Posted inଜାତୀୟ

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୬।୫: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ଉପରକୁ ମୋର୍ଟାର ସେଲିଂ ମାଡ଼ ହୋଇଛି। ଏଥିରେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଭାରତୀୟ ସେନାଙ୍କ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳିଗୋଳା ବର୍ଷଣ କରାଯାଇଥିବା ସୁରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆତଙ୍କବାଦୀ ଜାକିର ମୂଷା ନିହତ ହେବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପାକିସ୍ତାନ ଏଭଳି ମୋର୍ଟାଲ ସେଲିଂ ମାଡ଼ କରି ଭାରତୀୟ ସେନାଙ୍କ ଦୃଷ୍ଟି ହଟାଇ ଏହା ଆଳରେ ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରିବାର ଯୋଜନା କରୁଥିବା ସନ୍ଦେହ କରାଯାଉଛି।


All Right Reserved By

୮ ରାଜ୍ୟରେ ଚିତ୍‌ପଟାଙ୍ଗ ମାରିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୫: ମୋଦି ସୁନାମୀରେ ଧ୍ୱସଂ ପାଇଛି ବିପକ୍ଷ ଗଡ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଦ ନିଜ ଗଡରୁ ହାରିଯାଇଥିଲାବେଳେ ସାରା ଦେଶରେ ମଧ୍ୟ...

ମଝି ରାସ୍ତାରେ ଜଳିଲା ବସ୍‌: ୫୬ ଯାତ୍ରୀ ଉଦ୍ଧାର

ଅହମ୍ମଦାବାଦ୍‌, ୧୬।୬: ଗୁଜରାଟର ଅହମ୍ମଦାବାଦ୍‌-ବଡ଼ୋଦରା ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଆନନ୍ଦ ଜିଲାର ବାସଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ମଝି ରାସ୍ତାରେ...

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୨୫।୪: ରାଜସ୍ଥାନର ସିକରରେ ଏକ କନ୍ୟା ଅପହରଣ ମାମଲାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଜାଠ ସମାଜର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ସିକର...

ମୋଦି ସୁନାମୀରେ ଭାସିଗଲା ବିପକ୍ଷ ଦୁର୍ଗ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରେକର୍ଡ ସଂଖ୍ୟକ ଆସନରେ ବିଜୟ ଲାଭ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ସଂଖ୍ୟକ ଆସନରେ...

ପ୍ରାର୍ଥିପତ୍ର ଦାଖଲ କଲେ ପୁନମ

ଲକ୍ଷ୍ନୌ,୧୮।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିଛିଦିନ ତଳେ ଶ୍ରତୁଘ୍ନ ଭାଜପା...

୩ ଜୈଶ୍‌ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୭।୫(ପି.ଟି.):ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗୁରୁବାର ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ଜୈଶ୍‌-ଇ-ମହମ୍ମଦ(ଜେଇଏମ୍‌)ର ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ବେଳେ ଜଣେ ଯବାନ ଶହୀଦ ହୋଇଥିବାବେଳେ...

ବିଶ୍ୱକପ୍‌କୁ ନେଇ ଉତ୍ସାହିତ ଯବାନ

ଶ୍ରୀନଗର,୧୬।୬: ବିଶ୍ୱ କପ୍‌ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର...

ଉତ୍ତରପ୍ରଦେଶରେ ପୁଣି ମଦମୃତ୍ୟୁ:୩ ଜଣଙ୍କ ମୁଣ୍ଡ ଗଡ଼ିଲା, ୪ ଗୁରୁତର

ଲକ୍ଷ୍ନୌ, ୩୧।୫:ଉତ୍ତର ପ୍ରଦେଶର ସୀତାପୁରରେ ବିଷାକ୍ତ ମଦ ପିଇ ୩ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୪ ଗୁୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମହମୁଦାବାଦରେ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *