ପୁଣି ଘାରିଲା ପୋଲିସର ପୁରୁଣା ଚୌକି ମୋହ : ନେତା, ବରିଷ୍ଠ ଅଧିକାରୀଙ୍କ ନିକଟରେ ଚାଲିଲାଣି ଲବି

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହେବା ପୂର୍ବରୁ ରାଜଧାନୀରେ ଦୀର୍ଘଦିନ ଧରି ରହିଥିବା ଏକାଧିକ ପୋଲିସ ଅଧିକାରୀଙ୍କ ବଦଳି ହୋଇଥିଲା। ଅନେକଙ୍କୁ ଜିଲାପାର ବଦଳି କରାଯାଇଥିବାବେଳେ ଅଧିକାଂଶ ଏସିପି ଓ ଇନ୍ସପେକ୍ଟରଙ୍କୁ ଭୁବନେଶ୍ୱର ଓ କଟକ ମଧ୍ୟରେ ହିଁ ରଖାଯାଇଥିଲା। କଟକକୁ ବଦଳି ହୋଇଥିବା ଏକାଧିକ ପୋଲିସ ଅଫିସର ରାଜଧାନୀରେ ସ୍ଥାୟୀ ଘର କରି ରହିଯାଇଥିବାରୁ ସେମାନେ ସ୍ଥାନନ୍ତର ପାଇଁ ଇଛୁକ ନ ଥିଲେ। ବାଧ୍ୟ ବାଧକତାରେ ବଦଳି ହୋଇଥିଲେ। ଏପରିକି ନିର୍ବାଚନ ପରେ ପୁଣି ପୂର୍ବ ସ୍ଥାନକୁ ଫେରାଇ ଅଣାଯିବା ଆଶା ଦିଆଯାଇଥିଲା। ତେଣୁ ସେମାନେ କଟକ କିମ୍ବା ଆଖପାଖ ଥାନାରେ ଯୋଗଦେଇଥିଲେ ମଧ୍ୟ ରାଜଧାନୀରେ ରହି ଯିବାଆସିବା କରୁଛନ୍ତି। ଏବେ ପୁଣି ପୁରୁଣା ଚୌକି ମୋହନ ସେମାନଙ୍କୁ ଘାରିବାରେ ଲାଗିଛି। ରବିବାର ଭାରତର ନିର୍ବାଚନ କମିଶନ ଆଚରଣ ବିଧି ଉଠାଇ ଦେଇଥିବାରୁ ସେମାନେ ଏବେ ଖୁସିଥିବା ଦେଖିବାକୁ ମିଳିଛି। ତେଣୁ ସେମାନେ ପୁଣି ବାହୁଡ଼ିବାକୁ ନେତା ଓ ବରିଷ୍ଠ ପୋଲିସ ଅଫିସରଙ୍କ ନିକଟରେ ଲବି ଆରମ୍ଭ କଲେଣି। ନବନିର୍ବାଚିତ ପ୍ରମୁଖ ନେତାଙ୍କୁ ସ୍ବାଗତ ବାହାନାରେ ବଦଳି ନେଇ ଆଲୋଚନା କରୁଛନ୍ତି। ଭୁବନେଶ୍ୱରର ଭଲ ଥାନାରେ ରହିବାକୁ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡିଛି।
ବିଶ୍ୱସ୍ତ ସୂତ୍ରରୁ ମିିଳିଥିବା ଖବର ଅନୁସାରେ, ଆସନ୍ତା ଜୁନ୍‌ରେ ପୋଲିସ ବିଭାଗରେ ଏକ ବଡ଼ ଧରଣର ଅଦଳ ବଦଳ ହୋଇପାରେ। ଏହି ସମୟରେ ରାଜଧାନୀରୁ ଅନ୍ୟତ୍ର ଯାଇଥିବା ପୋଲିସ ବାବୁମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ନୂଆକରି ରାଜଧାନୀରେ ୩ମାସ ହେବ ରହିଥିବା ପୋଲିସମାନେ ଏହାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଜଣେ ପୋଲିସ ଅଫିସର ନାମ ଗୋପନ ରଖି କହିଛନ୍ତି, ଆମକୁ କ’ଣ ନିର୍ବାଚନ ପାଇଁ ଭଡାଟିଆ ଭାବେ ରାଜଧାନୀକୁ ଆଣିଥିଲେ। ଯଦି ଏଭଳି କରାଯାଏ ତେବେ ଠିକ୍‌ ହେବନି। ଏନେଇ ଆମେ ସଂଘର ଦ୍ୱାରସ୍ଥ ହେବୁ। ଆବଶ୍ୟକ ପଡିଲେ ଡିଜିପିଙ୍କୁ ଭେଟି ଏନେଇ ପ୍ରତିବାଦ କରିବୁ। ନିୟମ ଅନୁଯାୟୀ ଆମେ ରାଜଧାନୀରେ ଅନ୍ତତଃ ୩ବର୍ଷ ରହିବୁ ବୋଲି ସେ କହିଛନ୍ତି।
ଗତ ଫେବୃୟାରୀ ୨ରେ ପୋଲିସ ବିଭାଗରେ ବଡ଼ ଧରଣର ବଦଳି ହୋଇଥିଲା। ଭୁବନେଶ୍ୱର ଜୋନ୍‌-୧ ଏସିପି ଅସୀମ କୁମାର ପଣ୍ଡାଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟ ଓ ଜୋନ୍‌-୬ ଏସିପି ରବିନାରାୟଣ ଶତପଥୀଙ୍କୁ ଜୁଡିସିଆଲ ଏସିପିଭାବେ ପ୍ରଥମେ ବଦଳି କରାଯାଇଥିଲା। ମାତ୍ର ଜିଲାପାର ବଦଳି କରାଯାଇ ନ ଥିଲା। ସେହିଭଳି ଟ୍ରାଫିକ ଏସିପି ଅନୁପ କାନୁନ୍‌ଗୋଙ୍କର ମଧ୍ୟ ବଦଳି ହୋଇ ନ ଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଡିଜି ସେମାନଙ୍କୁ ଅନ୍ୟତ୍ର ବଦଳି କରିଥିଲେ। ସେହିଭଳି କ୍ୟାପିଟାଲ ଥାନା ଦାୟିତ୍ୱରେ ଥିବା ମାନସ ଗଡ଼ନାୟକଙ୍କୁ କଟକ ଜୋନ୍‌-୧କୁ ଓ ଭୁବନେଶ୍ୱର ଜୋନ୍‌-୫ରେ ଥିବା କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ପୁରୀ ଏସ୍‌ଡିପିଓ ଭାବେ ବଦଳି କରାଯାଇଥିଲା। ମଞ୍ଚେଶ୍ୱର ଥାନା ଅଧିକାରୀ ଥିବା କେ.ପି. ମିଶ୍ରଙ୍କୁ ଜଗତସିଂପୁର, କ୍ୟାପିଟାଲ ଥାନାର ଅତିରିକ୍ତ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂକୁ କଟକ ଆଇୟୁସିଏଡବ୍ଲ୍ୟୁ, ମହିଳା ଥାନା ଅଧିକାରୀ ଥିବା ଇମନ କଲ୍ୟାଣୀ ନାୟକଙ୍କୁ କଟକ କ୍ୟାଣ୍ଟରନମେଣ୍ଟ ଥାନା, ନନ୍ଦନକାନନ ଥାନା ଅଧିକାରୀ ରବୀନ୍ଦ୍ର ମେହେରଙ୍କୁ କଟକ ମର୍କତନଗର ଥାନା ଅଧିକାରୀ, ଖଣ୍ଡଗିରି ଥାନା ଅଧିକାରୀ ଥିବା ହିମାଂଶୁ ଭୂଷଣ ସ୍ବାଇଁଙ୍କୁ ବାଦାମବାଡି ଥାନା ଅଧିକାରୀ ରୂପେ ବଦଳି କରାଯାଇଥିଲା। ବାଲିପାଟଣା ଥାନା ଅଧିକାରୀ ଆକାଶ ରଣାଙ୍କୁ ନଖରା ଟ୍ରାଫିକ୍‌ ଥାନା, ଶହୀଦନଗର ଥାନା ଅଧିକାରୀ ଥିବା ପଦ୍ମନାଭ ପ୍ରଧାନଙ୍କୁ ଚୌଦ୍ୱାର ଥାନା, ଇନ୍‌ଫୋସିଟି ଥାନା ଅଧିକାରୀ ବିଜୟିନୀ ସିଂଙ୍କୁ କଟକ ସିଡିଏ ଫେଜ୍‌-୨ ଥାନା, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ ମିଶ୍ରଙ୍କୁ କଟକ ଚାଉଳିଆଗଞ୍ଜ ଥାନା, ଭୁବନେଶ୍ୱର ଟ୍ରାଫିକ ଥାନା ଅଧିକାରୀ ଥିବା ସୁରେନ୍ଦ୍ର କୁମାର ବଳଙ୍କୁ କଟକ ଟ୍ରାଫିକ ଥାନା, ଭୁବନେଶ୍ୱର ଡିସିପି ଅଫିସରେ ଥିବା ଏସିପି ଜତିନ କୁମାର ପଣ୍ଡାଙ୍କୁ କଟକ ଟ୍ରାଫିକ ଏସିପି ଭାବେ ବଦଳି କରାଯାଇଥିଲା। ସେହିପରି ଭୁବନେଶ୍ୱର ସ୍ପେଶାଲ ସ୍କ୍ବାଡ୍‌ ଏସିପି ସଞ୍ଜିବ ଶତପଥୀଙ୍କୁ କଟକ ସ୍ପେଶାଲ ସ୍କ୍ବାଡ୍‌କୁ ଓ ଦେବୀଶଙ୍କର ପ୍ରତାପଙ୍କ ସମେତ ଅନ୍ୟ କେତେଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ହେଲେ ଏବେ କେତେଜଣ ଭୁବନେଶ୍ୱର ଫେରିଲେ ଏଠାରେ ଦାୟିତ୍ୱ ସମ୍ଭାଳୁଥିବା ଅଫିସରମାନଙ୍କୁ ପୁଣି ବାହାରକୁ ବିଦା ହେବାକୁ ପଡିବ। ଯେଉଁଥିପାଇଁ ଏବେ ପୋଲିସ ବିଭାଗରେ ଅସନ୍ତୋଷ ଦେଖିବାକୁ ମିଳୁଛି।
ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଏ ବିଷୟରେ ମୋର କିିଛି କରିବାର ନାହିଁ। ବଦଳି ଦାୟିତ୍ୱ ଡିଜିପି ଅଫିସ୍‌ରେ କରାଯିବ। ଅନ୍ୟତ୍ର ବଦଳି ହୋଇଥିବା ଅଫିସରମାନେ ରାଜଧାନୀକୁ ଆସିବେ ନା ସେଠାରେ ରହିବେ ତାହା ଡିଜିପିଙ୍କ ନିଷ୍ପତ୍ତି।


All Right Reserved By

ସିଂହଦ୍ୱାରରେ ଲାଗିଲା ଜୟ ବିଜୟ ମୂର୍ତ୍ତିି

ପୁରୀ ଅଫିସ,୧୭ା୬: ସିଂହଦ୍ୱାର ପ୍ରବେଶ ପଥରେ ଲାଗିଲା ଜୟ ବିଜୟ ମୂର୍ତ୍ତି। ବାତ୍ୟାରେ ଜୟ ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଏହା ପରେ ମୂର୍ତ୍ତି ସ୍ଥାପନ...

ପ୍ରଦୂଷଣ ବଳୟରେ ଖୋର୍ଦ୍ଧା

ଖୋର୍ଦ୍ଧ ଅଫିସ,୫ା୬: ଶିଳ୍ପ, କ୍ରଶର, ପଥର ଖଣିରେ ବିସ୍ଫୋରଣ, ଯାନବାହନ ଚଳାଚଳ ଯୋଗୁ ଖୋର୍ଦ୍ଧା ପ୍ରଦୂଷଣ ବଳୟରେ ଫସିଯାଉଛି। ସଚେତନତା ଅଭାବ ଓ ବିକାଶ ନଁାରେ...

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କର୍ମଚାରୀ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସଚିବାଳୟରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ...

‘କାଳିଆ’ ଲାଗି ବ୍ୟୟବରାଦ ବଢ଼ିଲା, ଉପକୃତ ହେବେ ୩୨.୩୪ଲକ୍ଷ କୃଷକ ପରିବାର

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟ ସରକାର ‘କାଳିଆ’ ଯୋଜନା ଲାଗି ଅଧିକ ବ୍ୟୟବରାଦ କରିଛନ୍ତି।  ଯୋଜନା ଲାଗି ଅଧିକ ୩୨୩୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାଫଳରେ ୩୨.୩୪...

ନଭେମ୍ବର ୧ ପୂର୍ବରୁ ଖୋଲିବ ପ୍ରକୃତି ନିବାସ: ପର୍ଯ୍ୟଟକ ଉପଭୋଗ କରିପାରିବେ ପ୍ରାକୃତିକ ଦୃଶ୍ୟ

ପୁରୀ ଅଫିସ, ୩୧।୫: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜ୍ଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା।...

ବାତ୍ୟା ବାହାନା:ଦରଦାମ୍‌ ଆକାଶଛୁଆଁ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ‘ଫନୀ’ ପୁରୀ ଓ ଭୁବନେଶ୍ୱର ସହରକୁ ଉଜାଡି ଦେଇଛି। ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ। ବାତ୍ୟା ଯିବାର ୧୪ ଦିନ ପରେ ମଧ୍ୟ ଅଣ୍ଟା...

ତିନିବାଡ଼ରୁ ଆସି ଲାଗିଲା ଆଜ୍ଞାମାଳ: ସିଂହଦ୍ୱାରରେ ତିନି ରଥ

ପୁରୀ ଅଫିସ୍‌,୩।୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛି ତିନି ରଥ। ମଙ୍ଗଳବାର ନବଯୌବନ ବେଶରେ...

ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ପରାମର୍ଶ: ଗର୍ବ, ଅହଂକାରଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା

ଭୁବନେଶ୍ୱର,୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ନବ ନିର୍ବାଚିତ ବିଜେଡି ବିଧାୟକମାନଙ୍କର ଏକ ବୈଠକ କରିଛନ୍ତି। ଏହି ବୈଠକରେ ବିଧାୟକମାନଙ୍କୁ ସରଳ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *