Posted inଖେଳ

ଓ୍ବାର୍ନର, ସ୍ମିଥ୍‌ଙ୍କୁ ଦର୍ଶକଙ୍କ ଥଟ୍ଟା ପରିହାସ

ସାଉଥାମ୍ପଟନ (ୟୁକେ), ୨୬ା୫ (ପି.ଟି.)- ବିଶ୍ୱକପ୍‌ ପୂର୍ବରୁ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବଂ ଷ୍ଟିଭ ସ୍ମିଥ୍‌ଙ୍କୁ ଦର୍ଶକଙ୍କଠାରୁ ଥଟ୍ଟାର ପରିହାସର ସମ୍ମୁଖୀନ ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ମ୍ୟାଚବେଳେ ବଲ୍‌ ଟ୍ୟାମ୍ପରିଂ ସ୍କାଣ୍ଡାଲରେ ସମ୍ପୃକ୍ତିକୁ ଏକ ବର୍ଷ ଧରି ବାସନ୍ଦ ଦଣ୍ଡ ଭୋଗିବା ପରେ ଚଳିତ ମାସ ପ୍ରାରମ୍ଭରେ ଓ୍ବାର୍ନର ଓ ସ୍ମିଥ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟଙ୍କ ବାସନ୍ଦ ଦଣ୍ଡ ମିଆଦ ମାର୍ଚ୍ଚ ୨୯ରେ ଶେଷ ହୋଇଛି। ଓ୍ବାର୍ମଅପ୍‌ ମ୍ୟାଚରେ ଟସ୍‌ ହାରି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ଓପନିଂ ବ୍ୟାଟ୍ସମ୍ୟାନ ଓ୍ବାର୍ନର ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ସହିତ ପ୍ରଥମେ ବ୍ୟାଟିଂ କରିବାକୁ ଆସୁଥିବାବେଳେ ଦର୍ଶକଙ୍କ ଆଡୁ ନାନା ଟାହୁଲି ଟାପରା ଶୁଣିବାକୁ ମିଳିଥିଲା। ”ଗେଟ୍‌ ଅଫ୍‌ ଓ୍ବାର୍ନର ୟୁ ଚିଟ୍‌’ ବୋଲି ଜଣେ ଦର୍ଶକ କହୁଥିବା ଶୁଣିବାକୁ ମିଳିଥିଲା। ଓ୍ବାର୍ନର ୪୩ ରନ କରି ଆଉଟ ହୋଇଥିଲେ। ୧୭ତମ ଓଭରରେ ଅଷ୍ଟ୍ରେଲିଆ ୨ ଉଇକେଟ ବିନିମୟରେ ୮୨ ରନ କରିଥିବାବେଳେ ସ୍ମିଥ୍‌ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେତେବେଳେ ଦର୍ଶକଙ୍କଠାରୁ ଅଧିକ ଟିପ୍ପଣୀ ଶୁଣିବାକୁ ମିଳିଥିଲା। ସ୍ମିଥ୍‌ ବ୍ୟାଟିଂ କରିବାକୁ ଆସୁଥିବାବେଳେ କେତେଜଣ ତାଙ୍କୁ ”ଚିଟ୍‌,ଚିଟ୍‌, ଚିଟ୍‌“ ବୋଲି କହିଥିଲେ। ତେବେ ସେ ସମୟରେ ଜଣେ ଅଷ୍ଟ୍ରେଲୀୟ ସମର୍ଥକ ”ଗେଟ୍‌ ‘ଏମ୍‌ ଷ୍ଟିଭ୍‌!“ ବୋଲି କହି ସ୍ମିଥ୍‌ଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ସ୍ମିଥ୍‌ ଅର୍ଦ୍ଧ ଶତକ ହାସଲ କରିବା ମାତ୍ରେ ତାଙ୍କ ପ୍ରତି ଆକ୍ଷେପମୂଳକ ଟିପ୍ପଣୀ କମ୍‌ ଶୁଣାଯାଇଥିଲା ଏବଂ ବ୍ୟାଟିଂ ପାଇଁ ସାବାସୀ ଶୁଣିବାକୁ ମିଳିଥିଲା। ମ୍ୟାଚରେ ଟପ୍‌ ସ୍କୋର ସ୍ମିଥ୍‌ ୧୦୨ ବଲ୍‌ରେ ୧୧୬ ରନ ସଂଗ୍ରହ କରିଥିବାବେଳେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ବିନିମୟରେ ୨୯୭ ରନ କରିଥିଲା। ଇଂଲଣ୍ଡ ଗତ ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଅନ୍‌ଅଫିସିଆଲ ମ୍ୟାଚ ଖେଳିଥିଲା। ସେଦିନ ଷ୍ଟାଡିୟମରେ ମାତ୍ର ୩୦ଜଣ ଦର୍ଶକ ଉପସ୍ଥିତ ଥିଲେ। ମାତ୍ର ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ ଦେଖିବାଲାଗି ବହୁ ସଂଖ୍ୟାରେ ଦର୍ଶକ ଆସିଥିଲେ।


All Right Reserved By

Posted inଖେଳ

ଭାରତୀୟ ଦଳର ବୃଦ୍ଧା ଫ୍ୟାନଙ୍କୁ ଟିକେଟ୍‌ ଦେବେ କୋହଲି

ବର୍ମିଂହାମ,୩।୭(ପିଟି)- ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ ଦେଖିବା ଲାଗି ଚାରୁଲତା ପଟେଲ ନାମ୍ନୀ ଜଣେ ବୃଦ୍ଧା (୮୭) ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଦଳକୁ...

ଦେଶକୁ ବିଶ୍ୱଚାମ୍ପିଅନ୍‌ କରାଇଲେ ପୁଅ, ପିତାଙ୍କୁ ପଡୁଛି ଗାଳି: ଜାଣନ୍ତୁ କାହିଁକି

ଲଣ୍ଡନ, ୧୬।୭: ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି।...

ବିସିସିଆଇ ନିକଟରେ ରୋହିତ-କୋହଲି ଫାଟ୍‌

ଲଣ୍ଡନ,୧୪।୭- ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରୁ ବାଦ୍‌ ପଡ଼ିବା ପରେ ଭାରତୀୟ ଦଳରେ ସୃଷ୍ଟି ହୋଇଥିବା ଫାଟ୍‌ ସମ୍ପର୍କରେ ପ୍ରବଳ ଆଲୋଚନା ଚାଲିଛି। ଭାରତୀୟ ଦଳ ବହୁଳ...

ମହିଳା ଫିଫା ବିଶ୍ୱକପ୍‌:ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା

ଲିଓନ,୩।୭(ଏଏଫ୍‌ପି)- ଆଲେକ୍ସ ମୋର୍ଗାନଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଚଳିତ ମହିଳା ଫିଫା ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିଛି। ସେମିଫାଇନାଲରେ ଆମେରିକା ୨-୧...

ମିସବାଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ୍‌ଙ୍କ ମଧ୍ୟରେ ହେବ ବିଶ୍ୱକପ୍‌ ଫାଇନାଲ୍‌

ଇସଲମାବାଦ୍‌, ୧୧।୬: ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା ଉଲ୍‌ ହକ୍‌ ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି। ଏଥର ଭାରତ ଏବଂ...

ହେନେରିକ୍ସ ଆହତ

ମୋହଲି,୧୭।୪(ପି.ଟି.)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମୋଇସେସ୍‌ ହେନେରିକ୍ସ ଇଞ୍ଜୁରିର ଶିକାର ହୋଇଛନ୍ତି। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ତାଙ୍କର ପଦାର୍ପଣ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଏହି ମନ୍ତ୍ର ଦେଲେ ଇମ୍ରାନ

ଇସଲମାବାଦ୍‌, ୭।୬: ୨୦୧୯ କ୍ରିକେଟ ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପୂର୍ବତନ ଖେଳାଳି ତଥା ପ୍ରଧାନମନ୍ତ୍ରୀ ଇମ୍ରାନ...

ଫାଇନାଲରେ ଝାଡ଼ଖଣ୍ଡ-ଅରୁଣାଚଳପ୍ରଦେଶ

କଟକ ଅଫିସ,୧୯ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପର ଫାଇନାଲ ଝାଡ଼ଖଣ୍ଡ ଓ ଅରୁଣାଚଳପ୍ରଦେଶ ମଧ୍ୟରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *