Posted inଖେଳ

ସୁଦିରମାନ କପ୍‌: ଚାଇନା ଚାମ୍ପିୟନ

ନାନ୍ନିଂ(ଚାଇନା), ୨୬।୫(ଏଏଫ୍‌ପି)-ବିଶ୍ୱର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋଟାଙ୍କ ବିପକ୍ଷରେ ଶି ୟୁକିଙ୍କ ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ଚାଇନା ୧୧ତମ ସୁଦିରମାନ କପ୍‌ ଟାଇଟଲ ଜିତିଛି। କଦାପି ବିଶ୍ୱର ଦଳଗତ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଜିତି ପାରି ନ ଥିବା ଜାପାନ ୦-୩ ବ୍ୟବଧାନରେ ଫାଇନାଲରେ ଚାଇନାଠାରୁ ପରାଜୟ ବରଣ କରିଛି। ପୁରୁଷ ଡବଲ୍ସ ଓ ମହିଳା ସିଙ୍ଗଲ୍ସ ବର୍ଗରେ ପରାଜୟ ପରେ ଜାପାନକୁ ମ୍ୟାଚ୍‌ରେ ତିଷ୍ଠି ରହିବା ଲାଗି ପୁରୁଷ ସିଙ୍ଗଲ୍ସରେ ନିଶ୍ଚିତ ବିଜୟ ଆବଶ୍ୟକତା ଥିଲା। ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ମୋମୋଟା ଦ୍ୱିତୀୟ ର଼୍ୟାଙ୍କ ଶି ୟୁକିଙ୍କ ବିପକ୍ଷରେ ଗତ ୫ ମ୍ୟାଚ୍‌ରେ ୪ ଥର ଜିତା ପଟ ହାସଲ କରିଛନ୍ତି। ହେଲେ ୨୪ ବର୍ଷୀୟ ମୋମୋଟା ଏଥର ବିଫଳ ହୋଇଥିଲେ। ସେ ୨୧-୧୫, ୫-୨୧, ୧୧-୨୧ ଗେମ୍‌ରେ ପରାସ୍ତ ହୋଇଥିଲା। ବ୍ୟାଡ୍‌ମିଣ୍ଟନର କ୍ରୀଡ଼ା ମହାଶକ୍ତି ଚାଇନା ଗତ ଦୁଇ ବର୍ଷ ତଳେ ଫାଇନାଲରେ ଦକ୍ଷିଣ କୋରିଆଠାରୁ ପରାସ୍ତ ହୋଇଥିଲା।


All Right Reserved By

Posted inଖେଳ

ଫିଫା ର଼୍ୟାଙ୍କିଙ୍ଗ: ଭାରତକୁ ୧୦୧ତମ ସ୍ଥାନ

ନୂଆଦିଲ୍ଲୀ, ୧୪।୬ (ପି.ଟି.)-ଶୁକ୍ରବାର ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତ ୧୦୧ତମ ସ୍ଥାନ ବଜାୟ ରଖିଛି।...

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ।...

ପିଏସ୍‌ଜି ଛାଡିଲେ ଆଲ୍‌ଭେସ୍‌

ପ୍ୟାରିସ, ୨୩ା୬ (ଏଏଫ୍‌ପି)- ଡାନି ଆଲ୍‌ଭେସ୍‌ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ଦଳ ପରିତ୍ୟାଗ କରିଛନ୍ତି। କୋପା ଆମେରିକାରେ ପେରୁ ବିପକ୍ଷରେ ବ୍ରାଜିଲର ୫-୦ଗୋଲରେ ବିଜୟ ପରେ ସେ...

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ କରିବେ ଧର୍ମସେନା, ମାରିଆସ

ଲଣ୍ଡନ,୧୨।୭(ପି.ଟି.)- ରବିବାର ଆଇକନିକ୍‌ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଲାଗି ଶ୍ରୀଲଙ୍କା ଅମ୍ପାୟର...

ଦ୍ୱନ୍ଦ୍ୱରେ ଇଂଲଣ୍ଡ

ସାଉଥମ୍ପଟନ,୨୬।୫(ଏଏଫ୍‌ପି)- ପେସର ମାର୍କ ଉଡ୍‌ ଆହତ ସମସ୍ୟା ନେଇ ଇଂଲଣ୍ଡ ଦଳ ଦ୍ୱନ୍ଦ୍ୱରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ତାଙ୍କ...

ଫିଚର ଫର୍ମୁଲା-୩ ରେସ୍‌ ଜିତିଲେ ଦାରୁବାଲା

ଲି କ୍ୟସ୍‌ଲେଟ୍‌ (ଫ୍ରାନ୍ସ), ୨୨ା୬ (ପି.ଟି.): ଭାରତର ଭବିଷ୍ୟତ ଫର୍ମୁଲା-୧ ଡ୍ରାଇଭର ବୋଲି କୁହାଯାଉଥିବା ଜେହାନ ଦାରୁବାଲା ଏଫ୍‌ଆଇଏ ଫର୍ମୁଲା-୩ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଥର ଟାଇଟଲ...

ସ୍ମିଥ୍‌ଙ୍କୁ ଗାଳି ଦେଉଥିଲେ ଦର୍ଶକ, କ୍ଷମା ମାଗିଲେ ବିରାଟ

ଓଭାଲ, ୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା।...

ଗାଙ୍ଗୁଲି, ଲକ୍ଷ୍ମଣଙ୍କୁ ଦୁଇଟି ବିକଳ୍ପ

ନୂଆଦିଲ୍ଲୀ,୨୧।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଉପଦେଷ୍ଟା...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *