ଭାରତ ବିପକ୍ଷ ମ୍ୟାଚ୍‌ ପରେ ମଧ୍ୟ ଖେଳାଳିଙ୍କ ନିକଟରେ ରହିପାରିବେ ପତ୍ନୀ

ଲାହୋର,୨୫।୫- ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ଏହି ହାଇଭୋଲ୍‌ଟେଜ ମ୍ୟାଚ୍‌ ପରେ ମଧ୍ୟ ପାକିସ୍ତାନ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ପତ୍ନୀଙ୍କ ସହ ରହିପାରିବେ। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ କୁହାଯାଇଛି। ପୂର୍ବରୁ ଦଳର କେବଳ ଦୁଇଜଣ ଖେଳାଳି ହାରିସ ସୋହେଲ ଓ ଅସିଫ ଅଲିଙ୍କୁ ପତ୍ନୀଙ୍କ ସହ ରହିବାକୁ ଅନୁମତି ଦିଆଯାଇଥିଲା। ନିକଟରେ ଅସିଫଙ୍କ କର୍କଟରେ ପୀଡ଼ିତ ଝିଅର ମୃତ୍ୟୁ ହୋଇଥିଲା। ଏଭଳି ସମୟରେ ସେ ପତ୍ନୀ ସାଙ୍ଗରେ ରହିବା ଦରକାର ଥିବା ଅନୁଭବ କରି ପିସିବି ଏଭଳି ନିଷ୍ପତ୍ତି ନେଇଥିଲା। ସେହିଭଳି ପାରିବାରିକ ସମସ୍ୟା ଯୋଗୁ ହାରିସଙ୍କୁ ମଧ୍ୟ ଅନୁମତି ମିଳିଥିଲା। ତେବେ ଏହି ପ୍ରଥା ଅନ୍ୟ ଦଳଗୁଡ଼ିକ କାର୍ଯ୍ୟକାରୀ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ପିସିବି କର୍ମକର୍ତ୍ତା କହିଛନ୍ତି।


All Right Reserved By

ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ...

ପ୍ରଥମଥର ପାଇଁ ଏହି ରାଜ୍ୟରେ ସବୁ ଖେଳର ନାଁ, ନିୟମ ସଂସ୍କୃତରେ ଲେଖାଯିବ

ରାୟପୁର, ୧୧।୬: ପ୍ରଥମଥର ପାଇଁ ଛତିଶଗଡରେ ସବୁ ଖେଳର ନାଁ ଏବଂ ନିୟମ ସଂସ୍କୃତ ଭାଷାରେ ଲେଖାଯିବ। ଏପରିକି ରାଜ୍ୟସ୍ତରୀୟ କ୍ରିକେଟର କମେଣ୍ଟ୍ରି ମଧ୍ୟ ସଂସ୍କୃତରେ...

ଆଇସିସି ବିଶ୍ୱକପ୍‌: ଭାରତ- ପାକିସ୍ତାନ ହାଇଭୋଲ୍‌ଟେଜ ମୁକାବିଲା

ମାଞ୍ଚେଷ୍ଟର,୧୬।୬(ପି.ଟି.)- ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)...

ପାକିସ୍ତାନ ଲଗାତର ୧୦ଟି ମ୍ୟାଚ୍‌ ହାରିଲା, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ୍‌ ଉଡ଼ାଇଲେ ଦର୍ଶକେ

ଇସଲମାବାଦ, ୨୦।୫: ଗତ ୧୦ଟି ମ୍ୟାଚରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଦର୍ଶକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ ଉଡାଉଥିବା ଦେଖାଯାଇଛି। ଦ୍ୱିତୀୟଥର...

ଚିତ୍ରାଙ୍କୁ ସ୍ବର୍ଣ୍ଣ, ଅଜୟଙ୍କୁ ରୌପ୍ୟ

ଦୋହା, ୨୫।୪(ପି.ଟି.)- ଭାରତର ପି.ୟୁ. ଚିତ୍ରା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ମହିଳା ୧୫୦୦ ମିଟର ଟାଇଟଲ ବଜାୟ ରଖିଛନ୍ତି। ସେ ୪:୧୪.୫୬ ସେକେଣ୍ଡ ସମୟ...

ଏଲ୍‌ଇଡି ବେଲକୁ କୋହଲି, ଫିଞ୍ଚଙ୍କ ବିରୋଧ

ଲଣ୍ଡନ,୧୦।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚ୍‌ ଏଲ୍‌ଇଡି ବେଲକୁ ନେଇ ଖୁସି ନୁହନ୍ତି। ଏଥିରେ ବଲ କିମ୍ବା...

ମହିଳା ହକି : ବିଜୟ ସହ ଭାରତର ଅଭିଯାନ

ହିରୋସୀମା, ୧୫ା୬(ପି.ଟି.): ଉରୁଗୁଏ ବିପକ୍ଷରେ ପ୍ରଭାବୀ ୪-୧ ଗୋଲ୍‌ରେ ବିଜୟ ସହ ଭାରତୀୟ ମହିଳା ହକି ଦଳ ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହିରୋସୀମା...

ଏନ୍‌ସିଏ ୨୩ବର୍ଷରୁ କମ୍‌ ମହିଳା ଶିବିରରେ ସୁଶ୍ରୀ

କଟକ ଅଫିସ,୧୫ା୫- ଆସନ୍ତା ଜୁନ ୨୪ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ୨୩ବର୍ଷରୁ କମ୍‌ ମହିଳା ଶିବିର ଅନୁଷ୍ଠିତ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *