ଦୁଇ ବାଇକ୍‌ ଓ ଇଣ୍ଡିଗୋକୁ ଧକ୍କା ଦେଲା ଟ୍ରକ, ଜଣେ ଗୁରୁତର

ନୂଆଗାଁ,୨୬ା୫(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁରଠାରେ ରବିବାର ପୂର୍ବାହ୍ନରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁଇଟି ବାଇକ ଓ ଗୋଟିଏ ଇଣ୍ଡିଗୋକୁ ଧକ୍କାଦେଇଥିଲା। ଫଳରେ ଚାରି ଜଣ ଆହତ ହେବା ସହ ଜଣେ ମହିଳା ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନରେ ଶିଖରଗୋଛା ଗ୍ରାମର ଧନିଆ ନାୟକ ସ୍ତ୍ରୀ ରେବତୀଙ୍କୁ ବାଇକ ଓଡି ୨୫ ଜି ୫୬୬୨ରେ ବସାଇ ନୂଆଗାଁରୁ ନୟାଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ଛତିଶଗଡ଼ରୁ ନୟାଗଡ଼ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ମହିପୁର ରାମଚଣ୍ଡୀ ମନ୍ଦିର ନିକଟରେ ଧନିଆଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟ ସେଠାରେ ପଡ଼ିଯାଇଥିଲେ। ସେଠାରୁ ଟ୍ରକଟି ଖସି ଯିବାକୁ ଉଦ୍ୟମ କରିବାବେଳେ ଭାଟସାହିର ଅନ୍ତର୍ଯ୍ୟାମୀ ଭଟ୍ଟ ସ୍ତ୍ରୀଙ୍କୁ ନେଇ ଶ୍ୱଶୁର ଘର ଭିରୁଡ଼ାରୁ ନିଜ ଘରକୁ ବାଇକ ନଂ ଓଡି୨୫ ସି ୫୨୫୮ରେ ଯାଉଥିବାବେଳେ ଧକ୍କା ଦେଇଥିଲା । ବାଇକ ଚାଳକ ଓ ତାଙ୍କ ସ୍ତ୍ରୀ ଦୂରକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ପୁନର୍ବାର ସେଠାରୁ ଟ୍ରକ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ମହିପୁର ଛକ ନିକଟରେ ଏକ ଇଣ୍ଡିଗୋ କାରକୁ ଧକ୍କା ଦେଇଥିଲା। ଫଳରେ କାର ଚାଳକ ଆହତ ହୋଇଥିଲେ। ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଟ୍ରକଟିକୁ ଅଟକାଇ ଥିଲେ । ଏହାପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ରେବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏପରି ତିନୋଟି ଦୁର୍ଘଟଣା ଘଟାଇ ଟ୍ରକଟି ଖସି ଯିବାକୁ ଉଦ୍ୟମ କରୁଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ନୂଆଗାଁ ଆଇଆଇସି ମନୋରମା ମଲିକ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଦୁଇଟି ବାଇକ, ଇଣ୍ଡିଗୋ ଓ ଟ୍ରକକୁ ଜବତ କରିବା ସହ ଟ୍ରକ ଡାଇଭରକୁ ଥାନାରେ ଅଟକ ରଖିଛନ୍ତି। ଦୁର୍ଘଟଣା ବିଷୟରେ ଟ୍ରକ ଡ୍ରାଇଭର ଦୀପୁ ନାୟକକୁ ପଚାରିବାରୁ ଟ୍ରକଟିର ବ୍ରେକ ଫେଲ୍‌ ହୋଇଯିବାରୁ ଏପରି ଘଟିଲା ବୋଲି କହିଛନ୍ତି।


All Right Reserved By

ଝିଅ ବାହାଘର ପାଇଁ ଥିବା ସୁନାଅଳଙ୍କାର ଚୋରି ଘଟଣା: ୪ ଅଭିଯୁକ୍ତ ଗିରଫ; ଅଳଙ୍କାର, ଟଙ୍କା ଜବତ

ଭାପୁର/ଖଣ୍ଡପଡା,୨ା୬(ଡି.ଏନ୍‌.ଏ./ସ୍ବ.ପ୍ର.)- ଭାପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଝିଅର ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କା ଓ ସୁନା, ରୂପା ଗହଣା ଚୋରି ହେବା ଘଟଣାରେ ଫତେଗଡ଼...

ରଣପୁରରେ ନବବଧୂଙ୍କୁ ବିଷ ପିଆଇ ହତ୍ୟା : ସ୍ବାମୀ, ଶାଶୁ,ଶ୍ୱଶୁର ଗିରଫ

ରଣପୁର,୧୬।୬(ସ୍ବ.ପ୍ର.)-ଗଣପର୍ବ ରଜକୁ ଝିଅ ବୋହୂମାନେ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବାବେଳେ ନୟାଗଡ ଜିଲା ରଣପୁର ଥାନା ଅଞ୍ଚଳରେ ପହିଲି ରଜରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ...

ଶ୍ରୀଜୀଉଙ୍କ ଆଳତି ଦର୍ଶନ ପାଇଁ ଭିଡ଼

ଖଣ୍ଡପଡ଼ା,୧୧ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ସହରସ୍ଥିତ ଗୁଣ୍ଡିଚା ମନ୍ଦିରରେ ଏକକ ଜଗନ୍ନାଥ(ପତିତପାବନ) ଓ ମହିମାମେରୁ(ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା)ଙ୍କ ସନ୍ଧ୍ୟା ଆଳତି ଦର୍ଶନ ନିମନ୍ତେ ବୁଧବାର ବହୁ...

ଡମ୍ପର ଚକାତଳେ ମହିଳାଙ୍କ ଜୀବନ ଗଲା: ପ୍ରତିବାଦରେ ରାସ୍ତା ଅବରୋଧ

ଛତିଆ,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଚମ୍ପାପୁର ରାସ୍ତାରେ ମଙ୍ଗଳବାର ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ କଟକ ଜିଲା...

ଅଶାନ୍ତ ବଡନି ଗ୍ରାମ: ୩ ହଜାର ଟଙ୍କା ପାଇଁ ଗଣ୍ଡଗୋଳ, ରାମସା ଛକରେ ରାସ୍ତାରୋକୋ

ଝରିଗାଁ,୨୪।୫(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ବଡନି ଗ୍ରାମରେ ୩ ହଜାର ଟଙ୍କାକୁ ନେଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଝରିଗାଁ ବ୍ଲକ...

ଅଚିହ୍ନା ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା: ପଥର ତଳେ ମୃତଦେହ ଚାପି ଦେଇ ଦୁର୍ବୃତ୍ତ ଫେରାର

ପାଟକୁରା, ୨ା୬(ଡ଼ି.ଏନ.ଏ.)-କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଞ୍ଚାୟତ ନିକଟ ପାଇକା ନଦୀର ପଥର ବୁରୁଜ ନିକଟରେ ଶୁକ୍ରବାର ରାତିରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ...

ବନ ବିଭାଗ ପକ୍ଷରୁ ଚଢ଼ାଉ: ସାଇଜ୍‌ ଶାଳ, ଶାଗୁଆନ ପଟା ଜବତ

ଓଡ଼ଗାଁ,୧୩ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ାଝୋଲା ସେକ୍ସନ ଅଧୀନ ବିଭିନ୍ନ ଗ୍ରାମରେ ବିଭାଗ ତରଫରୁ କ୍ରମାଗତ ଚଢ଼ାଉ ଜାରି...

ଘୋଷଯାତ୍ରା: ଦେଢ଼ଘଣ୍ଟା ବିଳମ୍ବରେ ହେଲା ରଥ ଟଣା; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ରଣପୁର,୫|୭(ସ୍ବ.ପ୍ର.)-ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲା ରଣପୁରରେ ଗୁରୁବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ୩ ରଥ ପ୍ରତିଷ୍ଠା କରାଯିବା ପରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *