ବାର୍ଷିକ ସାହିତ୍ୟ ଆସର:ଅବକ୍ଷୟମୁଖୀ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ବାନ

ସାତମାଇଲ, ୨୬।୫(ଡି.ଏନ.ଏ.)-ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମହାନ୍‌। ହେଲେ ଆଜିକାର ଦିନରେ ଯୁବପିଢ଼ି ସାହିତ୍ୟ, ସଂସ୍କୃତିରୁ ବିମୁଖ ହେଉଛନ୍ତି। ଫଳରେ ଓଡ଼ିଆ ଜାତିର ମହାନ ପରମ୍ପରା ଅବକ୍ଷୟ ଆଡ଼କୁ ଗତି କରୁଛି, ଯାହା ଆଗାମୀ ପିଢ଼ି ପାଇଁ ଆଦୌ ଶୁଭଙ୍କରୀ ନୁହେଁ। ସମୁସ୍ତରରୁ ଉଦ୍ୟମ ହେଲେ ଅବକ୍ଷୟମୁଖୀ ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି କହିଛନ୍ତି ହିନ୍ଦୋଳ କଲେଜର ଅବସରପ୍ରାପ୍ତ ଇଂଲିଶ ଅଧ୍ୟାପକ ବିରଞ୍ଚତ୍ ନାରାୟଣ ତ୍ରିପାଠୀ। ଖଜୁରିଆକଟା ସରସ୍ବତୀ ଶିଶୁ ମନ୍ଦିରରେ ରବିବାର ମା’ ଧରାଶୁଣୀ ସାହିତ୍ୟ, ସଂସ୍କୃତି କଳା ପରିଷଦ ପକ୍ଷରୁ ଆୟୋଜିତ ୭ମ ବାର୍ଷିକ ସାହିତ୍ୟ ଆସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ଜନତା କଲେଜର ଓଡ଼ିଆ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଖଣି ଉପନିର୍ଦ୍ଦେଶକ ଜୟନ୍ତ ପ୍ରଧାନ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଦସ୍ୟ କବି ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ଭାଷାସାହିତ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।
ପରିଷଦର ସଭାପତି ତଥା ପ୍ରାବନ୍ଧିକ ଦଣ୍ଡଧର ପତି ସ୍ବାଗତ ଭାଷଣ ଦେଇଥିବାବେଳେ ଇଂଲିଶ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ହିନ୍ଦୋଳ, ଅନୁଗୋଳ ଅଞ୍ଚଳର ଅନେକ ସାହିତି୍ୟକ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। କବି ଶିବପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


All Right Reserved By

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦ: ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା

ଢେଙ୍କାନାଳ ଅଫିସ, ୩୦।୫: ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଞ୍ଚଳବାସୀ। ଅନବରତ ୧୨ ଘଣ୍ଟା ଧରି ଅଘୋଷିତ...

ଅନୁଗୋଳ ଜୁନିୟର କଲେଜରେ ପାସ୍‌ ହାର ୭୭.୮୧%:ଶ୍ରେଷ୍ଠ ୫ ମଧ୍ୟରେ ୪ ଛାତ୍ରୀ

ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜୁନିୟର କଲେଜରେ ଯୁକ୍ତ ୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି। କଲେଜରେ ପାସ୍‌ ହାର ୭୭.୮୧ ପ୍ରତିଶତ ରହିଛି। ମୋଟ...

ମହୀଧରପୁର ସାପ୍ତାହିକ ହାଟ : ଛାଇ ନାହିଁ କି ନିର୍ମାଣ ହେଉନି ପିଣ୍ଡି

ବଅଁରପାଳ, ୧୩।୬ (ଡି.ଏନ୍‌.ଏ) – ଦୃଷ୍ଟି ଆଢୁଆଳରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ମହୀଧରପୁରର ସାପ୍ତାହିକ ହାଟ। ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ ସତ୍ତ୍ୱେ ସୁଧୁରିପାରୁନି...

ଢେଙ୍କାନାଳ ଲୋକ ସଭା ଆସନ ୫ମ ରାଉଣ୍ଡ ସୁଦ୍ଧା ମହେଶ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୫ୟ ରାଉଣ୍ଡ ଭୋଟଗଣତି ଶେଷ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ୨ଲକ୍ଷ ୫୧ହଜାର ୩୨୦ ଖଣ୍ଡ...

ଶହୀଦଙ୍କ କଫିନ୍‌ରେ ବିଜେଡି ପତାକା

ଭୁବନେଶ୍ୱର, (ବ୍ୟୁରୋ)/କାମାକ୍ଷାନଗର, ୨୨।୬(ଡି.ଏନ.ଏ.) – ଜମ୍ମୁ-କଶ୍ମୀରର ଅନନ୍ତନାଗଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ କଫିନ୍‌ରେ ଶାସକ ବିଜେଡିର ଦଳୀୟ ପତାକା...

ଭତ୍ତାକୁ ଚାହିଁଛନ୍ତି ଉତ୍ତରା: ୩୦କେଜି ଚାଉଳରେ ଚଳୁଛନ୍ତି ୪ ପ୍ରାଣୀ

ଭାପୁର,୨୬।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ଆରପାରିରେ ସ୍ବାମୀ। ଘରେ ୨ ଝିଅ, ଜଣେ ପୁଅ। ମୂଲମଜୁରି ଲାଗିଲେ ସେମାନଙ୍କ ପେଟକୁ ଦାନା ଯୋଗାଡ଼ ହେଉଛି। ଭଙ୍ଗା କୁଡ଼ିଆରେ...

ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ଛେଣ୍ଡିପଦା,୪।୬(ସ୍ବ.ପ୍ର)-ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ବନବିଭାଗ ଜଣେ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପାତ୍ରପଡା...

ଚେତିଲେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ : ରିଫିଲିଂ ପାଇଁ ଗଲା ୮୧ ଅଗ୍ନି ନିର୍ବାପକ ସିଲିଣ୍ଡର

ଅନୁଗୋଳ ଅଫିସ, ୩୦।୬ – ବିଳମ୍ବରେ ହେଲେ ବି ଚେତିଛନ୍ତି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଡାକ୍ତରଖାନାରେ ଲାଗିଥିବା ୮୧ଟି ଅଗ୍ନି ନିର୍ବାପକ ସିଲିଣ୍ଡରକୁ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *