ବଜେଟ ପ୍ରସ୍ତୁତି ନେଇ ଜେଟ୍‌ଲୀଙ୍କ ବୈଠକ

ନୂଆଦିଲ୍ଲୀ,୨୬-୫: ଏନ୍‌ଡିଏ ସରକାର କ୍ଷମତାକୁ ଫେରିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ। ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ସତ୍ତ୍ୱେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ବଜେଟ ପ୍ରସ୍ତୁତି ସମ୍ପର୍କରେ ଜାଣିଥିଲେ। ତାଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା। ଏହି ବୈଠକରେ ଅର୍ଥ ସଚିବ ସୁଭାଷ ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ବିନିଯୋଗ ସଚିବ ଗିରୀଷ ଚନ୍ଦ୍ର ମୁର୍ମୁ, ଆର୍ଥିକ ସେବା ସଚିବ ରାଜୀବ କୁମାର, ଡିଆଇପିଏଏମ୍‌ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ବଜେଟ ବ୍ୟତୀତ ଅର୍ଥମନ୍ତ୍ରୀ ଜେଟ୍‌ଲୀ ଜିଏସ୍‌ଟି ଆଦାୟ, ପ୍ରତ୍ୟକ୍ଷ ଟିକସ କୋଡ୍‌, ନଗଦ ସମସ୍ୟା, ଏନ୍‌ବିଏଫ୍‌ସି ସମସ୍ୟା ଆଦି ସମ୍ପର୍କରେ ଆଲୋଚନା କରିଥିଲେ।


All Right Reserved By

ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୧୨-୫: ସ୍ବସ୍ତି ଗ୍ରୁପ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଗ୍ରୁପର ଉପସଭାପତି ପ୍ରିୟନାଥ ବେହେରା ମୁଖ୍ୟ...

ଟାଟା ମୋଟର୍ସର ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ

ଭୁବନେଶ୍ୱର,୭-୬: ଟାଟା ମୋଟର୍ସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ ଆୟୋଜନ କରାଯାଇଛି। ସବୁଜ ଏବଂ ସ୍ବଚ୍ଛ ପରିବେଶ...

ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ।...

୧୪୦ ଟଙ୍କାରେ ବିକ୍ରି ହେଉଛି ଇଣ୍ଟରନେଟ୍‌ ପ୍ରୋଫାଇଲ

ନୂଆଦିଲ୍ଲୀ,୧୯-୫: ଇଣ୍ଟରନେଟ୍‌ରେ ଥିବା ୟୁଜରଙ୍କ ପ୍ରୋଫାଇଲ ଏବଂ ଆର୍ଥିକ ସୂଚନା ଡାର୍କ ଓ୍ବେବ୍‌ରେ ମାତ୍ର ୧୪୦ ଟଙ୍କାରେ ବିିକ୍ରି ହେଉଛି। ହ୍ୟାକରଙ୍କ ସହିତ ବଡ଼ ବଡ଼...

ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନାଲ୍‌କୋ ଦେଲା ୨.୫୩ କୋଟି

ଭୁବନେଶ୍ୱର,୧୨-୫: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ବାବଦ ଉଦ୍ଦିଷ୍ଟ ଅର୍ଥ ୨.୫୩ କୋଟି ଟଙ୍କା ପ୍ରଦାନ...

ନୂଆ ସରକାରଙ୍କ ନୀତି ଉପରେ ହେବ ରେଟିଙ୍ଗ୍‌ସ: ମୁଡିଜ୍‌

ନୂଆଦିଲ୍ଲୀ,୨୪-୫: କେନ୍ଦ୍ରରେ ନୂଆ ସରକାର ନେବାକୁ ଥିବା ଆର୍ଥିକ ନୀତି ଉପରେ ଭାରତର ରେଟିଙ୍ଗ୍‌ସ ନିର୍ଭର କରିବ ବୋଲି କ୍ରେଡିଟ୍‌ ରେଟିଙ୍ଗ୍‌ ଏଜେନ୍ସି ମୁଡିଜ୍‌ ପକ୍ଷରୁ...

ଓ୍ବିପ୍ରୋରେ ଅଜିମ ପ୍ରେମଜୀଙ୍କ ଯୁଗର ଅବସାନ

ନୂଆଦିଲ୍ଲୀ,୭-୬: ଦେଶର ସର୍ବବୃହତ ଦାନବୀର କୁହାଯାଉଥିବା ଅଜିମ ପ୍ରେମଜୀ ଦୀର୍ଘ ୫୩ ବର୍ଷ ଧରି ଓ୍ବିପ୍ରୋର ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଶେଷରେ ଅବସର...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *