Posted inଜାତୀୟ

ତ୍ରିପୁରାରେ ବାଦଲ ଫଟା ବର୍ଷା: ୭ଶହ ଲୋକ ବେଘର

ଅଗରାତାଲା,୨୬।୫: ତ୍ରିପୁରାରେ ଗତ ୩ ଦିନ ଧରି ବାଦଲ ଫଟା ବର୍ଷା ଲାଗି ରହିଛି। କେତେକ ଅଞ୍ଚଳରେ ବର୍ଷାଜଳ ଜମି ରହିବାରୁ ୭ଶହ ଲୋକ ବାସ ହରାଇ ବେଘର ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାରଠାରୁ ଏଠାରେ ବର୍ଷା ଲାଗି ରହିଛି। ଏହାଦ୍ୱାରା ଉତ୍ତର ତ୍ରିପୁରା, ଉନାକୋଟି ଏବଂ ଧାଲାଇ ଜିଲାରେ ଅଧିକ କ୍ଷୟକ୍ଷତି ହୋଇଛି। ପୀଡିତଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳରେ ରକାଯାଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ଶରତ ଦାସ ସୂଚନା ଦେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। ମୋଟ ୭୩୯ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଉନାକୋଟି ଜିଲାର ୩୫୮ ଜଣଥିବାବେଳେ ଉତ୍ତର ତ୍ରିପୁରାର ୩୮୧ ଜଣ ଅଛନ୍ତି। ପ୍ରବଳ ବର୍ଷାରେ ଏକ ହଜାର ୩୯ଟି ବାସ ଗୃହ ଭାଙ୍ଗି ଯାଇଥିବା ରାଜ୍ୟ ପ୍ରଶାସନ କହିଛି। ଉଦ୍ଧାର କାର୍ଯ୍ୟରେ ୪୦ଟି ବୋଟ୍‌କୁ ନିୟୋଜିତ କରାଯାଇଛି।


All Right Reserved By

ଲୋକ ସଭା ନିର୍ବାଚନ:ମଇଦାନରେ ୧୬୩ ନିରକ୍ଷର

ନୂଆଦିଲ୍ଲୀ,୧୭।୫(ଆଇଏଏନ୍‌ଏସ୍‌):୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୪୮% ସ୍ନାତକ ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ...

‘ବାୟୁ’ ଉଠାଇବ ୧୦ ଫୁଟ ଜୁଆର

ନୂଆଦିଲ୍ଲୀ, ୧୩ା୬ :ଆରବ ସାଗରରେ ବାତ୍ୟା ‘ବାୟୁୁ’ ଉଗ୍ରରୂପ ଧାରଣ କରିବା ସହ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଗୁରୁବାର ସକାଳେ ଏହା ଉପକୂଳ...

ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୫: ସାଧାରଣ ନିର୍ବାଚନରେ ଭାଜପାର ଐତିହାସିକ ବିଜୟର ତିଦିଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଟୁଇଟର୍‌ରେ ଦେଖାଯାଉ ନାହାଁନ୍ତି କଂଗ୍ରେସର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା

ନୂଆଦିଲ୍ଲୀ,୨।୬: କଂଗ୍ରେସ ଦଳର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା ସ୍ପନ୍ଦନା ଏବେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର୍‌ରେ ଆଉ ଦେଖାଯାଉ ନାହାଁନ୍ତି। ତାଙ୍କର ଟୁଇଟର୍‌ ଆକାଉଣ୍ଟ ଡିଲିଟ୍‌...

୧୭ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା: ଖର୍ଚ୍ଚ ହୋଇଛି ୭୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୪।୬: ଏପର୍ଯ୍ୟନ୍ତ ଯେତେ ଥର ଲୋକ ସଭା ନିର୍ବାଚନ ହୋଇଛି ସେଥିମଧ୍ୟରୁ ୧୭ ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି। କାରଣ...

ଫିଲ୍ମୀ ଷ୍ଟାଇଲ୍‌ରେ ହାତୀକୁ ଚୁମ୍ବନ କରିବାକୁ ଉଦ୍ୟମ: ହସ୍ପିଟାଲରେ ପହଞ୍ଚିଲେ ଯୁବକ

କୋଲାର,୨।୫: ନିଶାରେ ମାତାଲ ଥିବା ୨୪ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଲା ହାତୀକୁ ଚୁମ୍ବନ ଦେବା ଉଦ୍ୟମ। ଚୁମ୍ବନ ଦେବାକୁ ହାତୀ ନିକଟରେ ପହଞ୍ଚିବା ତାର...

ହରଡ଼ଘଣାରେ ସଚିନ୍‌: କାହାକୁ ରଖିବେ କାହାକୁ ଛାଡିବେ ?

ଜୟପୁର,୨୯।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ ରାଜସ୍ଥାନ ଉପମୁଖ୍ୟନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କୁ ଏହି ୨ଟି...

ମଧ୍ୟ ପ୍ରଦେଶର ୨୮ ଆସନରେ ଭାଜପା ଆଗରେ ୨୮ହଜାରରେ ସିନ୍ଧିଆ ପଛରେ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ପ୍ରାୟ ୨୮ ଆସନରେ ଭାଜପା ଆଗରେ ଥିବା ବେଳେ ଏଠାକାର କଂଗ୍ରେସର ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୮ ହଜାର ଭୋଟରେ ପଛରେ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *