Posted inଫୁରସତ

ଡ୍ରାଗନ୍‌ ଲ୍ୟାମ୍ପ

ଗେମ୍‌ ଅଫ୍‌ ଥ୍ରୋନ୍‌ସ ଏକ କାଳ୍ପନିକ ଟେଲିଭିଜନ୍‌ ସିରିଜ୍‌। ଏହାର ଲୋକପ୍ରିୟତା ଏତେ ଯେ, ଏବେ ଏହି ସିରିଜ୍‌ରେ ଥିବା ଡ୍ରାଗନ୍‌କୁ ନେଇ ତିଆରି ହୋଇଛି ଏକ ଲ୍ୟାମ୍ପ। ଯାହା ଦେଖିବାକୁ ମୁଖରୁ ଅଗ୍ନି ଉଦ୍‌ଗିରଣ କଲା ଭଳି ଲାଗେ। ବୁଲଗେରିଆର କଳାକାର ତଥା ଅଟୋମେଶନ୍‌ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍‌ ଡାନିଏଲ ଏହାକୁ ତିଆରି କରିଛନ୍ତି। ୨୫ ସେ.ମି. ଉଚ୍ଚ ଓ ୨୫ ସେ.ମି. ଲମ୍ବ ବିଶିଷ୍ଟ ଏହି ଲ୍ୟାମ୍ପକୁ ୩ଡି ପଦ୍ଧତିରେ ନିର୍ମାଣ କରାଯାଇଛି। ଏହାକୁ ଡାନିଏଲ୍‌ଙ୍କ ଇଟ୍‌ସି ଷ୍ଟୋର୍‌ରୁ କିଣିହେବ। ଗେମ୍‌ ଅଫ୍‌ ଥ୍ରୋନ୍ସର ଫ୍ୟାନ୍‌ଙ୍କ ପାଇଁ ଏହା ନିଶ୍ଚିତଭାବେ ଭଲ ଉପହାର ଅଟେ। ଏହାକୁ ଜଳାଇଲେ ଡ୍ରାଗନ୍‌ ପାଟିରୁ ଲାଲ୍‌, ହଳଦିଆ, ଧଳା, ନୀଳ ରଙ୍ଗର ଅଗ୍ନି ନିର୍ଗତ ହେଉଥିବା ଭଳି ପ୍ରତ୍ୟୟ ହୁଏ। ଏହାବ୍ୟତୀତ ଗେମ୍‌ ଅଫ୍‌ ଥ୍ରୋନ୍ସ ଫ୍ୟାନ୍‌ଙ୍କ ପାଇଁ ଭଙ୍ଗା ଅଣ୍ଡା ଭିତରେ ଥ୍ରୀଡି ଡ୍ରାଗନ୍‌ ଛୁଆ ଥିବା ଶୋ’ପିସ୍‌ ତିଆରି କରାଯାଇଛି। ଏହା ବି ଏହି ସିରିଜ୍‌ର ଫ୍ୟାନ୍‌ଙ୍କ ପାଇଁ ଏକ ଭଲ କଲେକ୍ସନ ହେବ।


All Right Reserved By

ର଼୍ୟାନ୍‌ କେଲିଙ୍କ ଲିପ୍‌ ଆର୍ଟ ଦେଖି ଚକିତ ହୁଅନ୍ତି ଲୋକେ

ବଡି ଆର୍ଟ, ଫେସ୍‌ ଆର୍ଟ ସମ୍ପର୍କରେ ଅନେକେ ଜାଣିଥିବେ ଓ ଦେଖିଥିବେ ମଧ୍ୟ। ତେବେ ମେକ୍‌ଅପ୍‌ ଆର୍ଟିଷ୍ଟ ର଼୍ୟାନ୍‌ କେଲି କରୁଥିବା ଲିପ୍‌ ଆର୍ଟ ସବୁଠାରୁ...

ବନ୍ଦୀ ବରଗଛ…

ପାକିସ୍ତାନର ଖୈବରଠାରେ ରହିଛି ଏକ ବରଗଛ। ୧୨୦ ବର୍ଷ ଧରି ଏହି ବରଗଛକୁ ଲୁହା ଜଞ୍ଜିରରେ ବନ୍ଧା ଯାଇଛି। ଗଛରେ ଏକ ବୋର୍ଡରେ ଲେଖା ଯାଇଛି...

ଏହି ଖମ୍ବକୁ ହାଲୁକା ଆଘାତ କଲେ ବାହାରେ ସଙ୍ଗୀତର ସାତ ଧ୍ୱନି

ହମ୍ପିର ଭଗବାନ ବିଷ୍ଣୁଙ୍କର ଅବତାର ଭିଠାଲ୍‌ଙ୍କ ବିଶାଳ ମନ୍ଦିର ଅଛି। ଏହି ମନ୍ଦିରରେ ୫୬ଟି ଖମ୍ବ ଅଛି ା ଯାହାକି ପୁରାତନ ଶିଳ୍ପକଳାର ଏକ ସୁନ୍ଦର...

ଗରମରୁ ବଞ୍ଚିବା ପାଇଁ କାରରେ ଗୋବର ବୋଳିଲେ ମାଲିକ

ମେ’ମାସ ଶେଷ ହେବାକୁ ଆସୁଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ତେବେ ଏହି ଭୀଷଣ ଗରମ ପାଇଁ ପଶ୍ଚିମ ଓ ଉତ୍ତର ଭାରତରେ...

ଭୋକ ହେଲେ ବିଦ୍ୟୁତ୍‌ ଖାଉଥିବା ମଣିଷ

ଭୋକ ହେଲେ ମଣିଷଠୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ଖାଦ୍ୟ ଖାଆନ୍ତି। ହେଲେ ଉତ୍ତର ପ୍ରଦେଶ, ମୁଜାଫରନଗରର ୪୨ ବର୍ଷୀୟ ନରେଶ କୁମାରଙ୍କୁ ଯେତେବେଳେ ଭୋକଲାଗେ...

ମଣିଷ ପରି ଦେଖାଯାଉଥିବା କୁକୁର: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିଛେ, ଯାହାର ନିଜର ଏକ ସ୍ବତନ୍ତ୍ରତା ମଧ୍ୟ ରହିଥାଏ। ହେଲେ ଏମିତି ଏକ କୁକୁର ରହିଛି, ଯାହା...

ବିଶ୍ୱର କିଛି ବିପଦସଙ୍କୁଳ ପୋଲ: ଯାହାକୁ ଅତିକ୍ରମ କରିବା ପୂର୍ବରୁ ଭାବିବେ ୧୦ ଥର

ଅନେକ ଅଜବ ଜିନିଷ ରହିଛି ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ବିଶ୍ୱରେ ଏଭଳି କିଛି ବିପଦପୂର୍ଣ୍ଣ ପୋଲ ରହିଛି, ଯେଉଁଠାକୁ ଯିବା ପୂର୍ବରୁ...

ଘରେ କାହିଁକି ରଖାଯାଏ ଲାଫିଂ ବୁଦ୍ଧ, କ’ଣ ରହିଛି ଏହାର ବିଶେଷତ୍ତ୍ୱ

ଲୋକମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକକୁ ଘରେ ରଖିଲେ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *