ରେକର୍ଡ ଭାଙ୍ଗୁଛି ତାତି: ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୬।୫(ବ୍ୟୁରୋ)-ଚଳିତବର୍ଷ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର ଦୁଇ ସହରର ତାପମାତ୍ରା ୪୬ଡିଗ୍ରୀ ଟପିଥିବା ବେଳେ ରବିବାର ତାଳଚେର ସର୍ବାଧିକ ଉତ୍ତପ୍ତ ସହର ଭାବେ ୪୪.୬ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରିଛି। ସେହିଭଳି ୧୧ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ସୋମବାର ୯ ଜିଲାକୁ ହିଟ୍‌ଓ୍ବେଭ୍‌ ସତର୍କ ସୂଚନା ଜାରି କରାଯାଇଛି। ଏହାସହ କେତେକ ଜିଲାରେ ସ୍ବଳ୍ପ ବର୍ଷା ସହ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରବିବାର ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏହା ତଳକୁ ସମ୍ବଲପୁର, ଟିଟିଲାଗଡ଼ ଓ ମାଲକାନଗିରିରେ ୪୪ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ ୪୩.୮, ସୋନପୁର ୪୩.୬, ହୀରାକୁଦ ୪୩.୧, ଝାରସୁଗୁଡ଼ା ୪୩, ଭବାନୀପାଟଣା ୪୨.୬, ଅନୁଗୋଳ ୪୧.୧ ଓ ସୁନ୍ଦରଗଡ଼ରେ ପାରଦ ୪୧ଡିଗ୍ରୀ ଛୁଇଁଛି। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍‌ଓ୍ବେଭ୍‌ ଲୋକଙ୍କ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ଓ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଦୁର୍ଦ୍ଦଶା ଆଣିଦେଇଛି।
ଅନ୍ୟପକ୍ଷରେ ସୋମବାର ଗଞ୍ଜାମ, ଗଜପତି, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ଏହାସାଙ୍ଗକୁ ଘଡ଼ଘଡ଼ି ଓ ୩୦ରୁ ୪୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ାରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଦିଆଯାଇଛି। ଏହି ୯ ଜିଲାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘ହିଟ୍‌ଓ୍ବେଭ୍‌ ଆଲର୍ଟ’ ଜାରି କରାଯାଇଛି। ପୁରୀ, କଟକ, କେନ୍ଦୁଝର, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ ଓ ମୟୂରଭଞ୍ଜର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବା ସମ୍ଭାବନା ରହିଛି। ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଛୋଟ ପିଲା, ବୟସ୍କ ଏବଂ ରୋଗୀମାନଙ୍କୁ ଖରାରେ ବାହାରକୁ ନ ଯିବାକୁ କୁହାଯାଇଥିବା ବେଳେ ଅତି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସତର୍କ କରାଯାଇଛି।


All Right Reserved By

୧୦ବର୍ଷ ପରେ କାକଟପୁରକୁ ମନ୍ତ୍ରୀପଦ:ପ୍ରଥମ ଥର ବିଜୟୀ ହୋଇ ତୁଷାରକାନ୍ତି ହେଲେ ମନ୍ତ୍ରୀ, କର୍ମୀ ମନାଇଲେ ଉତ୍ସବ

କାକଟପୁର,୨୯।୫(ଡି.ଏନ୍‌.ଏ.): କାକଟପୁର ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ପ୍ରଥମ ଥର ଲାଗି ଇଂ ତୁଷାରକାନ୍ତି ବେହେରା ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ...

ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ...

ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଯୋଡ଼ା,୨୨।୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ବନେଇକଳା ଠାରେ ଜଣେ ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂତ୍ରରୁ ଜଣାପଡ଼ିଛି ଯେ, ବନେଇକଳା ବସ୍ତିରେ...

ଭୁବନେଶ୍ୱର କାର୍ଯ୍ୟାଳୟରେ ପାସ୍‌ପୋର୍ଟ କେଳେଙ୍କାରୀ: ନକଲି ପାସ୍‌ପୋର୍ଟରେ ସୌଦି ପଳାଇଛନ୍ତି ସନ୍ଦିଗ୍ଧ; ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ଙ୍କ ଲିଙ୍କ୍‌ ସନ୍ଦେହ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଅସଲି ନମ୍ବରରେ ନକଲି ପାସ୍‌ପୋର୍ଟ। ଭୁବନେଶ୍ୱର ପାସ୍‌ପୋର୍ଟ ଅଫିସରେ ହୋଇଛି ଏଭଳି କେଳେଙ୍କାରୀ। ଉକ୍ତ ନକଲି ପାସ୍‌ପୋର୍ଟରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍‌...

ଆଳତୁମା ରଜ ମହୋତ୍ସବ: ହରାଇନି ମହକ, କମିନି ଚମକ

କାମାକ୍ଷାନଗର, ୧୪।୬ – ସରିଛି ସଜବାଜ। ଶୁକ୍ରବାର ପହିଲି ରଜ। ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ। ଆମ୍ବତୋଟାରେ ସରିଲାଣି ଦୋଳିବନ୍ଧା। ଖୋଲିଲାଣି ରଜପାନ ଦୋକାନ।...

ଲୋକ ସଭା ଫଳାଫଳ:କାମ ଦେଲା ନବୀନଙ୍କ ମହିଳା କାର୍ଡ

ଭୁବନେଶ୍ୱର, ୨୪-୫9 (ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକ ସଭା ଆସନରେ ପ୍ରାର୍ଥୀ କରିଥିଲେ। ସେମାନଙ୍କ...

୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ...

ଜର୍ମାନୀର ଜିଆଇ୍‌ଜେଡ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ରାଜ୍ୟର ସହରାଞ୍ଚଳ ବିକାଶରେ ହେବ ସହାୟକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ସହରାଞ୍ଚଳ ବିକାଶକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଜର୍ମାନୀର...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *