Posted inଜାତୀୟ

ସରକାର ଗଠନ ଦାବି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬ା୫(ପି.ଟି.): କେନ୍ଦ୍ର କ୍ୟାବିନେଟର ସୁପାରିସ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଷୋଡ଼ଶ ଲୋକ ସଭାକୁ ଭଙ୍ଗ କରିଛନ୍ତି। ଏଥିସହିତ ସପ୍ତଦଶ ଲୋକ ସଭା ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଶନିବାର ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ ଏମ୍‌ପିମାନଙ୍କ ତାଲିକା ପ୍ରଦାନ କରିଛନ୍ତି। ନରେନ୍ଦ୍ର ମୋଦି ଏନ୍‌ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି। ମୋଦି ୩୫୩ ସଦସ୍ୟଙ୍କ ସମର୍ଥନ ଥିବା ଦାବିପତ୍ର ପ୍ରଦାନ କରିବା ପରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି।
ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ଷୋଡ଼ଶ ଲୋକ ସଭା ଭଙ୍ଗ ଲାଗି ସୁପାରିସ କରାଯାଇଥିଲା। ରାଷ୍ଟ୍ରପତି ଏହାକୁ ଗ୍ରହଣ କରିବା ସହ ଲୋକ ସଭା ଭଙ୍ଗ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀ ପରିଷଦ ରାଷ୍ଟ୍ରପତିଙ୍କୁ ସମୂହ ଇସ୍ତଫା ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଉକ୍ତ ଇସ୍ତଫାପତ୍ରକୁ ଗ୍ରହଣ କରିବା ସହ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇବାକୁ ସେମାନଙ୍କୁ ଅନୁରୋଧ କରିଥିଲେ।
୨୩ ତାରିଖ ଭୋଟଗଣତି ପରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ସହ ଦୁଇ ନିର୍ବାଚନ କମିଶନର ଅଶୋକ ଲାଭାସା ଏବଂ ସୁଶୀଲ ଚନ୍ଦ୍ରା ରାଷ୍ଟ୍ରପତିଙ୍କୁ ଭେଟି ନୂଆ ଲୋକ ସଭା ସଦସ୍ୟମାନଙ୍କ ତାଲିକା ଥିବା ଇସିଙ୍କ ବିଜ୍ଞପ୍ତିର ଏକ ନକଲ ପ୍ରଦାନ କରିଥିଲେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫୪୨ ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। ଭାଜପା ୩୦୩ ଆସନରେ ବିଜୟୀ ହୋଇଥିବାବେଳେ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ମାତ୍ର ୫୨ ଆସନରେ ସୀମିତ ରହିଛି। ନିର୍ବାଚନର ସଫଳ ପରିଚାଳନା ଲାଗି ରାଷ୍ଟ୍ରପତି ତିନି ନିର୍ବାଚନ କମିଶନରଙ୍କୁ ଅଭିନନ୍ଦନ ଜଣାଇବା ସହ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ଭୋଟରମାନଙ୍କୁ ପ୍ରଶଂସା କରିଛନ୍ତି।
ଏନ୍‌ଡିଏ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ରାତି ୮ଟାରେ ରାଷ୍ଟ୍ରପତିଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଅପରାହ୍ନରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ଏନ୍‌ଡିଏ ଏମ୍‌ପିମାନଙ୍କ ବୈଠକ ବସି ମୋଦିଙ୍କୁ ସର୍ବସମ୍ମତ କ୍ରମେ ସଂସଦୀୟ ଦଳ ନେତା ନିର୍ବାଚନ କରାଯାଇଥିଲା। ଆସନ୍ତା ୩୦ ତାରିଖରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଆଶା କରାଯାଉଛି।


All Right Reserved By

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୫: ଗୌତମ ବୁଦ୍ଧଙ୍କ ଜନ୍ମଦିନ ଅବସରରେ ଶନିବାର ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ...

ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୮।୪: ଜମ୍ମୁ-କଶ୍ମୀର ଶ୍ରୀନଗରର ଛାନପୋରା ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୨ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ବଡଗାମ୍‌ରୁ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।...

ପୋଲିସ ସହାୟତା ଲୋଡିଲେ ୧୩ ବର୍ଷର ବାଳିକା ବଧୂ: ଠିକ୍‌ ସମୟରେ ପହଞ୍ଚିପାରିଲା ନି ପୋଲିସ

ପାଟନା,୨୯।୪: ବିହାର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକା ବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ।...

ସାକ୍ଷୀ ମିଶ୍ରାଙ୍କ ପ୍ରେମ ବିବାହକୁ ନେଇ ଝିଅମାନଙ୍କୁ ପରାମର୍ଶ ଦେଲେ ମାଲିନୀ

ବରେଲି,୧୫।୭: ଉତ୍ତର ପ୍ରଦେଶର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ  ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ଏହାକୁ ନେଇ ପ୍ରତିଦିନ କିଛି...

ଆଜି ବିଶ୍ୱ ଇମୋଜି ଦିବସ: ଭାରତରେ ଦୁଇଟି ଇମୋଜିର ବ୍ୟବହାର ଅଧିକ

ପ୍ରତିବର୍ଷ ଜୁଲାଇ ୧୭ରେ ସାରା ବିଶ୍ୱରେ ‘ବିଶ୍ୱ ଇମୋଜି ଦିବସ’ ପାଳିତ ହୁଏ। ଆଜିକାଲି ସ୍ମାର୍ଟଫୋନର ଯୁଗ। ତେଣୁ ଇମୋଜିର ଅର୍ଥ କହିଲେ ସମସ୍ତଙ୍କୁ ଜଣାଥିବ।...

ବିଚାରପତିଙ୍କୁ ଜୋତା ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ, ୩୦ା୬ (ପି.ଟି.) : ଜଣେ ହତ୍ୟା ଅଭିଯୁକ୍ତ ତାଙ୍କ ପାଇଁ ନୂଆ ଓକିଲ ନିଯୁକ୍ତି ନେଇ କୋର୍ଟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଚାରପତିଙ୍କୁ...

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ରାହୁଲଙ୍କୁ ଦେବେଗୌଡ଼ାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯ା୫: ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପରେ ଜେଡିଏସ୍‌ ସୁପ୍ରିମୋ ଦେବେଗୌଡା କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶନିବାର ସମର୍ଥନ କରିଛନ୍ତି।...

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୪: ଭାରତରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଜାଳେଣି ବନ୍ଦ କରାଗଲେ ବର୍ଷରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ। ଜାଳେଣି କାଠ,...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *