲେ କ୍ରିଷ୍ଣା ଭଗବାନ ରାମଚନ୍ଦ(ମେ,୧୯୪୯ରେ ଜନ୍ମ) ଏବଂ କଳ୍ପେଶ ହର୍ଷଦ କିନାରିଓ୍ବାଲା(ସେପ୍ଟେମ୍ବର, ୧୯୭୨ରେ ଜନ୍ମ)। ସେମାନଙ୍କ ସମ୍ପର୍କରେ ଅନ୍ୟ କୌଣସି ସୂଚନା ପ୍ରକାଶ କରାଯାଇନାହିଁ। ସଂକ୍ଷେପରେ ନାମ ଜାରି କରାଯାଇଥିବା ଅନ୍ୟ ଭାରତୀୟମାନେ ହେଲେ ଏ. ଏସ.୍‌ ବି. କେ.(ଜନ୍ମ ନଭେମ୍ବର ୨୪,୧୯୪୪), ଏ.ବି.କେ(ଜନ୍ମ ୯ ଜୁଲାଇ, ୧୯୪୪), ପି.ଏ.ଏସ୍‌(ଜନ୍ମ ୨ ନଭେମ୍ବର, ୧୯୮୩), ଆର୍‌.ଏ.ଏସ୍‌(ଜନ୍ମ ୨୨ ନଭେମ୍ବର, ୧୯୭୩), ଏ.ପି.ଏସ୍‌(ଜନ୍ମ ୨୭ ନଭେମ୍ବର, ୧୯୪୪), ଏ.ଡି.ଏସ୍‌(ଜନ୍ମ ୧୪ ଅଗଷ୍ଟ, ୧୯୪୯), ଏମ୍‌.ଏଲ୍‌.ଏ(ଜନ୍ମ ୨୦ ମେ, ୧୯୩୫), ଏନ୍‌, ଏମ୍‌.ଏ(ଜନ୍ମ ୨୧ ଫେବୃୟାର,୧୯୬୮) ଏବଂ ଏମ୍‌.ଏମ୍‌.ଏ(ଜନ୍ମ ୨୭ ଜୁନ୍‌, ୧୯୭୩)। ଜାରି କରାଯାଇଥିବା ନୋଟିସରେ ଆକାଉଣ୍ଟଧାରୀ ନିଜେ ଅଥବା ନିଜର ପ୍ରତିନିଧିଙ୍କ ଜରିଆରେ ଅପିଲ୍‌ ଦାଖଲ କରିବାକୁ କୁହାଯାଇଛି। ଆସନ୍ତା ୩୦ ଦିନ ଭିତରେ ସମସ୍ତ କାଗଜପତ୍ର ସହ ଅପିଲ କରିବାକୁ ହେବ ବୋଲି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସ ୭ରେ ରତନ ସିଂ ଚୌଧୁରୀ ନାମକ ଅନ୍ୟ ଭାରତୀୟଙ୍କୁ ନୋଟିସ ଜାରି କରି ସୁଇସ୍‌ କର୍ତ୍ତୃପକ୍ଷ ଅପିଲ କରିବା ଲାଗି ୧୦ ଦିନ ସମୟ ଦେଇଥିଲେ।
ସେହିପରି ମେ ୧୪ରେ ଆର୍‌.ପି.ଏନ୍‌ ନାମକ ଜଣେ ଭାରତୀୟଙ୍କୁ ୩୦ ଦିନ ସମୟ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, ନୋଟିସ ଜାରି କରାଯାଇଥିବା ଅଧିକାଂଶ ଭାରତୀୟଙ୍କ ନାମ ଏଚ୍‌ଏସ୍‌ବିସି ଏବଂ ପାନାମା ପେପର୍ସ ଲିକ୍‌ ତାଲିକାରେ ରହିଛି। ସୁଇସ ଆଇନ ଅନୁଯାୟୀ ୩୦ ଦିନ ଅଥବା ବିଶେଷ କ୍ଷେତ୍ରରେ ୧୦ ଦିନ ଭିତରେ ଏଫ୍‌ଟିଏ ନିଷ୍ପତ୍ତି ଉପରେ ଅପିଲ କରାଯାଇପାରିବ। ତେବେ ଏଥିପାଇଁ ଆବେଦନକାରୀଙ୍କ ନିକଟରେ ଯଥେଷ୍ଟ କାରଣ ଥିବା ଆବଶ୍ୟକ। ସୂଚନାଥାଉ କି, ସୁଇଜରଲ୍ୟାଣ୍ଡ କଳାଧନ ଲୁଚାଇ ରଖିବାର ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ବିଶ୍ୱର କୋଟିପତି ମାନେ ସେ ଦେଶରେ ନିଜର କଳାଧନ ଲୁଚାଇ ରଖିଆସୁଛନ୍ତି। ତେବେ ସୁଇସ୍‌ ସରକାର ଆଇନ ଜରିଆରେ ଏବେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶକୁ କଳାଧନର ତଥ୍ୟ ଦେବାକୁ ନିଷ୍ପତ୍ତି ନେଇଛି।


All Right Reserved By

ଭାଜପାକୁ ପୁଣି ଫେରିପାରନ୍ତି ବିଜୟ ମହାପାତ୍ର

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ଭାଜପାର ପୂର୍ବତନ ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଥରେ ଭାଜପାକୁ ଫେରିପାରନ୍ତି। ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଛକାପଞ୍ଝା ଆରମ୍ଭ ହୋଇଥିବାବେଳେ...

ପିଏନ୍‌ବି ସହ ମିଶିପାରେ ୟୁବିଆଇ, ବିଓଆଇ

ନୂଆଦିଲ୍ଲୀ,୧-୫: କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ସେକ୍ଟରରେ ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ପର୍ବ ଆରମ୍ଭ କରିବାକୁ ଯାଉଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ୟୁନିୟନ ବ୍ୟାଙ୍କ  ଅଫ...

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

୨୦୧୭ ତୁଳନାରେ କମ୍‌ ହୋଇଛି ୫୯୭ ଏଟିଏମ୍‌

ମୁମ୍ବାଇ,୯-୬: ଦେଶରେ ଏଟିଏମ୍‌ ସଂଖ୍ୟା ୨୦୧୭ ତୁଳନାରେ ୨୦୧୯ରେ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୯ରେ ଏହି ସଂଖ୍ୟା ୫୯୭...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଆଇବିଓସିର ୧୦ ଲକ୍ଷ

ଭୁବନେଶ୍ୱର,୪-୬: ଫନୀ ପ୍ରଭାବିତଙ୍କୁ ସହାୟତା ଲାଗି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେଶନ (ଏଆଇବିଓସି) ପକ୍ଷରୁ ୧୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।...

ଗଡ଼କରୀଙ୍କ ୧୫ ଲକ୍ଷ କୋଟିର ନିବେଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ,୬-୬: କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦାୟିତ୍ୱ ସମ୍ଭାଳିବା ପରେ ଆସନ୍ତା ୫ ବର୍ଷ ପାଇଁ ଆର୍ଥିକ ବିକାଶରେ ସଡ଼କ...

ବିତ୍ତୀୟ ପରିଚାଳନା ନେଇ ଅର୍ଥ ମନ୍ତ୍ରଣାଳୟ ସହ ଅର୍ଥ କମିଶନଙ୍କ ଆଲୋଚନା

ନୂଆଦିଲ୍ଲୀ,୧୭-୫: ଅର୍ଥ ଆୟୋଗ ବୁଧବାର ଏଠାରେ ଅର୍ଥ ମନ୍ତ୍ରଣାଳୟ ସହ ହୋଇଥିବା ବୈଠକରେ ବିତ୍ତୀୟ ତଥା ଆର୍ଥିକ ପରିଚାଳନା ନେଇ ଆଲୋଚନା କରିଛି। ଏଥିସହିତ କେନ୍ଦ୍ର...

୪ ଦିନ ଭିତରେ ସଂଶୋଧିତ ଏନ୍‌ପିଏ ସର୍କୁଲାର

ମୁମ୍ବାଇ,୭-୬: ବ୍ୟାଙ୍କଗୁଡ଼ିକର ଫସିଯାଇଥିବା ଋଣକୁ ଚିହ୍ନଟ କରିବା ତଥା ଏହାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆସନ୍ତା ୩ରୁ୪ ଦିନ ଭିତରେ ଏକ ସଂଶୋଧିତ ସର୍କୁଲାର...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *