Posted inଖେଳ

ମେସିଙ୍କୁ ୟୁରୋପର ଗୋଲ୍ଡ ବୁଟ୍‌

ବାର୍ସିଲୋନା,୨୫।୫- ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଚଳିତ ସିଜନରେ ୟୁରୋପର ସମସ୍ତ ଲିଗ୍‌ରେ ସର୍ବାଧିକ ସଂଖ୍ୟକ ଗୋଲକରି ଗୋଲ୍ଡ ବୁଟ୍‌ ହାତେଇଛନ୍ତି। କ୍ରମାଗତ ୩ୟ ଥର ପାଇଁ ଏହି ସମ୍ମାନ ହାସଲ କରିବାରେ ସେ ପ୍ରଥମ ଖେଳାଳି। ୟୁରୋପ ସର୍ବାଧିକ ଗୋଲ କରିବାରେ ମେସିଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି କାଇଲିନ ଏମ୍‌ବାପେ। ବିଶ୍ୱକପ୍‌ ଚାମ୍ପିୟନ ଫ୍ରାନ୍ସ ଖେଳାଳିଙ୍କୁ ଅନ୍ତିମ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିବାର ଦରକାର ଥିଲା। ହେଲେ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) କ୍ଲବ ପାଇଁ ଖେଳୁଥିବା ଏମ୍‌ବାପେ ବିଫଳ ହୋଇଥିଲେ। ମେସି ୩୬ ଗୋଲ କରିଥିବାବେଳେ ଏମ୍‌ବାପେ ୩୩ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଆର୍ଜେଣ୍ଟିନା ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ବାର୍ସିଲୋନା ଗତମାସରେ ଲା ଲିଗା ଟାଇଟଲ ହାତେଇଥିଲା। ମୁଁ ପୁରସ୍କାର ସମ୍ପର୍କରେ ଚିନ୍ତା କରୁନାହିଁ। ଆମେ ଏବେ ମଧ୍ୟ ଲିଭରପୁଲଠାରୁ ମିଳିଥିବା ପରାଜୟ ନେଇ ଦୁଃଖିତ। ବ୍ୟକ୍ତିଗତ ସଫଳତା ନେଇ ଉତ୍ସାହିତ ନୁହେଁ ବୋଲି ମେସି କହିଛନ୍ତି।


All Right Reserved By

Posted inଖେଳ

ଦଳରେ ସନ୍ତୁଳନ ରହିଛି: କୋଚ୍‌ ଗ୍ରାହମ ରିଡ୍‌

ଭୁବନେଶ୍ୱର,୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ଏହି ଟୁର୍ନାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହିବ ବୋଲି ହେଡ୍‌ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। କୋଚ୍‌ ହିସାବରେ ପ୍ରଥମଥର...

ଲେଭଲ୨ କୋଚିଂ ପ୍ରଶିକ୍ଷଣ ନେଉଛନ୍ତି ମିସ୍‌ବା, ଆଜମଲ

ଲାହୋର,୨୭।୫- ଭବିଷ୍ୟତରେ କୋଚ୍‌ ହେବା ଲାଗି ପୂର୍ବତନ ପାକିସ୍ତାନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କ ସମେତ ପାକିସ୍ତାନର ୧୩ ଜଣ ପୂର୍ବତନ କ୍ରିକେଟର ଜାତୀୟ କ୍ରିକେଟ...

ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ

ନୂଆଦିଲ୍ଲୀ,୪ା୬ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମଗ୍ର ଘରୋଇ ସିଜନ ପାଇଁ ସୋମବାର କାର୍ଯ୍ୟସୂଚୀ ଘୋଷଣା କରିଛି। ସୂଚନା ଅନୁସାରେ କଟକ ବାରବାଟୀ ଷ୍ଟାଡିୟମରେ...

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଜନ୍ମଦାତା ଜନଶନଙ୍କ ମୃତ୍ୟୁ

ଷ୍ଟକ୍‌ହାମ, ୫।୬(ଏପି): ୟୁରୋପିଆନ ଫୁଟ୍‌ବଲର ପୂର୍ବତନ ସଭାପତି ଲିନ୍ନାର୍ଟ ଜନଶନଙ୍କ ୮୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୧୭ ବର୍ଷର କାର୍ଯ୍ୟକାଳରେ ଚାମ୍ପିୟନ୍ସ ଲିଗ୍‌...

ବେସ୍‌ କ୍ୟାମ୍ପରେ ପହଞ୍ଚିଲା କଳ୍ପନାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର, ୨୯ା୫(ସ୍ପୋଟର୍‌ସ ବ୍ୟୁରୋ)- ଏଭରେଷ୍ଟ ଶୃଙ୍ଗରେ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରର ସନ୍ଧାନ ଓ ଉଦ୍ଧାରକାର୍ଯ୍ୟରେ ଶେର୍ପା ଦଳ ସକ୍ଷମ ହୋଇଛନ୍ତି। ସେମାନେ ମଙ୍ଗଳବାର ମରଶରୀରକୁ...

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ...

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଅମିର, ଓ୍ବାହବ

ଇସ୍‌ଲାମବାଦ,୨୦।୫- ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ପିସିବି ୧୫ ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଏହି ଦଳରେ ମହମ୍ମଦ ଅମିର, ଓ୍ବାହବ...

ରିଙ୍କୁଙ୍କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)-ଉତ୍ତର ପ୍ରଦେଶର ବାମହାତୀ ଖେଳାଳି ରିଙ୍କୁ ସିଂଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩ ମାସ ସସ୍‌ପେଣ୍ଡ କରିଛି। ସ୍ବୀକୃତି ପାଇ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *