ଇଏମ୍‌ସିଏଲ୍‌+ ସ୍କଲାରଶିପ୍‌ ପାଇଲେ ଓଡ଼ିଶା ଛାତ୍ରୀ ସ୍ବସ୍ତିକା

ଭୁବନେଶ୍ୱର,୨୬।୫(ବ୍ୟୁରୋ)-  ୟୁନିଭର୍ସିଟି ଅଫ୍‌ ଗ୍ରନିଙ୍ଗ୍‌ଜେନ୍‌ ତରଫରୁ ପ୍ରଦାନ କରାଯାଉଥିବା ୟୁରୋପିଆନ୍‌ ମାଷ୍ଟର୍ସ ଇନ୍‌ କ୍ଲିନିକାଲ୍‌ ଲିଙ୍ଗୁଇଷ୍ଟିକ୍‌(ଇଏମ୍‌ସିଏଲ୍‌+) ପ୍ରୋଗ୍ରାମ ସ୍କଲାରଶିପ୍‌ ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ସ୍ବସ୍ତିକା ଭଟ୍ଟାଚାର୍ଯ୍ୟ। କ୍ଲିନିକାଲ ଲିଙ୍ଗୁଇଷ୍ଟିକ୍‌ କ୍ଷେତ୍ରରେ ଦିଆଯାଉଥିବା ଏହି ଦୁଇବର୍ଷିଆ ଇଣ୍ଟରନ୍ୟାଶନାଲ ରିସର୍ଚ୍ଚ ସ୍କଲାରଶିପ୍‌ ପାଇବା ଏକ କଷ୍ଟକର ବ୍ୟାପାର ହୋଇଥିବା ବେଳେ ସ୍ବସ୍ତିକା ଏହି ସଫଳତା ହାସଲ କରିଛନ୍ତି। ୟୁରୋପିଆନ୍‌ ଏଜୁକେଶନ, ଅଡିଓଭିଜୁଆଲ ଆଣ୍ଡ କଲ୍‌ଚର ଏକ୍‌ଜିକ୍ୟୁଟିଭ୍‌ ଏଜେନ୍ସି ଦ୍ୱାରା ତାଙ୍କ ନାମକୁ ସୁପାରିସ କରାଯାଇଛି। ଏରାସମସ୍‌ ମଣ୍ଡସ୍‌ ସ୍କଲାରଶିପ୍‌ ଗ୍ରାଣ୍ଟ୍‌ଭାବେ ସେ ଦୁଇବର୍ଷ ପାଇଁ ୩୫ରୁ ୩୮ଲକ୍ଷ ଟଙ୍କାର ଅନୁଦାନ ପାଇବେ। ଏହି ଅବସରରେ ସେ ୪ ପର୍ଯ୍ୟାୟରେ ଫିନ୍‌ଲାଣ୍ଡ, ନେଦରଲ୍ୟାଣ୍ଡ୍‌ସ, ଜର୍ମାନୀରେ ଅଧ୍ୟୟନ କରିବାର ସୁଯୋଗ ପାଇବେ।


All Right Reserved By

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା : ନ୍ୟାୟ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : କେନ୍ଦ୍ରାପଡା ସଦର ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଅପହରଣ କରିନେବା ସହ ବଳାତ୍କାର କରିଥିଲେ। ଏହି ଘଟଣାରେ ପୋଲିସ...

ଶିବ ପ୍ରସାଦ ଜିଲା ଟପ୍ପର: ଆଇଏଏସ୍‌ ଅଫିସର ହେବାକୁ ରଖିଛନ୍ତି ଇଚ୍ଛା

ତାଳଚେର,୨୧ା୫(ନି.ପ୍ର.)- ତାଳଚେର ଶିଶୁମନ୍ଦିରର ଶିବ ପ୍ରସାଦ ପାଣି ଚଳିତ ମାଟ୍ରିକ ପରୀକ୍ଷାରେ ୯୬. ୩୩ ପ୍ରତିଶତ ଅର୍ଥାତ୍‌ ୫୭୮ ନମ୍ବର ରଖି ଅନୁଗୋଳ ଜିଲାରେ ଟପ୍ପର...

ଭବାନୀପାଟଣା ବିଧାନସଭା: ଭାଜପା ଆଗୁଆ

ଭବାନୀପାଟଣା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ପ୍ରଦୀପ୍ତ କୁମାର ନାୟକ ଆଗୁଆ ରହିଛନ୍ତି। ପ୍ରଦୀପ୍ତ ୧୨୪୬୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ...

ଦାରୁଦିଅଁଙ୍କ ପ୍ରତ୍ୟକ୍ଷ ସ୍ନାନ: ଅପେକ୍ଷାରେ ସ୍ନାନବେଦି

ପୁରୀ ଅଫିସ, ୧୭ା୬:ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ଏଥିପାଇଁ ଦାରୁଦିଅଁଙ୍କୁ...

ବିଦ୍ୟୁତ୍‌ ସଂଯୋଗ ଲାଗି ଅଠରନଳାରେ ଟାୟରଜାଳି ରାସ୍ତାରୋକୋ

ପୁରୀ ଅଫିସ,୨୯।୫: ବାତ୍ୟା ‘ଫନୀ’ ପ୍ରଭାବରେ ପୁରୀ ସହରର ବିଶେଷ କ୍ଷତି ଘଟିଛି । ଶତାଧିକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନଭିତ୍ତିରେ...

କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ...

ଦିଲ୍ଲୀ ଗଲେ ନବୀନ, ୧୧ରେ ମୋଦିଙ୍କୁ ଭେଟିବେ

ଭୁବନେଶ୍ୱର,୯।୬(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ କରି ସରକାର ଗଠନ ପରେ ପ୍ରଥମ ଥର ଲାଗି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଏକ...

୧୩ ରାଉଣ୍ଡ ସୁଦ୍ଧା ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୌଦ୍ଧ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ଆଗରେ ଅଛନ୍ତି। ପ୍ରଦୀପ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *