ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ୧୮ ଆହତ

ସୋନପୁର/ମନମୁଣ୍ଡା,୨୬।୫(ନି.ପ୍ର./ଡି.ଏନ.ଏ.):ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଜିଲା ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ସୁଜନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା। ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ବସ୍‌ ନଂ ଓଡି୦୨ଏସି-୦୨୮୦ଟି ରାସ୍ତାପାର୍ଶ୍ୱରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଏଥିଯୋଗୁଁ ୧୮ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଡ୍ରାଇଭର ଶାନ୍ତନୁ ନାଏକ ବସ୍‌ରେ ଚାପି ହୋଇ ରହିଥିଲେ। ଜେସିବି ମେଶିନ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି। ଡ୍ରାଇଭରଙ୍କ ଗୋଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନେ ହେଲେ ଭଦ୍ରକର ବିଭୁତି ପଣ୍ଡା(୩୨), ବଲାଙ୍ଗୀରର ସୁଶିଲ କୁମାର ଷାଣ୍ଢ(୪୦), ସ୍ବାଧୀନ ବିଶି(୪୨), କେଉଁଝରର ଅନିଲ କୁମାର ଓତା, ମଙ୍ଗଳାସାହି କଟକର ଡମ୍ବରୁଧର ଲେଙ୍କା(୩୪), ତରଭା ବ୍ଲକ ଦେଉଳପଦରର ଜିତେନ୍ଦ୍ର ସା(୨୦), ପୁଆର ଗଣେଷ ଦାଶ(୪୦), କଳାହାଣ୍ଡି ଜୟପାଟଣାର ବବି ବାଗ(୪୬) ଓ ସୋନପୁରର ଗଦାଧର ବାରିକ(୬୦)। ସାମାନ୍ୟ ଆହତ ହୋଇଥିବା ଯାତ୍ରୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


All Right Reserved By

ଇଭିଏମ୍‌ରେ ତ୍ରୁଟି : ବିଳମ୍ବରେ ମତଦାନ

ସୁନ୍ଦରଗଡ଼,୧୮ା୪(ଡି.ଏନ୍‌.ଏ) : ସୁନ୍ଦରଗଡ଼ ଜିଲାରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଜିଲାର ଲୋକ ସଭା ଓ ଏହା ଅଧୀନ ୭ଟି ବିଧାନସଭା...

ନଗର କଂଗ୍ରେସ ତରଫରୁ ଜିଲାପାଳଙ୍କ ଅଫିସ ଘେରାଉ

ବଲାଙ୍ଗୀର ଅଫିସ, ୧୭।୬: ଅଘୋଷିତ ବିଜୁଳି କାଟ, ପିଇବା ପାଣି ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସମାଧାନ ଦାବିରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ସୋମବାର...

ରେଢ଼ାଖୋଲରେ ରୋହିତ ଆଗୁଆ

ରେଢ଼ାଖୋଲ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରେଢ଼ାଖୋଲ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଆଗୁଆ ରହିଛନ୍ତି। ରୋହିତ ୧୪୧୯୬ ଭୋଟ ପାଇଥିବାବେଳେ...

ବଏସ୍‌ ୮୬, ଭତାରୁ ବଁଚିତ୍‌ ବୁଧ

ଅତାବିରା, ୧୦।୬ (ଡି.ଏନ.ଏ):  ରାଏଜ୍‌ ସରକାର ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗ, ନିସାହା ଛାର୍‌ରି ମହିଲାମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦...

‘ଫନୀ’ ବିପନ୍ନଙ୍କୁ ଗୋଟିଏ ଦିନର ଦରମା ଦେଲେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କର୍ମଚାରୀ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ ବିପନ୍ନଙ୍କ ଲାଗି କଳାହାଣ୍ଡି ଦକ୍ଷିଣ ବନଖଣ୍ଡର କର୍ମଚାରୀମାନେ ସହାୟତାର ହାତ ବଢାଇଛନ୍ତି। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି....

ଲାଞ୍ଜିଗଡ଼, ନର୍ଲାରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶରି ଆଗୁଆ ରହିଛନ୍ତି। ସେହିପରି ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂ ଆଗରେ ଥିବା ସୂଚନା...

ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କଲେ ମୋଦି

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ବିଜେଡିର ଅସାଧାରଣ ସଫଳତା ଭିତରେ ଭାଜପା ବଞ୍ଚାଇ ରଖିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରୁ ଭାଜପାର...

ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ପକ୍ଷରୁ ବିଶାଳ ସମାବେଶ: କାର୍ଯ୍ୟ ପାଇଁ ଆବେଦନ କଲେ ୪ ଶହ ଶ୍ରମିକ

କର୍ଲାମୁଣ୍ଡା,୬।୬(ଡି.ଏନ.ଏ.): ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ଇନଫ୍ରାଷ୍ଟ୍ରକଚର୍‌ ୱାର୍କର କଳାହାଣ୍ଡି ଶାଖା ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ୧୪ ଦଫା ଦାବି ସମ୍ବଳିତ ଏକ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *