ନିରାଶ ହେଲେ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କ ସମର୍ଥକ

ଆନନ୍ଦପୁର,୨୫ା୫(ସ୍ବ.ପ୍ର.): ମୋଦି ଲହର ସାଙ୍ଗକୁ ବିଜୟୀ ହେବାର ଆଶା କେନ୍ଦୁଝର ଜିଲା ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସପକ୍ଷରେ ରହି ଆସିଥିବାବେଳେ ଭୋଟଗଣତି ପରେ ତାଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଆନନ୍ଦପୁରର ଭାଜପା ସମର୍ଥକ ଓ ଦଳୀୟ ନେତା। କେଉଁ କାରଣରୁ ସେ ହାରିଲେ ସେନେଇ ଚାଲିଛି ଚର୍ଚ୍ଚା। କେହି କେହି କ୍ରସ୍‌ ଭୋଟିଂ ଯୋଗୁ ଏମ୍‌ପି ପ୍ରାର୍ଥୀ ପରାଜୟ ହେଲେ ବୋଲି କହୁଥିବାବେଳେ ଆଉ କେହି ଦଳୀୟ କନ୍ଦଳ ପରାଜୟର ମୁଖ୍ୟ କାରଣ ବୋଲି ମତ ଦେଉଛନ୍ତି। ଆନନ୍ଦପୁର ଓ ଘଷିପୁରା ବିଧାନସଭା ଆସନରେ ଭାଜପାର ଭୋଟ ହାର ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଏମ୍‌ପି ପ୍ରାର୍ଥୀଙ୍କ ପରାଜୟ ଭାଜପା ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୦୯ରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ୧୦ ହଜାର ୬୪୪ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ରେ ୧୨ ହଜାର ୬୬୪ ଖଣ୍ଡ ଏବଂ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଭାଜପା ୩୧ ହଜାର ୫୫୪ ଖଣ୍ଡ ଭୋଟ ହାତେଇଥିଲା। ସେହିଭଳି ଘଷିପୁରା ନିର୍ବାଚନମଣ୍ଡଳୀକୁ ଦେଖିଲେ ୨୦୦୯ରେ ଭାଜପାକୁ ୯୬୮୯, ୨୦୧୪ରେ ୨୦ ହଜାର ୨୯୮ ଏବଂ ୨୦୧୯ରେ ୨୭ ହଜାର ୫୭୯ ଖଣ୍ଡ ଭୋଟ ମିଳିଥିଲା। ଏହିକ୍ରମରେ ଉଭୟ ନିର୍ବାଚନମଣ୍ଡଳୀରେ ଭାଜପା ଭୋଟ ବୃଦ୍ଧି ପାଇବା ସହିତ ଜିଲାର ଅନ୍ୟ ଆସନ ଚମ୍ପୁଆ, ପାଟଣା, ସଦର, ତେଲକୋଇ, କରଞ୍ଜିଆ ଆଦି ବିଧାନସଭା କ୍ଷେତ୍ରରେ ଭାଜପା ଭୋଟ ହାର ବୃଦ୍ଧି ପାଇଛି। ତେବେ ଭାଜପା ଏମ୍‌ପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଥାଇ ମଧ୍ୟ ପରାଜୟ ସ୍ବୀକାର କରିବା ଦଳୀୟ କର୍ମୀ ତଥା ଭାଜପା ସମର୍ଥକଙ୍କୁ ମର୍ମାହତ କରିଛି। କେନ୍ଦୁଝର ଜିଲାରେ ଭାଜପା ଏମ୍‌ପି ଭାବେ ପୂର୍ବରୁ ଅନନ୍ତ ନାୟକ ଦୁଇ ଦୁଇ ଥର ବିଜୟଲାଭ କରି ଲୋକପ୍ରିୟତାର ଶୀର୍ଷରେ ରହି ଆସିଥିଲେ। ତେବେ ଚଳିତ ୨୦୧୯ ନିର୍ବାଚନରେ ଅନନ୍ତ ନାୟକ ସ୍ବଳ୍ପ ବ୍ୟବଧାନରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁଙ୍କଠାରୁ ପରାଜିତ ହୋଇଛନ୍ତି।


All Right Reserved By

ହିଂସା କମାଉଛି ମତଦାନ ହାର

ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖରେ ୬ ଲୋକ ସଭା ଏବଂ...

ବହୁ ଆଗରେ ସୂର୍ଯ୍ୟ ପାତ୍ର

ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି...

୧୧ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୨୭ହଜାର ୫୪୫, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୫ହଜାର ୫୩୭ ଭୋଟ ମିଳିଛି।...

ଅନୁଗୋଳରେ ରଜନୀକାନ୍ତ ସିଂ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ରଜନୀକାନ୍ତ ସିଂ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ରଜନୀକନ୍ତ ସିଂ ୨୫୫୫, ଭାଜପାର...

ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି କଲଚୁରାଲ ଏକାଦେମିର ମିଳିତ ସହଯୋଗରେ ରେମୁଣା ବାମପଦାସ୍ଥିତ ନୋସି ବିଜିନେସ୍‌ ପାର୍କଠାରେ ଆୟୋଜିତ ପଟିଦିଅଁ ଅଙ୍କନ ଉତ୍ସବ...

କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ଚିନ୍ତା

ବାଲେଶ୍ୱର ଅଫିସ, ୨୭।୫-ଗୁଜୁରାଟର ସୁରଟ ଜିଲା ଅନ୍ତର୍ଗତ ସୁରଥନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟରରେ ଗତ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ଜଣ ଛାତ୍ରୀଛାତ୍ର ମୃତ୍ୟୁବରଣ...

ଅନେକଙ୍କୁ ଦେଇଛି ରୋଜଗାର: ଭୋଗରାଇ ଆଳୁଦମ୍‌

ଭୋଗରାଇ, ୩।୬(ପ୍ରଦୀପ ଦାସ)-ବାଲେଶ୍ୱର ଜିଲାରେ ଆଳୁଦମ୍‌ ଓ ଆଳୁକଷାର ପ୍ରସିଦ୍ଧି ରହିଛି। ସକାଳ ଓ ସନ୍ଧ୍ୟାରେ ଲୋକେ ମୁଢ଼ି ସହିତ ଆଳୁକଷା ବା ଆଳୁଦମ୍‌ ଖାଇବାକୁ...

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ : ଯୁକ୍ତ ୩ ପରୀକ୍ଷା ଫଳ: କମିଲା ପାସ୍‌ ହାର

ଭଦ୍ରକ ଅଫିସ, ୯।୬ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଛାତ୍ରୀ ଆଗରେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *