କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ

ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ କାନ୍ଥ ଖୋଳି ପ୍ରାୟ ୪୦ ମୋବାଇଲ ଫୋନ ଓ ନଗଦ ପ୍ରାୟ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିସହ ସିମ୍‌କାର୍ଡ, ଚାର୍ଜର ଅନ୍ୟାନ୍ୟ ଜିନିଷ ଚୋରି ହୋଇଯାଇଛି। ଦୋକାନ ମାଲିକ ସୀମାଞ୍ଚଳ ମିଶ୍ର ଶନିବାର ଗାଲେରୀ ଫାଣ୍ଡିରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଅପରାହ୍ନରେ ଛତ୍ରପୁରରୁ ଆସିଥିବା ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରି ଫେରିଯାଇଛି। ଦୁର୍ବୃତ୍ତମାନଙ୍କ ସମ୍ପର୍କରେ ସାଇଣ୍ଟିଫିକ୍‌ ଟିମ୍‌ ସୁରାକ ପାଇଥିବା କୁହାଯାଉଛି। ପୋଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ସୀମାଞ୍ଚଳ ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳୁ ଫେରି ଦେଖିବାବେଳକୁ ଦୋକାନ ପଛପଟୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ।


All Right Reserved By

ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ତତ୍ପର : ୧୦ କୋଚିଂ ସେଣ୍ଟରରେ ଯାଞ୍ଚ

ବ୍ରହ୍ମପୁର ଅଫିସ,୨ା୬-ନିକଟରେ ଗୁଜରାଟର ସୁରଟରେ ଘଟିଥିବା ଏକ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ୨୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ବଢି ଚାଲିଛି ।...

ଜୋରଦାର ହେଲା ପଲିଥିନ ଧରପଗଡ: ଗୋଦାମ ମାଲିକଙ୍କୁ ଗୋଡାଇ ଧରିଲେ

ଭଞ୍ଜନଗର,୧୯।୬(ଡି.ଏନ.ଏ.)- ପଲିଥିନ ଏବଂ ପ୍ଲାଷ୍ଟିକ୍‌ ବ୍ୟବହାରକୁ ରୋକିବା ପାଇଁ ଭଞ୍ଜନଗର ଏନ୍‌ଏସି ପକ୍ଷରୁ ବୁଧବାରଠାରୁ ଚଢାଉ ଜୋରଦାର କରାଯାଇଛି। ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ...

ସହର ସାରା ଅଳିଆ ଭର୍ତ୍ତି, ବର୍ଷାରେ ସ୍ଥିତି ଅସମ୍ଭାଳ- ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ

ଭଞ୍ଜନଗର,୩।୬(ଡି.ଏନ.ଏ.)-ଭଞ୍ଜନଗର ସହରରେ ଗତ ୪ ମାସ ହେଲା ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ସାରା କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି। ବିପର୍ଯ୍ୟସ୍ତ ପରିମଳ...

ଜାତୀୟ ରାଜପଥ ପାର୍ଶ୍ୱରୁ ହଟାଯିବ ଦୋକାନ

ଛତ୍ରପୁର,୧୩ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ...

ବିଜେଡି ଦଖଲରେ ବ୍ରହ୍ମପୁର ଲୋକ ସଭା: ବାଜିମାରିଲେ ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁର ଅଫିସ,୨୪ା୫: ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛନ୍ତି ବିଜେଡିର ଚନ୍ଦ୍ରଶେଖର ସାହୁ । ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ଭୃଗୁ...

ତପ୍ତପାଣି ଘାଟିରେ ଓଲଟିଲା ମିନିବସ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଏକ ମିନିବସ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ...

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣା :ଏମ୍‌କେସିଜିରେ ଜେଡିଏର କାମ ବନ୍ଦ, ରୋଗୀ ହଇରାଣ

ବ୍ରହ୍ମପୁର ଅଫିସ,୧୮ା୬-ପଶ୍ଚିମବଙ୍ଗର ଜୁନିୟର ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାର ଆନ୍ଦୋଳନ ଏବେ ବ୍ୟାପିବାରେ ଲାଗିଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ମଧ୍ୟ ଜୁନିୟର ଡ଼ାକ୍ତର ଏସୋସିଏଶନ୍‌ (ଜେଡିଏ) ତରଫରୁ...

ଲିଚୁ ଉତ୍ପାଦନ ରେ ପାଣି ସାଜିଛି ଅନ୍ତରାୟ

ଫୁଲବାଣୀ ଅଫିସ, ୧୨ା୫- ଏବେ ଖରାଦିନ। ଖରା ଦିନିଆ ଫଳ ଲିଚୁର ଚାହିଦା ବହୁତ। ବିଶେଷ କରି କଟକ, ଭୁବନେଶ୍ୱରରେ ଏହାର ଚାହିଦା ଅଧିକ। ଏହାକୁ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *