Posted inଫୁରସତ

ଗାଁର ଲୋକସଂଖ୍ୟା ୨୭ : ଟାଇମ୍‌ ପାସ ପାଇଁ କରିଥାନ୍ତି ଏମିତି କାମ

ବିଶ୍ୱରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏମିତି ଏକ ଗାଁ ରହିଛି ଯେଉଁଠି ମାତ୍ର ୨୭ ଜଣ ଲୋକ ରହୁଛନ୍ତି। ଭାରି ଏକା ଏକା ଲାଗେ ଏଠାକାର ଲୋକଙ୍କୁ। ଫଳରେ ଏହି ଏକୁଟିଆ ପଣ ଦୂରେଇବା ପାଇଁ ଖାସ୍‌ କରି ଗାଁର ଲୋକେ ଏମିତି ଏକ ତରିକା ଆପଣାଇଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗାଁ ଲୋକେ ଏକୁଟିଆ ରହୁଥିବା ଅନୁଭବ କରିବେ ନାହିଁ ବୋଲି ଘର ବାହାରେ ବିଭିନ୍ନ କଣ୍ଢେଇ ରଖିଛନ୍ତି। ଏମିତି ଏକ ଗାଁ ରହିଛି ଜାପାନରେ। ଯେଉଁଠି କିଛିବର୍ଷ ଧରି ଲୋକସଂଖ୍ୟା କମିବାରେ ଲାଗିଛି। ଏଠାକାର ସହରଠାରୁ ଆରମ୍ଭ କରି ଗାଁରେ ଲୋକସଂଖ୍ୟା କମିକମି ଯାଉଛି। ଜାପାନର ସିକୋକୁ ଟାପୁ ଉପରେ ଥିବା ନାଗୋରା ଗାଁର ଲୋକସଂଖ୍ୟା ମାତ୍ର ୨୭। ଲୋକସଂଖ୍ୟା ଏତେ କମ୍‌ ଥିବାରୁ ଏଠାରେ ପିଲା ନାହାନ୍ତି।

ତେଣୁ ଶ୍ରେଣୀକକ୍ଷରେ ମଧ୍ୟ କଣ୍ଢେଇଗୁଡ଼ିକୁ ରଖିଥାନ୍ତି ଲୋକେ। ଏହି ଗାଁରେ ରହୁଥିବା ସୁକିମୀ ଆୟୋନ ନାମକ ଜଣେ ମହିଳା କୁହନ୍ତି, କମ୍‌ ଲୋକ ସଂଖ୍ୟା ଥିବାରୁ ଲୋକେ ୨୭୦ଟି କଣ୍ଡେଇ ରଖିଛନ୍ତି। ପ୍ରାୟ ୧୬ ବର୍ଷ ପୂର୍ବରୁ ଗାଁରେ କଣ୍ଢେଇ ତିଆରି କରିବା ଆରମ୍ଭ ହୋଇଥିଲା।

ସୁକିମୀ ପ୍ରଥମେ କଣ୍ଢେଇ ତିଆରି କରିଥିଲେ। ପରେ ଅନ୍ୟମାନେ ତିଆରି କରିଥିଲେ। ଗ୍ରାମର ଲୋକେ ସହରକୁ ଚାଲିଗଲେ। ଫଳରେ ମାତ୍ର ୨୭ ଜଣ ରହିଲେ। ସେହିଦିନଠାରୁ ଏହି ଏକୁଟିଆପଣ ଦୂର କରିବାକୁ ଗ୍ରାମବାସୀ ଏମିତି କରିଆସୁଛନ୍ତି। ଖାଲି ସେତିକି ନୁହେଁ ଗାଁ ଭରପୂର ଦେଖାଯିବା ପାଇଁ କ୍ଷେତବାଡ଼ିରେ ମଧ୍ୟ କଣ୍ଢେଇସବୁ ରଖାଯାଇଛି।


All Right Reserved By

ଉଦ୍ଧବଙ୍କ ସୁପର୍‌ ଆଇଡିଆ

ଆସାମର ଉଦ୍ଧବ କୁମାର ଭରାଲି, ତାଙ୍କ ଭିତରେ ସୁପର୍‌ ଆଇଡିଆ ଭରପୂର୍‌ ହୋଇ ରହିଛି। ଯେଉଁଥିପାଇଁ ଅନେକ ତାଙ୍କୁ ଚଳନ୍ତା ପାୱାର୍‌ ହାଉସ୍‌ ବୋଲି ମଧ୍ୟ...

ଲିଙ୍ଗ ପରିବର୍ତ୍ତନ କରୁଛି ୫ ହଜାର ବର୍ଷ ତଳର ଗଛ

ସ୍କଟଲାଣ୍ଡର ପର୍ଥ ସହର ନିକଟରେ ଥିବା ଏକ ଚର୍ଚ୍ଚରେ ୫ହଜାର ବର୍ଷ ପୂର୍ବରୁ ଥିବା ଏକ ଗଛ ଏବେ ଲିଙ୍ଗ ପରିବର୍ତ୍ତନ କରୁଥିବା କୁହାଯାଉଛି। ଏଭଳି...

ବିଶ୍ୱର ସବୁଠାରୁ ୫ସୁନ୍ଦର ମସ୍‌ଜିଦ୍‌

ମୁସ୍‌ଲିମ୍‌ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌। ଏହି ପର୍ବ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି। ଇଦ୍‌ ଦିନ ନୂଆ ନୂଆ ବସ୍ତ୍ର ପିନ୍ଧିବା...

ଗ୍ରୀସ୍‌ରେ ଭିଡିଓଗେମ୍‌ ଖେଳିଲେ ପଡିବ ଜୋରିମାନା

ଆଜିକାଲି ପିଲାଙ୍କ ପାଇଁ ଭିଡିଓଗେମ୍‌ ପାଲଟିଛି ସାଥୀ। ଘଣ୍ଟା ଘଣ୍ଟା ସେମାନେ ଏଇଥିରେ ବିତାଉଛନ୍ତି। କେବଳ ପିଲା ନୁହନ୍ତି ବଡ଼ମାନେ ବି ଏହାର ମାୟାରେ ପଡି...

ଯେଉଁଠି କଦଳୀ ଗଛକୁ ବିବାହ କରନ୍ତି ଝିଅ

ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ପ୍ରକାରର ଅଦ୍ଭୁତ ପରମ୍ପରା ପ୍ରଚଳିତ। ଏଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଆସାମର ସୋଲମାରୀ ଗାଁରେ।...

ଦୁଇ ହାତ ନାହିଁ, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଦନଲାଲ

କୁହାଯାଏ, ଦୃଢ଼ ମନୋବଳ ଥିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ବାଧାବିଘ୍ନ ରୋକିପାରିବ ନାହଁି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି, ଫତେହାବାଦର ମଦନଲାଲ। ଭାଗ୍ୟ ତାଙ୍କ...

୪ହଜାର ବର୍ଷ ପୂର୍ବେ ତିଆରି ହୋଇଥିଲା ରୁଟି

ପ୍ରତିଦିନ ଖାଦ୍ୟରେ ସାମିଲ ଥିବା ରୁଟି କେବେ ପ୍ରସ୍ତୁତ କରାଯାଇଥିଲା ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ହେଲେ ନିକଟରେ ମିଳିଥିବା ଏକ ତଥ୍ୟରୁ...

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ଆମର ଜାତୀୟ ପକ୍ଷୀ। ପୁଚ୍ଛ ପାଇଁ ଏହା ଖୁବ୍‌ ସୁନ୍ଦର ଦେଖାଯାଏ। ବର୍ଷା ଦେଖିଲେ ପୁଚ୍ଛ ମେଲାଇ ନୃତ୍ୟ କରିଥାଏ। ଆମେ ଏତିକି ଜାଣିଛେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *