Posted inଜାତୀୟ

ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ବିଧାୟକ ଦଳର ନେତା ନିର୍ବାଚିତ

ଅମରାବତୀ,୨୫ା୫: ଓ୍ବାଇଏସ୍‌ଆର୍‌ କଂଗ୍ରେସ ସଭାପତି (YSRCP) ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ଶନିବାର ସର୍ବସମ୍ମତିକ୍ରମେ ଆନ୍ଧ୍ରପ୍ରଦେଶ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ତାଡ଼େପଲ୍ଲୀସ୍ଥିତ ଦଳୀୟ ରାଜ୍ୟ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତା ବୋତ୍ସା ସତ୍ୟନାରାୟଣ ବିଧାୟକ ଦଳର ନେତା ଭାବେ ଜଗନମୋହନ ରେଡ୍ଡୀଙ୍କ ନାମ ପ୍ରସ୍ତାବ ଦେଇଥିଲେ। ତେବେ ସର୍ବସମ୍ମତି କ୍ରମେ ଦଳର ନବ ନିର୍ବାଚିତ ସମସ୍ତ ବିଧାୟକ ତାଙ୍କୁ ନେତା ଭାବେ ନିର୍ବାଚିତ କରିଛନ୍ତି। ଆନ୍ଧ୍ରପ୍ରଦେଶ ବିିଧାନସଭା ନିର୍ବାଚନରେ ୧୭୫ ସିଟ୍‌ରୁ ଜଗନମୋହନଙ୍କ ଦଳ ୧୫୧ଟି ସିଟ୍‌ ଦଖଲ କରିଛି। ଦଳର ବିଧାୟକମାନଙ୍କ ତାଲିକା ଦାଖଲ ପରେ ସରକାର ଗଠନ ପାଇଁ ସେ ଦାବି ଉପସ୍ଥାପନ କରିବେ। ପ୍ରକାଶ ଯେ, ଓ୍ବାଇଏସ୍‌ଆର କଂଗ୍ରେସ ଅଧ୍ୟକ୍ଷ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ପୁଅ।


All Right Reserved By

ମୋଦିଙ୍କ ମା’ ଟିଭିରେ ଦେଖିଲେ ଶପଥ ଉତ୍ସବ

ଅହମଦାବାଦ,୩୦ା୫: ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍‌ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର...

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଗୁଜରାଟରେ ଦୁଇଟି ରାଜ୍ୟ ସଭା ଆସନ ଲାଗି ଅଲଗା ଉପନିର୍ବାଚନ କରିବା ନିମନ୍ତେ ନିର୍ବାଚନ କମିଶନ (ଇସି) ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ କଂଗ୍ରେସ ପକ୍ଷରୁ...

ଲୋକ ସଭା ନିର୍ବାଚନ: ପ୍ରଥମ ୨ଘଣ୍ଟାରେ ଆସାମ, ବିହାରରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟାରେ...

ଭାଜପାରେ ଯୋଗ ଦେବାର ଯୋଜନା ନାହିଁ: ଅଳ୍ପେଶ ଠାକୁର

ଅହମ୍ମଦାବାଦ,୨୮।୫: ଗୁଜରାଟ ବିଧାୟକ ତଥା ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା। ହେଲେ...

ପଶ୍ଚିମବଙ୍ଗ ହିଂସା: ସୁରକ୍ଷା ନେଇ ଏନ୍‌ଏସ୍‌ଏ, ଆଇବି ଏବଂ ର ମୁଖ୍ୟଙ୍କ ସହିତ ଶାହ କଲେ ଆଲୋଚନା

ନୂଆଦିଲ୍ଲୀ, ୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ, ଆଇବି...

ଡରାଉଛି ବାତ୍ୟା ‘ବାୟୁ’: ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଗାନ୍ଧୀନଗର, ୧୨।୬: ଧିରେ ଧିରେ ଭୟଙ୍କର ରୂପ ନେଉଛି ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବସାଗରରୁ ସୃଷ୍ଟ ଲଘୁଚାପ ଧିରେ ଧିରେ ସାଇକ୍ଲୋନିକ ଷ୍ଟର୍ମର ରୂପ...

ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ବିଦା କଲେ ମାୟାବତୀ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ୬ ରାଜ୍ୟର ନିର୍ବାଚନ ସଂଯୋଜକ ଏବଂ ଦୁଇ ରାଜ୍ୟର ବିଏସ୍‌ପି ସଭାପତିଙ୍କୁ...

ଭାଜପାର ଓପନିଂ ବ୍ୟାଟିଂରେ ଚଉକା ଛକା: କଂଗ୍ରେସ ପଛରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ଓପନିଂ ବ୍ୟାଟିରେ ଭାଜପା ଚଉକା ଛକା ବର୍ଷା କରୁଥିବା...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *