Posted inରାଜ୍ୟ

ଗ୍ରୀଷ୍ମ ବଳୟରେ ସାରା ଓଡ଼ିଶା

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ପ୍ରଚଣ୍ଡ ତାତି। ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ଗ୍ରୀଷ୍ମ ବଳୟ ସାରା ଓଡ଼ିଶାକୁ ଘେରିରହିଛି। ପାରଦ ୪୬ ଡିଗ୍ରୀ ଉପରକୁ ଟପି ଯାଇଛି। ଆସନ୍ତା ୩୧ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ଆହୁରି କଲବଲ କରିବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଉପକୂଳଠାରୁ ଆରମ୍ଭ କରି ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ତାତି ଜ୍ୱାଳାରେ ଛଟପଟ ହେଉଛି । ସୂର୍ଯ୍ୟଦେବଙ୍କ କୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଭୟଙ୍କର ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅଣନିଃଶ୍ୱାସୀ କରିପକାଉଛି । ସକାଳ ୭ଟାରୁ ମାଡି ଆସୁଛି ଭୟଙ୍କର ତାତି। ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଦେହ ମୁହଁ ଜଳି ପୋଡିଗଲା ଭଳି ଲାଗୁଛି। ଗତ ଦୁଇ ତିନି ସପ୍ତାହ ଧରି ରାଜ୍ୟରେ ଜାରି ରହିଥିବା ଏଭଳି ପ୍ରତିକୂଳ ପାଗ ମଣିଷଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କୁ ଅସ୍ତବ୍ୟସ୍ତ କରିଛି। ଦିନ କିମ୍ବା ରାତିରେ ମଧ୍ୟ ଆଶ୍ୱସ୍ତି ମିଳୁ ନାହିଁ।
ଆଭ୍ୟନ୍ତରୀଣ ଏବଂ ପଶ୍ଚମ ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକାଂଶ ସ୍ଥାନରେ ପାରଦ ୪୩ ଡିଗ୍ରୀ ସେଲସିୟସ ଉପରେ ରହୁଛି । ତତଲା ହାଓ୍ବା ପରିବେଶକୁ ଅଧିକ ଉତ୍ତପ୍ତ କରିଦେଇଛି। ୨ଟି ସହରରେ ପାରଦ ୪୬ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୧୩ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଟିଟିଲାଗଡ଼ରେ ରାଜ୍ୟରେ ସର୍ବାଧିକ ୪୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୬.୩, ତାଳଚେର ୪୫.୭, ଝାରସୁଗୁଡା ୪୫.୨, ସମ୍ବଲପୁର ୪୫.୨, ଚାନ୍ଦବାଲି ୪୦.୨, କଟକ ୪୦.୫, ସୁନ୍ଦରଗଡ଼ ୪୩, ହୀରାକୁଦ ୪୪.୫, ଭବାନୀପାଟଣା ୪୪.୩, ମାଲକାନଗିରି ୪୩,ସୋନପୁର ୪୪.୮, ଭୁବନେଶ୍ୱର ୩୯.୫ ଏବଂ କେନ୍ଦୁଝର ସର୍ବାଧିକ ୩୯.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଆର୍ଦ୍ରତା ୮୦ରୁ ୯୫ ପ୍ରତିଶତ ରହୁଥିବାରୁ ଦେହ ମୁଣ୍ଡରୁ ଗମ୍‌ ଗମ୍‌ ଝାଳ ବାହାରି ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରିଛିି। ଆସନ୍ତା ୩୧ ଯାଏ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ଶାରେ ତାତି ଆହୁରି ବଢ଼ିବା ସହ ଗ୍ରୀଷ୍ମପ୍ରବାହ ଜାରିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଏବଂ କୋରାପୁଟ ଜିଲାର କେତେକ ସ୍ଥାନରେ କାଳବୈଶାଖୀଜନିତ ଝଡ଼ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।


All Right Reserved By

କୋଟପାଡ଼ରେ ବିଜେଡି ଆଗୁଆ

କୋଟପାଡ଼, ୨୩।୫(ଡି.ଏନ୍‌.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର...

ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ...

ପିତ୍ତଳହଣ୍ଡା କାରିଗରଙ୍କ ମୃତ୍ୟୁ ଘଟଣା: ଚିକିତ୍ସାରେ ଅବହେଳା ଅଭିଯୋଗ

ଖଣ୍ଡପଡ଼ା,୩୦ା୫(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ କିମ୍‌ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଗତ କିଛିଦିନ ତଳେ ହୋଇଥିବା ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସେ ହେଉଛନ୍ତି ଖଣ୍ଡପଡ଼ା...

କେନ୍ଦୁଝରରେ ଝଡପବନ ସହ କୁଆପଥର ବର୍ଷା, ଲୋକେ ଆଶ୍ୱସ୍ତ

କେନ୍ଦୁଝର, ୨୮ା୫ (ସ୍ବ.ପ୍ର./ଡି.ଏନ.ଏ.)-ଗତ କିଛି ଦିନ ହେଲା କେନ୍ଦୁଝରର ପାରଦ ଆକାଶଛୁଆଁ ହେଉଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଏଭଳି ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ କୁଆପଥର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୧୮ରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୧୭ା୪(ବ୍ୟୁରୋ) ଆସନ୍ତା ୧୮ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ...

ପିନାକୀ ବିଜେଡି ଲୋକ ସଭା ଦଳର ନେତା ମନୋନୀତ

ଭୁବନେଶ୍ୱର, ୨।୬: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଲୋକ ସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ...

ବାତ୍ୟାଠାରୁ ପୁରୀରେ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ରେ ଧ୍ୱସ୍ତବିଧ୍ୱସ୍ତ ପୁରୀ ଜିଲାରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ (ଏମ୍‌ଏସ୍‌ଏମ୍‌ଇ) ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାର ମାସକ ପରେ...

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ମାମଲା: ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ପରେ ଏହା ପଛରେ ଏକ ବଡ଼ ର଼୍ୟାକେଟ୍‌ କାମ କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *