ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା: ୮ ଗିରଫ

ଧରାକୋଟ,୨୬ା୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଅଲେଖ ନାହାକଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଲେଖଙ୍କ ବାପା ଧରାକୋଟ ଥାନାରେ ଏତଲା ଦେବାପରେ ପୋଲିସ ନଂ. ୭୨/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶନିବାର ଏହି ଘଟଣାରେ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଯୁଧିଷ୍ଠିର ବେହେରା (୪୮), ଚିତ୍ରସେନ ବେହେରା (୩୫), ମହେଶ୍ୱର ବେହେରା (୫୫), ଶିବରାମ ବେହେରା (୨୫), ନିଶାକର ବେହେରା (୨୩), ଗୋବିନ୍ଦ ବେହେରା (୨୫), ଅଚ୍ୟୁତ ବେହେରା (୩୭), ମୁନା ବେହେରା (୩୭)। ସମସ୍ତ ଅଭିଯୁକ୍ତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଧରାକୋଟ ଥାନାରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଭାରପ୍ରାପ୍ତ ଥାନାଧିକାରୀ ପ୍ରଭାତ କୁମାର ସାହୁ, ତଦନ୍ତକାରୀ ଅଧିକାରୀ ଶେଷଦେବ କହଁର ମିଳିତ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ଲୁହାଛଡ଼ ଓ ଠେଙ୍ଗା ଜବତ କରାଯାଇଛି।
ପୋଲିସର କହିବା ପ୍ରକାରେ, ଅଲେଖ ସମ୍ପୃକ୍ତ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ୪/୫ ମାସ ହେଲା ମିଳାମିଶା କରୁଥିଲେ। ଏନେଇ ଝିଅଙ୍କ ପରିବାର ପକ୍ଷରୁ ଅଲେଖଙ୍କୁ ତାଗିଦ୍‌ କରାଯାଇଥିଲା। କିନ୍ତୁ ସେ ନ ମାନି ମିଳାମିଶା କରୁଥିଲେ। ଘଟଣାଦିନ ଗ୍ରାମରେ ଭାରତଲୀଳା ନାଟକ ପରିବେଷଣ ହେଉଥିଲା। ଝିଅ ଘର ପରିବାର ଲୋକେ ନାଟକ ଦେଖିବା ପାଇଁ ଯାଇଥିଲେ। ସମ୍ପୃକ୍ତ ନାବାଳିକା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଅଲେଖ ଝିଅ ଘରକୁ ଯାଇଥିଲେ। ଏହି ଖବର ଝିଅର ବାପା, ଦାଦା ଓ ଭାଇ ଜାଣିବା ପରେ ଅଲେଖଙ୍କୁ ତାଙ୍କ ଘରୁ ଡ଼ାକି ଆଣି ନିସ୍ତୁକ ମାଡ଼ ମାରିଥିଲେ। ଅଲେଖଙ୍କ ବାପା ସେଠାରେ ପହଞ୍ଚତ୍ ପୁଅକୁ ମାଡ ମରାଯାଉଥିବା ଦେଖି ଧରାକୋଟ ଥାନାକୁ ଖବର ଦେଇଥିଲେ। ଧରାକୋଟ ପୋଲିସ ପହଞ୍ଚତ୍ ଅଲେଖଙ୍କୁ ଝିଅଘରୁ ଉଦ୍ଧାର କରିଥିଲେ। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲା। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୮ ଜଣ ସମ୍ପୃକ୍ତ ରହିଥିବା ନେଇ ଅଭିଯୁକ୍ତମାନେ ସ୍ବୀକାର କରିଥିବା ଏସ୍‌ଡିପିଓଙ୍କ ଠାରୁ ପ୍ରକାଶ।


All Right Reserved By

୮ ଫୁଟର ଅଜଗର ଉଦ୍ଧାର

କୁକୁଡ଼ାଖଣ୍ଡି,୨୫।୬(ଡି.ଏନ.ଏ.)- ଆଙ୍କୁଶପୁର ସଦରଥାନା ସାମ୍ନା ଏକ ହୋଟେଲ ନିକଟରେ ୮ ଫୁଟର ଅଜଗର ସୋମବାର ମଧ୍ୟରାତ୍ରରେ ଉଦ୍ଧାର ହୋଇଛି। ଉଦ୍ଧାର ପରେ ଏହାକୁ ନିକଟସ୍ଥ ଟାମଣା...

ଯୁବକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ କୋର୍ଟଚାଲାଣ

ପୁରୁଷୋତ୍ତମପୁର,୩ ।୬( ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ଭୂତସରସିଙ୍ଗି ପଞ୍ଚାୟତ କଇଠଡା ଗ୍ରାମରେ ଶନିବାର ସନ୍ଧ୍ୟାରେ ଡାକ୍ତର ପ୍ରଧାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲଶ। ଏହି ଘଟଣାରେ...

ଦାରିଙ୍ଗବାଡ଼ିରେ ପ୍ରକୃତି ବଞ୍ଚାଇବାକୁ ଉଦ୍ୟମ, ସାମୁହିକ ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ବନାଞ୍ଚଳର ସାରିଙ୍ଗିଇର୍ପି ପାହାଡ଼ ନିକଟରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ...

ସହରରେ ସୀମିତ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌: ଗ୍ରାମାଞ୍ଚଳ ଥାନା ଇଲାକାରେ ହୋଇନି କାର୍ଯ୍ୟକ୍ଷମ

ବ୍ରହ୍ମପୁର ଅଫିସ,୩ା୭-ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଥାନାରେ ବରିଷ୍ଠ ନାଗରିକ ସେଲ ଗଠନ କରାଯାଇଛି। ଏକୁଟିଆ ରହୁଥିବା...

ଦ୍ରୁତ ଗତିରେ ଚାଲିଛି ବାଲିଗୁଡ଼ା ରଥକାମ

ବାଲିଗୁଡ଼ା,୨୯।୬(ଡି.ଏନ୍‌.ଏ.): ରଥଯାତ୍ରା ଉପଲକ୍ଷେ କନ୍ଧମାଳ ଜିଲା ବାଲିଗୁଡ଼ାରେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ଜଗନ୍ନାଥ ମନ୍ଦିର ନିକଟ ଜଗନ୍ନାଥ...

ପିଲିବନ୍ଧ ଚତୁଃପାର୍ଶ୍ୱ ସଫେଇ କଲେ ସିପାହୀ

ଛତ୍ରପୁର,୨୮।୬(ଡି.ଏନ.ଏ.)- ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ପିଲିବନ୍ଧ ଚତୁଃପାର୍ଶ୍ୱକୁ ସଫେଇ କରାଯାଇଛି ା ବାଟାଲିୟନ୍‌ କମାଣ୍ଡାଣ୍ଟ ଉଦୟ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ...

ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଟା ଖୁଆଇଲେ

ପୁରୁଷୋତ୍ତମପୁର,୧ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣିଗାରେଡି ସନ୍ଦେହରେ କେତେଜଣ ଲୋକେ ରବିବାର ଜନୈକ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ସହ ସ୍ବାମୀ, ସ୍ତ୍ରୀଙ୍କୁ...

ବହୁ ଆଗରେ ସୂର୍ଯ୍ୟ ପାତ୍ର

ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *