ବୋଲଗଡ଼ ବ୍ଲକ : ଖରିଫ୍‌ ଧାନ ଫସଲ ପାଇଁ ଜମି ପ୍ରସ୍ତୁତି, ୧୪,୪୫୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ

ବୋଲଗଡ଼,୨୬ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳଟି ବୃଷ୍ଟିିପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏଠାରେ ଚାଷୀମାନଙ୍କ ପ୍ରମୁଖ ଆୟକାରୀ ଫସଲ ଭାବେ ଖରିଫ ଧାନଚାଷ ପରିଚିତ। ଅନିୟମିତ ପ୍ରବଳ ବର୍ଷା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହ ଜଳସେଚନର ଅଭାବ ସତ୍ତ୍ୱେ ଅଞ୍ଚଳର ଚାଷୀମାନେ ଖରିଫ ଧାନ ଫସଲ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜମି ପ୍ରସ୍ତୁତିରେ ଲାଗି ପଡ଼ିିଛନ୍ତିି। ଫନୀ ପରେ ସ୍ଥାନୀୟ ଅଞ୍ଚଳର ଜମିଗୁଡିକ ଚାଷ ପାଇଁ ପାଗ ପ୍ରସ୍ତୁତ ରହିଛି। ଫଳରେ ଚାଷୀମାନେ ଏହି ସମୟରେ ଖରାଟିଆ ଧାନ ଚାଷ ନିମନ୍ତେ କୃଷି କାର୍ଯ୍ୟ ଆରମ୍ଭ କରିସାରିଲେଣି । ବିଗତ ବର୍ଷ ବ୍ଲକ ଅଞ୍ଚଳରେ ପ୍ରାୟ ୧୪ହଜାର ୪୫୦ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ଏ ବର୍ଷ ଜୁନ ୨ୟ ସପ୍ତାହ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚାଷୀମାନେ ଭଲ ଧାନ ଫସଲ ଅମଳ ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତିି ା

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏ ବର୍ଷ ମଧ୍ୟ ଠିକ୍‌ ସମୟରେ ମୌସୁମୀ ବର୍ଷା ହେବ କି ନାହିଁ ସେ ନେଇ ଚାଷୀଙ୍କ ମଧ୍ୟରେ ସନ୍ଦେହ ରହିଛି। ଏକ ସର୍ବେକ୍ଷଣରୁ ଜଣାପଡ଼େ, ବିଗତ ବର୍ଷ ୧୯ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପ୍ରାୟ ୧୩ ହଜାର ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନଚାଷ ଓ ପ୍ରାୟ ଦେଢହଜାର ହେକ୍ଟର ଜମିରେ ଦେଶୀ ଧାନଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ଏ ବର୍ଷ ବୋଲଗଡ଼ ବ୍ଲକସ୍ଥିତ ୩ ହଜାର ୩୧୬ ହେକ୍ଟର ଢିପ ଜମି, ୭ ହଜାର ୧୯୭ ହେକ୍ଟର ମଧ୍ୟମ କିସମର ଜମି ଏବଂ ୪ ହଜାର ୨୫୪ ହେକ୍ଟର ଖାଲୁଆ ଜମି ମଧ୍ୟରୁ ପ୍ରାୟ ୧୪ ହଜାର ୪୫୦ ହେକ୍ଟର ଜମିରେ ଧାନଚାଷ କରାଯିବା ନେଇ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରହିଛି ା ସେହିପରି ବଳକା ଜମିରେ ଅଣଧାନ ଚାଷ ପାଇଁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ରହିଛି ା ଧାନଚାଷ ଫସଲ ନିମନ୍ତେ ସମୟାନୁସାରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପରିମାଣର ବିହନ ଯୋଗାଇ ଦିଆଯିବା ନେଇ ଚାଷୀ ମହଲରେ ଆଶାସୂଚକ ମତ ପ୍ରକାଶ ପାଇଛି। କେତେଜଣ ଚାଷୀ ନିଜ ଜମିରେ ବୁଣିବା ପାଇଁ ଧାନ ବିହନ ସାଇତି ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ୧ ହେକ୍ଟର ଜମି ପାଇଁ ପ୍ରାୟ ୫୦ କେଜି ବିହନ ବ୍ୟବହାର କରାଯାଇଥାଏ। ଚଳିତ ବର୍ଷ ହେକ୍ଟର ପିଛା ପ୍ରାୟ ୩୬ କୁଇଣ୍ଟାଲ ଅଧିକ ଅମଳକ୍ଷମ ଧାନ ଏବଂ ପ୍ରାୟ ୨୪ କୁଇଣ୍ଟାଲ ଦେଶୀ ଧାନ ଅମଳ ପାଇଁ ଲକ୍ଷଧାର୍ଯ୍ୟ ଥିବା କୁହାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ କୃଷକମାନଙ୍କୁ ବିହନ, ସାର ଆଦି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ଗତବର୍ଷ ଧାନ ଫସଲ ନିମନ୍ତେ ହେକ୍ଟର ପିଛା ହାରାହାରି ୫୪.୨୦ କିଲୋଗ୍ରାମ ହିସାବରେ ମୋଟ ୮୫୮ ମେଟ୍ରିକ ଟନ୍‌ ସାର ବ୍ୟବହାର ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଫସଲ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି।


All Right Reserved By

ଦୁବାଇରେ ୧୦ ଓଡ଼ିଆ ଶ୍ରମିକ ନିର୍ଯାତିତ : ଫସିଛନ୍ତି ଦାଦା, ପୁତୁରା

ନୟାଗଡ଼ ଅଫିସ,୩୧।୫-ଦୁବାଇକୁ କାମ କରିବାକୁ ଯାଇଥିବା ୧୦ ଜଣ ଓଡିଆ ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି । ସେମାନଙ୍କ ମଧ୍ୟରେ ନୟାଗଡର ୨ଜଣ ଅଛନ୍ତି। ସେଠାରେ...

ବାତ୍ୟା ଦୋହଲାଇଦେଲା ବିଦ୍ୟାଳୟ ଭିତ୍ତିଭୂମି: ସପ୍ତାହେ ପରେ ଖରାଛୁଟି ସରିବ

ବାଲିଆ,୯।୬: ଫନୀ ବାତ୍ୟାରେ ବିରିଡ଼ି ବ୍ଲକରେ ଥିବା କେତେକ ବ୍ଲକଗ୍ରାଣ୍ଟ ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଦୋହଲିଯାଇଛି। ବିଦ୍ୟାଳୟଗୁଡିକର ଶ୍ରେଣୀଗୃହ ଆଜବେଷ୍ଟସ ଭାଙ୍ଗିଯାଇଥିବାବେଳେ ବାତ୍ୟାର ୧ ମାସ...

ବେଆଇନ ଇଟା ଭାଟି ଉପରେ ଚଢ଼ାଉ

ରଣପୁର,୧୯ା୬(ସ୍ବ.ପ୍ର.)-ପରିବେଶ ପ୍ରଦୂଷଣ ନିମନ୍ତେ ଇଟାଭାଟିଗୁଡ଼ିକୁ ଦାୟୀ କରାଯାଇ ରଣପୁରର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇଛି। ନୟାଗଡ଼ ଜିଲା ରଣପୁର ତହସିଲରେ ପରିବେଶ...

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୮୪.୫୮ ପ୍ରତିଶତ

ନୟାଗଡ଼ ଅଫିସ,୨ା୬-ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ (ଯୁକ୍ତ ୩ ଶେଷବର୍ଷ) ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟା ୩୦ରେ ଅଧ୍ୟକ୍ଷା ଡ. ବିଜୟଲକ୍ଷ୍ମୀ ପରିଡ଼ା...

ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ...

ଗୋରଖନାଥ ପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ରଘୁନାଥପୁର,୧୬।୬(ଡି.ଏନ.ଏ.): ରଜ ସଂକ୍ରାନ୍ତିରେ ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ନିସ୍ତାର ମିଳିଛି। ତେଣୁ ଶୁକ୍ରବାର ରଘୁନାଥପୁର ବ୍ଲକ କେରେକେରାସ୍ଥିତ...

ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା।...

ବାପାଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୁଅ

ରଣପୁର, ୭।୬(ସ୍ବ.ପ୍ର.) : ପୁଅକୁ ବିବାହ କରାଇ ଘରକୁ ବୋହୂ ଆଣିଥିଲେ । ସେହି ପରିବାର ସହିତ ଜନ୍ମ ଜନ୍ମକୁ ବନ୍ଧୁ ବି ବାନ୍ଧିଥିଲେ ।...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *