ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲାନି ଏକାଦଶ: ହାଇକୋର୍ଟ ଯିବାକୁ ଅଭିଭାବକଙ୍କ ଚେତାବନୀ

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ନ ଖୋଲିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ସଂଘ ଏ ନେଇ ହାଇକୋର୍ଟ ଯିବେ ବୋଲି ଏକ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ଜିଲାରେ ସିବିଏସଇ ସିଲାବସ୍‌ ଅନୁଯାୟୀ ଏକାଦଶ ଓ ଦ୍ୱାଦଶ ପଢ଼ିବା ପାଇଁ କୌଣସି ଶିକ୍ଷାନୁଷ୍ଠାନ ନ ଥିବାରୁ ଏ ନେଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି। ଛାତ୍ରୀଛାତ୍ରମାନେ କେଉଁଠି ପଢ଼ିବେ ସେ ନେଇ ଚିନ୍ତାରେ ଅଛନ୍ତି।

ଜିଲାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ନା ପ୍ରଶାସନ ନା ସ୍କୁଲ କର୍ତ୍ତୃପକ୍ଷ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ବିଭିନ୍ନ ସମୟରେ ଅଭିଭାବକମାନେ ଧାରଣା ଦେଉଛନ୍ତି। ନୟାଗଡ଼ ସମେତ ଏକା ସମୟରେ ଓଡ଼ିଶାର ସୋନପୁର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ନୂଆପଡ଼ା, ଭଞ୍ଜନଗର, କେନ୍ଦୁଝର, ଆସ୍କା ଆଦି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିଲା। ସେ ସମସ୍ତ ସ୍ଥାନରେ ଏକାଦଶ ଶ୍ରେଣୀ ଖୋଲି ସାରିଲାଣି ହେଲେ ନୟାଗଡ଼ରେ ଏ ପର୍ଯ୍ୟନ୍ତ ଖୋଲି ପାରିନାହିଁ। କିଛିବର୍ଷ ହେଲା ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁଛି। ବର୍ତ୍ତମାନ ହାଉର୍ସିଂ ବୋର୍ଡ କଲୋନୀଠାରେ ନବନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ପାରୁନାହିଁ। ଏକାଦଶ ଦ୍ୱାଦଶ ଶ୍ରେଣୀ ନ ଖୋଲିବା ଯୋଗୁ ୧୦ମ ପାସ୍‌ କରିଥିବା ଛାତ୍ରୀଛାତ୍ରମାନେ ଉତ୍ତମ ଫଳ ହାସଲ କରିଥିବା ସତ୍ତ୍ୱେ ଉଚ୍ଚଶିକ୍ଷା ପାଇଁ ଜଟଣୀ କିମ୍ବା ଭୁବନେଶ୍ୱରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ବାହାରେ ରହି ପଢ଼ୁଥିବା ଯୋଗୁ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି, ଆଲୋଚନା ଏବଂ ଆନ୍ଦୋଳନ ସତ୍ତ୍ୱେ ଉଚ୍ଚ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେଇ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାରୁ ବାଧ୍ୟ ହୋଇ ଅଭିଭାବକମାନେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ସହ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବେ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ମହାସଂଘର ସଭାପତି ପ୍ରଶାନ୍ତ କୁମାର ଦାସ ଏବଂ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଜଣାଇଛନ୍ତି।


All Right Reserved By

ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ଆଗରେ

ହିଞ୍ଜିଳିକାଟୁରେ,୨୩।୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁରେ ବିଜେଡି ବିଧାୟକ ପ୍ରାର୍ଥୀ ନୀବନ ପଟ୍ଟନାୟକ ୫୧୯୭ ଭୋଟ ପାଇଥିବାବେଳେ ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ୧୫୬୧ ଓ ଶମ୍ଭୁ ପାଣିଗ୍ରାହୀ...

ଆଠମଲ୍ଲିକ: ରମେଶ ଚନ୍ଦ୍ର ସାଏ ଆଗରେ

ଆଠମଲ୍ଲିକ, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ୪୦୭୪...

ରେଭେନ୍‌ଶା ହେବ ସର୍ବବୃହତ୍‌ ସ୍ପୋର୍ଟସ ହବ୍‌

କଟକ ଅଫିସ,୨୮।୫: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ହେବ ସର୍ବବୃହତ୍‌ ସ୍ପୋର୍ଟସ ହବ୍‌। ଏଠାରେ ଉପଲବ୍ଧ ରହିବ ଅନେକ କ୍ରୀଡ଼ାର ଅତ୍ୟାଧୁନିକ...

ବରଗଡ଼ ଲୋକ ସଭା: ସୁରେଶ ପୂଜାରୀ ଆଗୁଆ

ବରଗଡ଼ ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ସୁରେଶ ପୂଜାରୀ ଆଗୁଆ ରହିଛନ୍ତି। ସୁରେଶ ୫୯୧୭ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

୫ଭାଷାରେ ଅଭିଭାଷଣ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ପ୍ରଥମ ଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି। ସେ ହିନ୍ଦୀ,...

‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଯୋଜନା ଶ୍ରେଷ୍ଠ ଯୋଜନା; ‘ଆୟୁଷ୍ମାନ୍‌ ଭାରତ’ ଲାଗୁ ନେଇ ନିଷ୍ପତ୍ତି ନିଆଯାଇନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ମଙ୍ଗଳବାର ସଚିବାଳୟରେ ଏ ସଂକ୍ରାନ୍ତରେ...

ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର, ୫ା୬(ବ୍ୟୁରୋ): ବଡ଼ ବଡ଼ ସହରରେ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ଆଉ ବିଶୁଦ୍ଧ ବାୟୁ ଟିକେ ମିଳିବ ନାହିଁ। ହୁ...

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ଅଧୀନ ଲୋକ ସଭା ଓ ୭ ବିଧାନସଭା ପାଇଁ ଆସନ୍ତା ୨୯...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *